Posted inଫୁରସତ

ତ୍ରୁଟି ସୁଧାରିଲା ବିଦ୍ୟୁତ ବିଭାଗ: ୮୦ କୋଟି ଟଙ୍କାର ବିଲ୍‌ ହେଲା ୮୫ ହଜାର

ପୁନେ, ୨୩।୬- ଲକ୍‌ ଡାଉନ୍‌ ସମୟରେ ପୁନେରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପୁନେର ବାବୁ ଜନ୍‌ ନାମକ ଜଣେ ଶିଳ୍ପପତିଙ୍କ ନିକଟକୁ ମେ ମାସର ବିଦ୍ୟୁତ ବିଲ୍‌ ବାବଦକୁ ୮୦ କୋଟି ଟଙ୍କାର ବିଲ୍‌ ଆସିଥିଲା। ମହାରାଷ୍ଟ୍ର ବିଦ୍ୟୁତ ବିଭାଗ ପକ୍ଷରୁ ଆସିଥିବା ଏହି ବିଲ୍‌କୁ ଦେଖି ପ୍ରଥମେ ଜନ୍‌ଙ୍କୁ ଶକ୍ତ ଧକ୍କା ଲାଗିଥିଲା। କିନ୍ତୁ ସେ ଏନେଇ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଲ୍‌ରେ ତ୍ରୁଟି ରହିଥିବା ବିଦ୍ୟୁତ ବିଭାଗ ଜାଣିପାରିଥିଲା। ତ୍ରୁଟି ସଂଶୋଧନ ପରେ ଏହି ବିଲ୍‌ ୮୫ ହଜାର ଟଙ୍କା ହୋଇଥିବା ଜଣାପଡ଼ିଛି।
ପ୍ରକାଶ ଯେ ଜନ୍‌ଙ୍କର ଏକ ଛୋଟିଆ କମ୍ପାନୀ ରହିଛି। ଲକ୍‌ ଡାଉନ୍‌ ପୂର୍ବରୁ ଜନ୍‌ ମାସିକ ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପଇଠ କରିଥାନ୍ତି। କିନ୍ତୁ ମେ ମାସର ବିଲ୍‌ ଦେଖି ସେ ଚକିତ ହୋଇଯାଇଥିଲେ। ଏହି ବିଲ୍‌ରେ ୭୯ କୋଟି ୭ ଲକ୍ଷ ୬ ହଜାର ୧୯୦ ଟଙ୍କାର ରାଶି ଆସିଥିଲା। ତୁରନ୍ତ ଏହି ବିଲ୍‌ ନେଇ ସେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ ନିକଟରେ ଅଭିଯୋଗ କରିଥିଲେ। ବିଦ୍ୟୁତ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ଗ୍ରାହକଙ୍କୁ ବିଲ୍‌ ଦେବା ପୂର୍ବରୁ ଭଲ ଭାବରେ ଚେକ୍‌ କରାଯାଇଥାଏ। କିନ୍ତୁ ଏହି ବିଲ୍‌ରେ କୌଣସି ତ୍ରୁଟି ରହିଯାଇଛି। ତ୍ରୁଟି ସୁଧାରିବା ପରେ ଜନ୍‌ଙ୍କ ବିଲ୍‌ ୮୫ ହଜାର ଟଙ୍କା ହୋଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri