Posted inଫୁରସତ

ତ୍ରୁଟି ସୁଧାରିଲା ବିଦ୍ୟୁତ ବିଭାଗ: ୮୦ କୋଟି ଟଙ୍କାର ବିଲ୍‌ ହେଲା ୮୫ ହଜାର

ପୁନେ, ୨୩।୬- ଲକ୍‌ ଡାଉନ୍‌ ସମୟରେ ପୁନେରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପୁନେର ବାବୁ ଜନ୍‌ ନାମକ ଜଣେ ଶିଳ୍ପପତିଙ୍କ ନିକଟକୁ ମେ ମାସର ବିଦ୍ୟୁତ ବିଲ୍‌ ବାବଦକୁ ୮୦ କୋଟି ଟଙ୍କାର ବିଲ୍‌ ଆସିଥିଲା। ମହାରାଷ୍ଟ୍ର ବିଦ୍ୟୁତ ବିଭାଗ ପକ୍ଷରୁ ଆସିଥିବା ଏହି ବିଲ୍‌କୁ ଦେଖି ପ୍ରଥମେ ଜନ୍‌ଙ୍କୁ ଶକ୍ତ ଧକ୍କା ଲାଗିଥିଲା। କିନ୍ତୁ ସେ ଏନେଇ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଲ୍‌ରେ ତ୍ରୁଟି ରହିଥିବା ବିଦ୍ୟୁତ ବିଭାଗ ଜାଣିପାରିଥିଲା। ତ୍ରୁଟି ସଂଶୋଧନ ପରେ ଏହି ବିଲ୍‌ ୮୫ ହଜାର ଟଙ୍କା ହୋଇଥିବା ଜଣାପଡ଼ିଛି।
ପ୍ରକାଶ ଯେ ଜନ୍‌ଙ୍କର ଏକ ଛୋଟିଆ କମ୍ପାନୀ ରହିଛି। ଲକ୍‌ ଡାଉନ୍‌ ପୂର୍ବରୁ ଜନ୍‌ ମାସିକ ଲକ୍ଷେରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପଇଠ କରିଥାନ୍ତି। କିନ୍ତୁ ମେ ମାସର ବିଲ୍‌ ଦେଖି ସେ ଚକିତ ହୋଇଯାଇଥିଲେ। ଏହି ବିଲ୍‌ରେ ୭୯ କୋଟି ୭ ଲକ୍ଷ ୬ ହଜାର ୧୯୦ ଟଙ୍କାର ରାଶି ଆସିଥିଲା। ତୁରନ୍ତ ଏହି ବିଲ୍‌ ନେଇ ସେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ ନିକଟରେ ଅଭିଯୋଗ କରିଥିଲେ। ବିଦ୍ୟୁତ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ଗ୍ରାହକଙ୍କୁ ବିଲ୍‌ ଦେବା ପୂର୍ବରୁ ଭଲ ଭାବରେ ଚେକ୍‌ କରାଯାଇଥାଏ। କିନ୍ତୁ ଏହି ବିଲ୍‌ରେ କୌଣସି ତ୍ରୁଟି ରହିଯାଇଛି। ତ୍ରୁଟି ସୁଧାରିବା ପରେ ଜନ୍‌ଙ୍କ ବିଲ୍‌ ୮୫ ହଜାର ଟଙ୍କା ହୋଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ପିଠି କୁଣ୍ଡାଇ ମାସକୁ ରୋଜଗାର ୧୪ ଲକ୍ଷ, ମାର୍କେଟରେ ମିଳୁଛି ଏମିତି ସୁବିଧା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଜିଂ, ୪।୯: ଚାଇନାର ଜଣେ ୩୨ ବର୍ଷୀୟ ଉଦ୍ୟୋଗୀ ଏକ ସାଧାରଣ ସମସ୍ୟାକୁ ଏକ ଅନନ୍ୟ ଏବଂ ସଫଳ ବ୍ୟବସାୟିକ ଧାରଣାରେ ପରିଣତ କରିଛନ୍ତି। ଲୋକମାନେ ଏବେ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri