ତ୍ରିରଙ୍ଗା ପଗଡି, ତ୍ରିରଙ୍ଗା ମାଳ ପିନ୍ଧି ବିବାହ କଲେ ଦମ୍ପତି

ସମ୍ଭଲ, ୪।୨: ଉତ୍ତର ପ୍ରଦେଶର ସମ୍ଭଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଚନ୍ଦୌସିର ଜଣେ ବ୍ୟକ୍ତି ପରିବହନ ବିଭାଗରେ କାମ କରୁଥିବା ବେଳେ ସେ ତାଙ୍କ ପୁଅର ବିବାହ ନିଆରା ଢଙ୍ଗରେ କରିଛନ୍ତି। ଏଥିରେ ବର ତ୍ରିରଙ୍ଗାର ତିନି ରଙ୍ଗରେ ତିଆରି ପଗଡି ପିନ୍ଧିଥିବା ବେଳେ କନ୍ୟାକୁ ଏହି ତ୍ରିରଙ୍ଗା ରଙ୍ଗରେ ତିଆରି କରାଯାଇଥିବା ଏକ ମାଳା ପିନ୍ଧାଇଥିଲେ। କେବଳ ସେତିକି ନୁହେଁ ଜନସଂଖ୍ୟା ନିୟନ୍ତ୍ରଣକୁ ଆଇନରେ ପରିଣତ କରିବାକୁ ଏକ ଫ୍ଲେକ୍ସ ତିଆରି କରି ବିବାହ ମଣ୍ଡପ ନିକଟରେ ଲଗାଯାଇଥିବା ଦେଖାଯାଇଛି। ଦେଶର ଜନସଂଖ୍ୟା ଆସନ୍ତା ୨ ବର୍ଷ ମଧ୍ୟରେ ୧୫୦ କୋଟି ଅତିକ୍ରମ କରିବାକୁ ବସିଥିବାରୁ ସେ ଏପରି କରିଥିବା କହିଛନ୍ତି। ଏମିତିକି ମଣ୍ଡପକୁ ମଧ୍ୟ ତ୍ରିରଙ୍ଗାର ତିନି ରଙ୍ଗରେ ସଜାଯାଇଥିଲା। ଆହୁରି ମଧ୍ୟ ବିବାହ ସମୟରେ ଦେଶଭକ୍ତି ଗୀତ ଶୁଣିବାକୁ ମିଳିଥିଲା। ଚନ୍ଦୌସିର ପରିବହନ ବିଭାଗରେ କାମ କରୁଥିବା ଅନିଲ ମିଶ୍ରଙ୍କ ପୁଅ ମୋହିତ ମିଶ୍ରଙ୍କ ବିବାହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମୋହିତ ମିଶ୍ର ସୋମବାର ସୋନମ ପାଠକଙ୍କୁ ବିବାହ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାହରେ ଯେଉଁ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା ସେଥିରେ ହିନ୍ଦୀରେ ଗୋଟିଏ ଲାଇନ୍‌ ଲେଖି ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ ଜଣାଇ କିଛି ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ତେବେ ଦେଶରେ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ହିଂସା ଭଳି ପରିସ୍ଥିତି ଉପୁଜିବା ଓ ଅନେକ ଗାଡି ମୋଟର ପୋଡି ଦେବା ଭଳି ଘଟଣା ଅନିଲଙ୍କୁ ଆଦୌ ଭଲ ଲାଗି ନ ଥିଲା। ସେଥିପାଇଁ ସେ ନିଜ ପୁଅଙ୍କ ବିବାହ କାର୍ଡରେ ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ ଜଣାଇବା ସହ ଏହାର ବାସ୍ତବିକତା ସମ୍ପର୍କରେ ସୂଚନା ଦେଇଥିଲେ। ଏବେ ସେ ତାଙ୍କ ପୁଅର ବିବାହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri