ତେସିଙ୍ଗା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବଗିଚା କାମ କରୁଛନ୍ତି ପ୍ରବାସୀ

ଭଣ୍ଡାରିପୋଖରୀ,୨୪ା୫(ଡି.ଏନ୍‌.ଏ.): କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କିଏ ଟିକ୍‌ଟକ୍‌ କଲାଣି ତ ଆଉ କିଏ ଖାଇବା ଫିଙ୍ଗି ଭିଡିଓ ଭାଇରାଲ କଲେଣି। ଏଥିନେଇ ସରପଞ୍ଚଙ୍କଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ମାତ୍ର ଏମିତି ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟର ଅଛ, ଯେଉଁଠି ପ୍ରବାସୀମାନେ ବଗିଚା କାମ କରି ବେଶ୍‌ ଶୃଙ୍ଖଳିତ ଆଚରଣ ଦେଖାଇ ଅନ୍ୟମାନଙ୍କ ପାଇଁ
ଉଦାହରଣ ପାଲଟିଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତସ୍ଥିତ ବିଶୋଳ କୁଲଣା ମୈତ୍ରୀ ସରକାରୀ ଉଚ୍ଚ ବିଦ୍ୟାପୀଠ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳା ଓ ପୁରୁଷ ମିଶି ୭୪ ଜଣ ପ୍ରବାସୀ ରହିଛନ୍ତି। ସମସ୍ତେ କୋଲକାତା, ବିହାର,ତାମିଲନାଡୁ,ଆନ୍ଧ୍ରପ୍ରଦେଶ,କର୍ନାଟକ, ମହାରାଷ୍ଟ୍ର ,କେରଳ ଆଦି ରାଜ୍ୟରୁ ଆସି ଏହି କେନ୍ଦ୍ରରେ ରହିଛନ୍ତି। ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇଙ୍କ ତତ୍ତ୍ୱାବଧାନରେ ଏଠାରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯିବା ରନ୍ଧାଖାଦ୍ୟ ଦିଆଯାଉଛି। ସବୁଠୁ ବଡ଼ କଥା ହେଲା ଏହି କ୍ୱାରାଣ୍ଟାଇନ୍‌ ସେଣ୍ଟରର ଅଧିକାଂଶ ପ୍ରବାସୀ ଉକ୍ତ ବିଦ୍ୟାପୀଠର ପୁରାତନ ଛାତ୍ର। ଉକ୍ତ ବିଦ୍ୟାପୀଠରୁ ପାଠପଢ଼ା ଛାଡ଼ି ଆତ୍ମନିର୍ଭରଶୀଳ ପାଇଁ ବାହାର ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥିଲେ। ତେଣୁ ପ୍ରବାସୀମାନେ ଅବସର ସମୟରେ ବିଦ୍ୟାପୀଠ ପରିସରରେ ଥିବା ଫୁଲ ବଗିଚାରେ ମାଟି ହାଣିବା ସହ ଫୁଲ ଫଳ ଗଛ ଲଗାଇବା, ପାଣି ଦେବା, ସଫା ସୁତରା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପ୍ରବାସୀମାନଙ୍କୁ ଏଥିପାଇଁ କୌଣସି ପାରିଶ୍ରମିକ ଦିଆଯାଉନାହିଁ ବୋଲି ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri