Posted inଜାତୀୟ

ତେଲେଙ୍ଗାନା କଂଗ୍ରେସରେ ବିଦ୍ରୋହ

ହାଇଦ୍ରାବାଦ,୭ା୬ (ଆଇଏଏନ୍‌ଏସ୍‌):ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁରୁବାର ତେଲେଙ୍ଗାନାରେ ଦଳକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ୧୨ ବିଧାୟକ ଦଳ ଛାଡ଼ି ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌)ରେ ଯୋଗଦେଇଛନ୍ତି। ଏହାସହ ସେମାନେ ଟିଆର୍‌ଏସ୍‌ରେ କଂଗ୍ରେସ ବିଧାୟକ ଦଳ(ସିଏଲ୍‌ପି)ର ବିଲୟ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଆଗକୁ ଦଳଡ଼ିଆଁଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏଆଇସିସି ଏହାକୁ ନିନ୍ଦା କରିବା ସହ ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଭିହିତ କରିଛି।
ଡିସେମ୍ବରରେ ୧୧୯ ସଦସ୍ୟ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରେଡ୍ଡୀ (କେସିଆର୍‌)ଙ୍କ ଟିଆର୍‌ଏସ୍‌କୁ ୮୮ ଆସନରେ ସଫଳତା ମିଳିଥିଲା। ଫଳରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କେସିଆର୍‌ ପୁଣିଥରେ କ୍ଷମତାକୁ ଫେରିଛନ୍ତି। କଂଗ୍ରେସ ୧୯ ଆସନରେ ବିଜୟୀ ହୋଇଥିଲା। ଗତ ମାର୍ଚ୍ଚରେ ୧୧ ବିଧାୟକ କଂଗ୍ରେସ ଛାଡ଼ିଥିଲେ। ପିସିସି ସଭାପତି ଏନ୍‌. ଉତ୍ତମ କୁମାର ରେଡ୍ଡୀ ଲୋକ ସଭା ନିର୍ବାଚନରେ ନାଲଗୋଣ୍ଡା ଆସନରୁ ବିଜୟୀ ହେବା ପରେ ବୁଧବାର ହୁଜୁରନଗର ବିଧାନସଭାରୁ ଇସ୍ତଫା ଦେଇଥିଲେ। ଏହିକ୍ରମରେ ଗୁରୁବାର ତନ୍ଦୁର ବିଧାୟକ ରୋହିତ ରେଡ୍ଡୀ ଯୋଡ଼ିହୋଇଛନ୍ତି। ସେ କଂଗ୍ରେସ ଛାଡ଼ି ତାଙ୍କର ପୂର୍ବ ଦଳ ଟିଆର୍‌ଏସ୍‌କୁ ଫେରିଛନ୍ତି। ଏଥିସହ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ଗୃହରେ ସଦସ୍ୟଙ୍କ ସଂଖ୍ୟା ୬କୁ ଖସିଆସିଛି ଏବଂ ଦଳବଦଳକାରୀଙ୍କ ସଂଖ୍ୟା ଦୁଇ-ତୃତୀୟାଂଶରେ ପହଞ୍ଚତ୍ଛି। ନିୟମ ଅନୁସାରେ କୌଣସି ଦଳର ଦୁଇ-ତୃତୀୟାଂଶ ବିଧାୟକ ଅନ୍ୟ ଦଳରେ ସାମିଲ ହେଲେ ସେମାନଙ୍କ ପାଇଁ ଦଳବଦଳ ଆଇନ ଲାଗୁ ହୋଇ ନ ଥାଏ। ତେଣୁ କଂଗ୍ରେସ ଛାଡ଼ିଥିବା ବିଧାୟକମାନେ ଏକ ସ୍ବତନ୍ତ୍ର ବୈଠକ ପରେ ବାଚସ୍ପତି ପୋଚରାମ ଶ୍ରୀନିବାସ ରେଡ୍ଡୀଙ୍କୁ ସାକ୍ଷାତ କରି ଟିଆର୍‌ଏସ୍‌ ସହିତ ବିଧାୟକ ଦଳର ବିଲୟ କରାଯାଉ ବୋଲି ଏକ ଦାବିପତ୍ର ଜଣାଇଛନ୍ତି।
ସେମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସ ପ୍ରଗତି ଭବନକୁ ଯାଇ କେସିଆର୍‌ଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ରୋହିତ ରେଡ୍ଡୀ ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେସିଆର୍‌ଙ୍କ ପୁଅ କେ.ଟି ରାମାରାଓଙ୍କୁ ଭୋଟି ଶାସକ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ। ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମକୁ ଦେଖି ୧୨ ବିଧାୟକ ଏଭଳି ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ଗନ୍ଦ୍ରା ଭେଙ୍କଟ ରାମାନ୍ନା ରେଡ୍ଡୀ କହିଛନ୍ତି। ବାଚସ୍ପତି ସେମାନଙ୍କ ଅନୁରୋଧକୁ ଗ୍ରହଣ କଲେ ବିଧାନସଭାରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା ସହ ଏହାର ସଦସ୍ୟଙ୍କ ସଂଖ୍ୟା ୬କୁ ଖସିଯିବ। ବିଧାନସଭାରେ ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସିଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍‌ର ୭ ଓ ଭାଜପାର ଜଣେ ବିଧାୟକ ଅଛନ୍ତି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର ୨ ବିଧାୟକଙ୍କ ମଧ୍ୟରୁ ଜଣେ ଟିଆର୍‌ଏସ୍‌ରେ ମିଶିବା ନେଇ ଘୋଷଣା କରିଛନ୍ତି।
ଏହି ଘଟଣାକ୍ରମ ପରେ କେତେଜଣ କଂଗ୍ରେସ ନେତା ଦଳବଦଳ ପ୍ରତିବାଦରେ ବିଧାନସଭା ପରିସରସ୍ଥିତ ମହାମତ୍ା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମୁହଁରେ କଳାପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିରୋଧୀ ଦଳ ନେତା ଏମ୍‌. ଭଟ୍ଟି ବିକ୍ରମ ବାଚସ୍ପତିଙ୍କୁ ଭେଟି କୌଣସି ନିଷ୍ପତ୍ତି ନେବା ପୂର୍ବରୁ କଂଗ୍ରେସକୁ ନୋଟିସ କରିବାକୁ ସେ ଅନୁରୋଧ କରିଛନ୍ତି। ଏଭଳି ପଦକ୍ଷେପକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ନିନ୍ଦା କରିଛନ୍ତି। ଟିଆର୍‌ଏସ୍‌ ଅଧ୍ୟକ୍ଷ କେସିଆର୍‌ ତେଲେଙ୍ଗାନା ଭୋଟରଙ୍କ ଜନାଦେଶକୁ ପ୍ରତାରିତ କରିଛନ୍ତି। ତାଙ୍କର ଏଭଳି ଲଜ୍ଜାଜନକ କାର୍ଯ୍ୟକୁ ଲୋକେ କ୍ଷମା କରିବେ ନାହିଁ ବୋଲି ବିକ୍ରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri