ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ନେଇ ନୂଆ ନିୟମ

ଭୁବନେଶ୍ୱର,୪ା୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନକୁ ଆଉ ଦୁଇ ସପ୍ତାହ ଅର୍ଥାତ୍‌ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୋମବାରଠାରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବ। ତେଣୁ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ ସବୁ ଖୋଲିବ ଏବଂ ବନ୍ଦ ରହିବ ସେ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ଜିଲାଗୁଡ଼ିକୁ ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌ ଜୋନ୍‌ରେ ବିଭକ୍ତ କରାଯାଇଛି। ଗତ ୨୧ଦିନ ମଧ୍ୟରେ କୌଣସି ଆକ୍ରାନ୍ତ ବାହାରି ନ ଥିବା ଜିଲାକୁ ଗ୍ରୀନ୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ସେହିପରି ଲଗାତର ଆକ୍ରାନ୍ତ ଚିହ୍ନଟ ହେଉଥିବା ଏବଂ ନୂଆ ରୋଗୀ ବାହାରୁଥିବା ଅଞ୍ଚଳକୁ ରେଡ୍‌ ଜୋନ୍‌ କରାଯାଇଛି। ଏହା ମଧ୍ୟରୁ ଯେଉଁ ଜିଲାଗୁଡିକ ରେଡ୍‌ କିମ୍ବା ଗ୍ରୀନ୍‌ରେ ଆସୁନାହାନ୍ତି ସେମାନେ ଅରେଞ୍ଜ ଜୋନ୍‌ ଭାବେ ବିବେଚିତ ହେଉଛନ୍ତି। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନରେ ସମସ୍ତ ଘରୋଇ, ଅନ୍ତର୍ଜାତୀୟ ଯୋଗାଯୋଗକୁ ବାତିଲ କରାଯାଇଛି। ହେଲେ ସ୍ବାସ୍ଥ୍ୟସେବା, ଏୟାର ଆମ୍ବୁଲାନ୍ସ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଅନୁମତିପ୍ରାପ୍ତ ଯୋଗାଯୋଗ ଜାରି ରଖାଯିବ। ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଟ୍ରେନ୍‌ ଯାତ୍ରା ଜାରି ରହିବ। ହେଲେ ଏଥିଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ଆବଶ୍ୟକ ପଡ଼ିବ। ଅନୁରୂପଭାବେ ଆନ୍ତଃରାଜ୍ୟ ବସ୍‌ ସେବା ପାଇଁ ଅନୁମତି ଆବଶ୍ୟକ, କିନ୍ତୁ ସାଧାରଣ ବସ୍‌ ସେବା ବନ୍ଦ ରଖାଯାଇଛି। ସ୍କୁଲ, କଲେଜ, କୋଚିଂ ସେଣ୍ଟର ଇତ୍ୟାଦିରେ ଅନ୍‌ଲାଇନ୍‌ ପାଠପଢ଼ା ହେବ। କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକରେ ନିଯୁକ୍ତ ସ୍ବାସ୍ଥ୍ୟକର୍ମୀ, ପୋଲିସ, ସରକାରୀ ଅଧିକାରୀ ପ୍ରମୁଖଙ୍କ ପାଇଁ ଅଭ୍ୟର୍ଥନା ସେବା ଜାରି ରହିବ। ସିନେମା ହଲ୍‌, ଶପିଂ ମଲ୍‌, ଜିମ୍‌, କ୍ରୀଡ଼ା କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ନାଟ୍ୟଘର, ବାର୍‌, ଅଡିଟୋରିୟମ୍‌ ଇତ୍ୟାଦିରେ ଏକାଠି ହେବାକୁ ମନା କରାଯାଇଛି। ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟରେ ଏକାଠି ହେବାକୁ ବାରଣ କରାଯାଇଛି। ସମସ୍ତ ଧାର୍ମିକସ୍ଥଳରେ ସର୍ବସାଧାରଣଙ୍କ ପୂଜା ଆରାଧନା ବନ୍ଦ ରଖାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ର ସମସ୍ତ ଜନସାଧାରଣଙ୍କୁ ଆରୋଗ୍ୟ ସେତୁ ଆପ୍‌ ଦ୍ୱାରା ଯୋଡ଼ାଯିବ। ଏହାଦ୍ୱାରା କଣ୍ଟାକ୍ଟ ଟ୍ରାକିଂ କରାଯାଇପାରିବ। ଗୋଷ୍ଠୀଗତ ତଥା ଏକାକୀ କ୍ୱାରାଣ୍ଟାଇନ ସମ୍ବନ୍ଧୀୟ ନିଷ୍ପତ୍ତି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ନେବେ, ଘରଓ୍ବାରି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହି ଜୋନ୍‌ରେ ସବୁ ପ୍ରକାର ନିୟମକୁ କଡ଼ାକଡ଼ି ପାଳନ କରାଯିବ। ସ୍ବାସ୍ଥ୍ୟଗତ ଜରୁରିକାଳୀନ ପରିସ୍ଥିତି ଏବଂ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ହିଁ ବ୍ୟକ୍ତିମାନଙ୍କୁ ଯିବା ଆସିବା ଲାଗି ଅନୁମତି ଦିଆଯିବ। ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସ ସେବା ଜାରି ରଖାଯାଇଛି। ଆଦୌ ସଂକ୍ରମଣ ନ ଥିବା ଅଞ୍ଚଳଗୁଡିକରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ଅଧୀନ କାର୍ଯ୍ୟାଳୟଗୁଡିକ ଉପସଚିବଠାରୁ ଅଧିକ ର଼୍ୟାଙ୍କର ଅଫିସର ଶତପ୍ରତିଶତ ଅଫିସରେ ଯୋଗଦେବେ। ଏହାବ୍ୟତୀତ ଅନ୍ୟ ପାହ୍ୟାର ମାତ୍ର ୩୩ ପ୍ରତିଶତ କର୍ମଚାରୀ ଆସିବେ। ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ କର୍ମଚାରୀ କାର୍ଯ୍ୟ କରିବେ ସେନେଇ ସାଧାରଣ ପ୍ରଶାସନ ବିଭାଗ ନିଷ୍ପତ୍ତି ନେବ।

ଜୋନ୍‌ ଅନୁଯାୟୀ ବ୍ୟବସ୍ଥା
ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ରେଡ୍‌ ଜୋନ୍‌ରେ ମଲ୍‌, ମାର୍କେଟ କମ୍ପ୍ଲେକ୍ସ, ସେଲୁନ, ସ୍ପା ବନ୍ଦ ରହିବ। ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଘରୋଇ କାର୍‌ରେ ଡ୍ରାଇଭର ସହ ୨ଜଣ ପାସେଞ୍ଜର ଯାଇପାରିବେ। ଦୁଇଚକିଆ ଯାନ ପଛରେ କେହି ବସି ଯାଇପାରିବେ ନାହିଁ। ଓଲା ଏବଂ ଉବେରରେ ମେଡିକାଲକୁ ରୋଗୀ ଯିବା ଆସିବା କରିପାରିବେ। ଜିଲା ଭିତରେ ଏବଂ ବାହାରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସହରାଞ୍ଚଳରେ ଓଷଧ ଏବଂ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳକୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ମଲ୍‌ ବ୍ୟତୀତ ସମସ୍ତ ଦୋକାନ ଖୋଲିପାରିବ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ ଏବଂ ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ସହରାଞ୍ଚଳର ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଗୋଟିକିଆ, ଧାଡିକିଆ ଦୋକାନ ଖୋଲିବ। ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ବେସରକାରୀ କାର୍ଯ୍ୟାଳୟଗୁଡିକ ଚାଲିପାରିବ।
ସେହିପରି ଅରେଞ୍ଜ ଜୋନ୍‌ରେ ମଧ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ସବୁ ଜୋନ୍‌ରେ ବନ୍ଦ ରହିବ। କୌଣସି ଜୋନ୍‌ରେ ସିନେମା ହଲ୍‌, ଜିମ୍ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବନାହିଁ। ସୁଇମିଂ ପୁଲ, ପାର୍କ, ଥିଏଟର, ବାର୍‌, ଅଡିଟୋରିୟମ ମଧ୍ୟ ବନ୍ଦ ରହିବ। ଧର୍ମାନୁଷ୍ଠାନରେ ଧର୍ମିକ ସମାବେଶକୁ କଡାକଡ଼ି ବାରଣ କରାଯାଇଛି। ଜିଲା ଭିତରେ ଯାତାୟାତ ସମ୍ଭବ। ବାହାର ଜିଲାରୁ ଆସିଲେ ଅନୁମତି ଜରୁରୀ।
ଗ୍ରାନ୍‌ ଜୋନ୍‌ରେ ଆନ୍ତଃ ରାଜ୍ୟ ମାଲବାହୀ ଗାଡ଼ି ଚଳାଚଳ କରିହେବ। ସେହିପରି ଏହି ଜୋନ୍‌ରେ ଆନ୍ତଃ ଜିଲା ଓ ଜିଲା ଭିତରେ ବସ୍‌ ଚଳାଚଳକୁ ଅନୁମତି ରହିଛି। ୪ ଚକିଆ ଗାଡିରେ ଡ୍ରାଇଭରଙ୍କ ସମେତ ପଛରେ ୨ଜଣ ଯାଇପାରିବେ। ଦୁଇ ଚକିଆ ଗାଡିରେ ୨ଜଣ ଯାତ୍ରା କରିପାରିବେ। ବିନା ଅନୁମତିରେ ଗାଡି ଏବଂ ବ୍ୟକ୍ତିବିଶେଷ ଯାତାୟାତ କରିପାରିବେ। ଗ୍ରାମାଞ୍ଚଳରେ ସମସ୍ତ ଦୋକାନ ଓ ସହରାଞ୍ଚଳରେ ପୂର୍ବ ଘୋଷଣା ମୁତାବକ ଦୋକାନ ଖୋଲିବ। ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଚାଲିବ ଏବଂ ସେଲୁନ ଓ ସ୍ପା ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri