ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ବିଧାନସଭା ଘେରାଉ: ପ୍ରଦୀପ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଚିନରେ କାମ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ସହ ହତ୍ୟା କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ପୋଲିସ ଚପାଇଦେବାକୁ ଚକ୍ରାନ୍ତ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମାଝି କହିଛନ୍ତି ଯେ, ମାଲକାନଗିରିରେ ରାଜଧାନୀଠାରୁ ଅଧିକ ପୋଲିସ ଏବଂ ପାରା ମିଲିଟାରି ଫୋର୍ସ କାର୍ଯ୍ୟ କରୁଛନ୍ତି। ପୋଲିସ ଛାଉଣୀ ଥାଇ ମଧ୍ୟ ଆଦିବାସୀ ମହିଳାଙ୍କୁ କିପରି ବଳାତ୍କାର ଓ ହତ୍ୟା କରାଯାଏ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇପଡୁଛି। ପୀଡ଼ିତାଙ୍କ ବିଭିନ୍ନ ସ୍ଥାନକୁ ଲୁହାରଡ୍‌ରେ ଭୁସାଯାଇଛି ଏବଂ ବର୍ବରୋଚିତ ଭାବେ ଆକ୍ରମଣ କରାଯାଇଛି। ପୀଡ଼ିତା ବହୁ ବର୍ଷ ଧରି ମାଲକାନଗିରି ସଦର ମହକୁମା ପୋଲିସ କ୍ୟାଣ୍ଟିନରେ ହେଲ୍‌ପର ଭାବେ କାର୍ଯ୍ୟ କରୁଥିଲେ। ପ୍ରତିଦିନ ସକାଳ ୭ଟାରେ କ୍ୟାଣ୍ଟିନର ଚାବି ଖୋଲେ ଏବଂ ଦିନ ତମାମ ସେଠାରେ ସେ କାମ କରନ୍ତି। ରାତି ୧୧ରେ କ୍ୟାଣ୍ଟିନରେ ଚାବି ପକାଇ ସେଠାରୁ ୫୦ମିଟର ଦୂର ପର୍ଯ୍ୟନ୍ତ ଭଡ଼ାଘରକୁ ଫେରନ୍ତି। କ୍ୟାଣ୍ଟିନରେ ପୋଲିସ କର୍ମଚାରୀମାନେ ମଧ୍ୟାହ୍ନ ଏବଂ ରାତ୍ରିଭୋଜନ କରିଥାଆନ୍ତି। ଗତ ମାସ ୭ତାରିଖରେ ପୀଡ଼ିତାଙ୍କୁ ଅସୁସ୍ଥ ଅବସ୍ଥାରେ ପୋଲିସ କର୍ମଚାରୀମାନେ ମାଲ୍‌କାନଗିରି ହସ୍ପିଟାଲରେ ଭର୍ତ୍ତି କରିବା ସହ ପୀଡ଼ିତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ। ପୀଡ଼ିତାଙ୍କ ସ୍ବାମୀ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖିବାକୁ ପାଇଥିଲେ। ଏପରି କି ତାଙ୍କ ଚିକିତ୍ସା ଠିକ୍‌ରେ ହୋଇ ନ ଥିବା ମଧ୍ୟ ଜାଣିବାକୁ ପାଇଲେ। ପରେ ପୀଡ଼ିତାଙ୍କୁ ବ୍ରହ୍ମପୁର ହସ୍ପିଟାଲ ନିଆଯାଉଥିବାବେଳେ ତାଙ୍କ ଅଧାବାଟରେ ମୃତ୍ୟୁ ଘଟିଥିଲା। ପୀଡ଼ିତାଙ୍କ ମୃତ୍ୟୁପରେ ତାଙ୍କ ସ୍ବାମୀଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନିଆଯିବା ସହିତ ତାଙ୍କଠାରୁ ସାଦାକାଗଜରେ ୬ଟି ଦସ୍ତଖତ ନିଆଯାଇଥିବା ମାଝି ଅଭିଯୋଗ କରିଛନ୍ତି। ରାତି ଅଧରେ ପୋଲିସ ଉପସ୍ଥିତ ରହି ଶବଦାହ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କ ସ୍ବାମୀଙ୍କୁ ବାଧ୍ୟ କରିଥିଲେ। ଏହି ଘଟଣାର ତୁରନ୍ତ ତଦନ୍ତ ଲାଗି ମାଲକାନଗିରି କଂଗ୍ରେସ ପ୍ରତିନିଧି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ମାତ୍ର ୧୫ଦିନ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହାନ୍ତି ବୋଲି ମାଝି ଅଭିଯୋଗ କରିଛନ୍ତି। ଯଦି ସରକାର ତୁରନ୍ତ ଦୋଷୀକୁ ଗିରଫକରି ମୃତକଙ୍କ ପରିବାରବର୍ଗଙ୍କୁ ନ୍ୟାୟ ନ ଦିଅନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ କରିବାକୁ ମାଝି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri