Posted inUncategorized

ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଶନିବାର ଅପରାହ୍ନ ପ୍ରାୟ ୨ଟା୩୦ରେ ପରିବାରର ସମସ୍ତେ ଶୋଇ ପଡିଥିବା ବେଳେ ଘର ପଛପଟୁ ନିଆଁଲାଗି ଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଚାହୁଁଚାହୁଁ ଘର ଜଳି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଧାନ, ଚାଉଳ ଓ ଆସବାବପତ୍ର ଏବଂ ଇନ୍ଦିରା ଆବାସ ଘର ତିଆରି କରିବା ପାଇଁଁ ରଖିଥିବା ୩୦ବସ୍ତା ସିମେଣ୍ଟ ପୋଡିଯାଇଥିଲା। ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦମକଳ ଗାଡି ସହ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?