ତାଳଚେର କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ

ତାଳଚେର, ୨୧ା୪(ନି.ପ୍ର.)

ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍‌ପିଟାଲରେ ସୋମବାର ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ। ଏହି ହସ୍‌ପିଟାଲ ଉଦ୍‌ଘାଟନ ପୂର୍ବରୁ ଏମ୍‌ସିଏଲ୍‌, ସମ୍‌ ହସ୍ପିଟାଲ ଏବଂ ଜିଲା ପ୍ରଶାସନ ମଧ୍ୟରେ କୋଭିଡ-୧୯ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଠାରେ କରୋନା ରୋଗୀଙ୍କ ପାଇଁ ୧୫୦ଟି ବେଡ୍‌ ସହ ୬ଟି ଆଇସିୟୁ ଶଯ୍ୟା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଶୋକ ମହାପାତ୍ର, ପ୍ରଫେସର ଡ. ଈଶ୍ୱର ଚନ୍ଦ୍ର ବେହେରା, ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ, ସେଣ୍ଟ୍ରାଲ ହସ୍‌ପିଟାଲ ସିଏମ୍‌ଏସ୍‌ ଡା଼. ମନୋଜ ବେହେରା, ଜଗନ୍ନାଥ କ୍ଷେତ୍ର ଜିଏମ୍‌ ଏମ.ଜି. ବ୍ରହ୍ମପୁରକରଙ୍କ ସମେତ ପ୍ରଶାସନିକ ଅଧିକାରୀ, ଏମସିଏଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହି କୋଭିଡ-୧୯ ଡାକ୍ତରଖାନା ଏମ୍‌ସିଏଲ୍‌ ଅନୁଦାନରେ ନିର୍ମିତ ହୋଇଥିବାବେଳେ ସମ୍‌ ହସ୍ପିଟାଲ ପକ୍ଷରୁ ପରିଚାଳନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା: ଓଡ଼ିଶାବାସୀଙ୍କ ପାଇଁ ଦ୍ବିତୀୟ ଘର କୋଲକାତା କହିଲେ…

ଭୁବନେଶ୍ୱର,୮।୫: ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି,୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍‌ ଏକ ଅବିସ୍ମରଣୀୟ ଯାତ୍ରା।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶୁଭେନ୍ଦୁ ଯଜ୍ଞଙ୍କୁ ଆସିଛି ଡକରା

ବଞ୍ଚୋ,୮।୫(ପ୍ରଦୋଷ ବିଶ୍ୱାଳ): ପଶ୍ଚିମବଙ୍ଗରେ ଶନିବାର ଭାଜପା ସରକାର ଗଠନ କରିବ। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ସ୍ବରାଷ୍ଟ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri