Posted inଜାତୀୟ

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ ପୂର୍ବ ସାରେ ମୋଗବଜାର ଅଞ୍ଚଳରେ ଏକ କ୍ରୁଡ ବୋମା ବିସ୍ଫୋରଣରେ ଜଣେ ୨୧ବର୍ଷୀୟ ଯୁବକଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା। ଏହି ଘଟଣା ରାଜଧାନୀର ସୁରକ୍ଷା ଏବଂ ରାଜନୈତିକ ପରିବେଶ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ପୋଲିସର ସୂଚନା ଅନୁଯାୟୀ, ବୁଧବାର ସା ପ୍ରାୟ ୭ଟା ୧୦ ସମୟରେ, ଅଜ୍ଞାତ ଆକ୍ରମଣକାରୀମାନେ ମୋଗବଜାର ଫ୍ଲାଏଓଭରରୁ ତଳ ରାସ୍ତାରେ ଏକ ଶକ୍ତିଶାଳୀ କ୍ରୁଡ ବୋମା ଫିଙ୍ଗିଥିଲେ। ବୋମାଟି ରାସ୍ତାରେ ଯାଉଥିବା ଯୁବକଙ୍କ ଉପରେ ଆଘାତ କରିଥିଲା, ଯାହା ଫଳରେ ତାଙ୍କର ତୁରନ୍ତ ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା।
ମୃତକଙ୍କ ନାମ ୨୧ ବର୍ଷୀୟ ସୈଫୁଲ ସିଆମ, ଯିଏ ମୋଗବଜାର ଅଞ୍ଚଳରେ ଏକ ଅଟୋମୋବାଇଲ ଆସେସୋରିଜ ଦୋକାନରେ କାମ କରୁଥିଲେ। ପୋଲିସ କହିଛି ଯେ ଆକ୍ରମଣ ସମୟରେ ସିଆମ ନିକଟସ୍ଥ ଏକ ଦୋକାନରୁ ଖାଦ୍ୟ କିଣିବାକୁ ବାହାରକୁ ଯାଇଥିଲେ। ଘଟଣାସ୍ଥଳରେ ଥିବା ଜଣେ ଚା ଦୋକାନୀ ଫାରୁକ କହିଛନ୍ତି, ‘ହଠାତ ଏକ ଜୋରରେ ବିସ୍ଫୋରଣ ହୋଇଥିଲା। ମୁଁ ସିଆମଙ୍କୁ ତଳେ ପଡ଼ିଯାଇଥିବା ଦେଖିଲି।’ ତାଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା ଏବଂ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା।
ହାତୀରଝିଲ ପୋଲିସ ଷ୍ଟେଶନ ଅଞ୍ଚଳର ନ୍ୟୁ ଏସକାଟାନ ଅଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ଆସେମ୍ବଲିଜ ଅଫ ଗଡ (ଏଜି) ଚର୍ଚ୍ଚ ଏବଂ ବାଂଲାଦେଶ ମୁକ୍ତି ଯୋଦ୍ଧା ସଂସଦ କେନ୍ଦ୍ରୀୟ କମାଣ୍ଡ କାର୍ଯ୍ୟାଳୟ ଅବସ୍ଥିତ। ଏହି ସମ୍ବେଦନଶୀଳ ଅଞ୍ଚଳରେ ବିସ୍ଫୋରଣ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତାକୁ ଆହୁରି ବୃଦ୍ଧି କରିଛି।
ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ବିଏନପି ନେତା ତାରିକ ରହମାନଙ୍କ ଢାକା ଫେରିବା ନେଇ ରାଜନୈତିକ କାର୍ଯ୍ୟକଳାପ ଜୋର ଧରିଛି। ସେ ପୂର୍ବତନ ରାଷ୍ଟ୍ରପତି ଜିଆଉର ରହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ଏବଂ ଗତ ୧୫ ବର୍ଷ ଧରି ନିର୍ବାସିତ ଅଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ତାଙ୍କ ଫେରିବା ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri