Posted inଜାତୀୟ

ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ

କୋଲକାତା,୩ା୬(ଆଇଏଏନ୍‌ଏସ୍‌): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ଆରମ୍ଭ ହୋଇଯାଇଛି। ରବିବାର ପଶ୍ଚିମବଙ୍ଗର ଶିକ୍ଷାବିତ୍‌ ଓ ସାହିତି୍ୟକମାନେ କେନ୍ଦ୍ରର ଏଭଳି ଉଦ୍ୟମକୁ ବିରୋଧ କରିଛନ୍ତି। କୌଣସି ଭାଷାକୁ ଜୋରଜବରଦସ୍ତ ଲଦିଦେବା ଲାଗି ଉଦ୍ୟମକୁ ସବୁଦିଗରୁ ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି।
ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଭାଷାବିତ୍‌ ପବିତ୍ର ସର୍କାର କହିଛନ୍ତି, ହିନ୍ଦୀ ଶିକ୍ଷାକୁ ବାଧ୍ୟତାମୂଳକ କରିବା ଲାଗି କେ. କସ୍ତୁରିରଙ୍ଗନ୍‌ କମିଟିର ପ୍ରସ୍ତାବ ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଉପରେ ଅଧିକ ଚାପ ପକାଇବ। ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ହିନ୍ଦୀ ଶିକ୍ଷା ଦିଆଯାଇପାରେ। କିନ୍ତୁ ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଏହି ଭାଷାକୁ ବାଧ୍ୟତାମୂଳକ କରାଯିବା ଠିକ୍‌ ନୁହେଁ। ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କ ପାଇଁ ବୋଝ ହୋଇଥିବାବେଳେ ଏହାକୁ ଆହୁରି ବଢ଼ାଇବାକୁ ଦିଆ ନ ଯାଉ ବୋଲି ସେ କହିଛନ୍ତି। ଏଭଳି ପ୍ରସ୍ତାବକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଗଲାଣି। ଅନ୍ୟପକ୍ଷରେ ଅଣହିନ୍ଦୀଭାଷୀ ରାଜ୍ୟରେ ବସବାସ କରୁଥିବା ହିନ୍ଦୀଭାଷୀ ଲୋକମାନେ ସେଠାର ମୁଖ୍ୟ ଆଞ୍ଚଳିକ ଭାଷା ଶିକ୍ଷା କରିବା ଉଚିତ ବୋଲି ସର୍କାର କହିଛନ୍ତି। ଉଦାହରଣ ସ୍ବରୂପ ପଶ୍ଚିମବଙ୍ଗରେ ରହୁଥିବା ହିନ୍ଦୀଭାଷୀ ଲୋକେ ବଙ୍ଗଳା ଶିଖନ୍ତୁ। ଆଞ୍ଚଳିକ ଭାଷାର ପ୍ରସାରରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।
ଖ୍ୟାତନାମା ବଙ୍ଗଳା ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ କହିଛନ୍ତି ଦକ୍ଷିଣ ଭାରତରେ କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିକୁ ବିରୋଧ କରାଗଲାଣି। ପଶ୍ଚିମବଙ୍ଗରେ ଏହାକୁ ବିରୋଧ କରାଯିବା ନେଇ ସେ ଆଶାବାଦୀ ବୋଲି କହିଛନ୍ତି। କୌଣସି ଜିନିଷ ଲଦିଦିଆଯିବା ଠିକ୍‌ ନୁହେଁ। ଜଣେ କେଉଁ ଭାଷା ପଢ଼ିବେ, ସେ ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ହେବା ଉଚିତ ବୋଲି ଶୀର୍ଷେନ୍ଦୁ କହିଛନ୍ତି। ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବ ଶିକ୍ଷାର ଗୈରିକୀକରଣ ଲାଗି କେନ୍ଦ୍ର ପ୍ରୟାସର ଅଂଶବିଶେଷ କି ପ୍ରଶ୍ନ ଉପରେ ସେ କୌଣସି ଉତ୍ତର ନ ଦେଇ ଏଡାଇ ଯାଇଛନ୍ତି। ଯଦି ହିନ୍ଦୀ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବ ତେବେ ବଙ୍ଗଳାକୁ କାହିଁକି ନୁହେଁ ବୋଲି ଖ୍ୟାତନାମା କବି ତଥା ଶିକ୍ଷାବିତ୍‌ ସୁବୋଧ ସର୍କାର ପ୍ରଶ୍ନ କରିଛନ୍ତି। ଭାରତରେ ଅନେକ ଭାଷା ପ୍ରଚଳିତ ଥିବାବେଳେ ହିନ୍ଦୀକୁ ବାଧ୍ୟତାମୂଳକ କରାଯିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
କମିଟିର ଜାତୀୟ ଶିକ୍ଷାନୀତି ପ୍ରସ୍ତାବରେ ତ୍ରିଭାଷୀ ସୂତ୍ର ସମ୍ପର୍କରେ ଜଣାପଡିବା ପରେ ତାମିଲନାଡୁରେ ଏହାକୁ ଜୋରଦାର ବିରୋଧ କରାଯାଇଛି। ଏଭଳି ଶିକ୍ଷା ବ୍ୟବସ୍ଥା ଦେଶକୁ ବିଭାଜିତ କରିଦେବ ବୋଲି ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ ଶନିବାର କହିବା ସହ ଏହା କାର୍ଯ୍ୟକାରୀ ହେଲେ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ। ତ୍ରିଭାଷୀ ନୀତିକୁ ଡିଏମ୍‌କେ ପକ୍ଷରୁ ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ବିରୋଧ କରାଯିବ ବୋଲି ଦଳୀୟ ଏମ୍‌ପି କାନିମୋଝି କହିଥିଲେ। ଦକ୍ଷିଣ ଭାରତୀୟ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଏଭଳି ଶିକ୍ଷାନୀତି ପ୍ରସ୍ତାବକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri