ଢେଙ୍କାନାଳ ଜିଲା ଚିଠି: ଟ୍ରାଫିକ୍‌ ଟେନ୍‌ସନ

ଢେଙ୍କାନାଳ ସମେତ ଜିଲାର ପ୍ରମୁଖ ସହରରେ ଟ୍ରାଫିକ୍‌ ସମସ୍ୟା ଚିନ୍ତାଜନକ ହୋଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହୋଇଛି ସତ, ହେଲେ ବାସ୍ତବ ସ୍ଥିତି ଦେଖିଲେ ଏଥିପ୍ରତି କାହାରି ଖାତିର ନ ଥିବା ଭଳି ମନେହେଉଛି। ଗାଡ଼ି ଚାଳକ, ପଥରାରୀଙ୍କ ମଧ୍ୟରେ ସଚେତନତା ଅଭାବ, ଜନଗହଳିପୂର୍ଣ୍ଣ ସ୍ଥାନରେ ଦ୍ରୁତ ଗାଡ଼ିଚାଳନା ଏହାର ପ୍ରମୁଖ କାରଣ। ଅନ୍ୟପଟେ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଖାକି ଉପରେ ମାତ୍ରାଧିକ ଚାପ ପଡୁଛି, ଯାହା ସମସ୍ୟାକୁ ବଢ଼ାଉଛି। ଢେଙ୍କାନାଳରୁ କାମାକ୍ଷାନଗରକୁ ସଂଯୋଗ କରୁଥିବା ୪୦ କି.ମି. ଦୀର୍ଘ ପୂର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ପାଲଟିଛି। ଦୁର୍ଘଟଣାପ୍ରବଣ ସ୍ଥାନରେ ସଚେତନତା ଫଳକ ଲାଗୁନାହିଁ। ୬ମାସ ମଧ୍ୟରେ ଦୁର୍ଘଟଣା ଘଟି ଏହି ରାସ୍ତାରେ ୬ଜଣଙ୍କ ମୃତ୍ୟୁ ଘଟିଲାଣି। ଅନେକେ ଆହତ ମଧ୍ୟ ହେଲେଣି। ଶଙ୍କରପୁର-ଭାପୁର-ଅନୁଗୋଳ-ସମ୍ବଲପୁର ରାସ୍ତାରେ ବେପରୁଆ ଗାଡ଼ି ଚାଳନା ପଥଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସେହିପରି ଢେଙ୍କାନାଳ ସହରର ଅନ୍ୟତମ ବ୍ୟସ୍ତବହୁଳ କୁଞ୍ଜକାନ୍ତ ଅଞ୍ଚଳରେ ଶତାଧିକ ଗାଡ଼ି ଚଳାଚଳ ଯୋଗୁ ରାସ୍ତା ଜାମ୍‌ ହେଉଛି। କିଛିଦିନ ମଧ୍ୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ୨ଜଣଙ୍କ ଜୀବନହାନି ହେଲାଣି। ସହର ଭିତରେ ଦୁର୍ଘଟଣା ବଢ଼ିଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନର ଚେତା ପଶୁନାହିଁ। ବେପରୁଆ ଗାଡ଼ି ଚାଳକଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ କେହି କାହାରିକୁ ଖାତିର କରୁନାହାନ୍ତି। ଜିଲାରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଟ୍ରାଫିକ୍‌ ସମସ୍ୟାରେ ସୁଧାର ନ ହେଲେ ସାଧାରଣରେ କୁହୁଳୁଥିବା ଅସନ୍ତୋଷ ଉଗ୍ରରୂପ ନେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
– ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri