ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆଇଆଇସିଙ୍କୁ ଆକ୍ରମଣ ମାମଲାରେ ୧୩ ଗିରଫ

ବାଲିଆପାଳ,୧।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଇଡ଼କୋଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୭ଦିନ ପୂରିଲାଣି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଢାବା ମାଲିକ ସାହାବୁଦ୍ଦିନ ସାହାଙ୍କ ଟେର୍‌ ପାଇପାରିନି ପୋଲିସ। ଅନ୍ୟପକ୍ଷରେ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପ୍ରତିଶୋଧ ପରାୟଣ ହୋଇ ରାତିଅଧିଆ ଚଢାଉ କରି ୧୩ଜଣ ଲୋକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି ା ପୋଲିସ ଆହୁରି ଅଧିକ ଲୋକଙ୍କୁ ଗିରଫ କରିବା ଲାଗି ତାଲିକା ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଗତ ଜୁଲାଇ ୨୬ତାରିଖରେ ଉକ୍ତ ଢାବାରେ କାମ କରୁଥିବା ଭୋଗରାଇ ବ୍ଲକର ଓଲୁଡା ଗ୍ରାମର ନାବାଳକ ବିଜୟ ଦଳାଇ(୧୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଢାବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଏବଂ ଜନସାଧରଣ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ତତ୍କାଳୀନ ଆଇଆଇସି ଆଚାର୍ଯ୍ୟ ସେଠାରେ ପହଞ୍ଚି ଏହା ଏକ ଆମତ୍ହତ୍ୟା ବୋଲି ମନ୍ତବ୍ୟ ଦେବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇପଡିଥିଲେ। ସେମାନେ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ଉପରେ ଆକ୍ରମଣ ଘଟଣାରେ ବୁଧବାର ରାତିରେ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଭାଜପା ନେତା ମନୋଜ କୁମାର ସି, ସୁଶାନ୍ତ ଜେନା, ପ୍ରଭାକର ଜେନା, ସେକ ଜୁଲୁ, ଖରିଫ ମହମ୍ମଦ, ଗୋପାଳ କୃଷ୍ଣ ମହାପାତ୍ର, ଅମିୟ ମହାପାତ୍ର, ଚୈତନ୍ୟ ଜେନା, ଦୀନବନ୍ଧୁ ଗିରି, ଶାନ୍ତନୁ କରଣ, ବରେନ୍ଦ୍ର ପ୍ରଧାନ, ମନ୍ମଥ ମହୁରୀ, ମୂଷା ଜେନା ପ୍ରମୁଖ। ଗିରଫ ୧୩ ଜଣଙ୍କୁ ସୁରକ୍ଷା ଦୃଷ୍ଟିରୁ ବାଲିଆପାଳ ଥାନାରେ ନ ରଖାଯାଇ ରୂପ୍‌ସା ଥାନା ହେପାଜତରେ ରଖାଯାଇଥିଲା। ଗୁରୁବାର ପୂର୍ବାହ୍ନରେ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିଲା। ଢାବା ମାଲିକଙ୍କୁ ଗିରଫ କରିବାକୁ ମୃତ ନାବାଳିକାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଗିରଫ ହୋଇଥିବା ଭାଜପା ନେତା ମନୋଜ କୁମାର ସି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୋଲିସକୁ ମାଡ଼ ଘଟଣାରେ ସେ ସମ୍ପୃକ୍ତ ନ ଥିଲେ ହେଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି। ବାଲେଶ୍ୱର ଏମ୍‌ପିଙ୍କ ଲୋକସଭା କ୍ଷେତ୍ର ପ୍ରତିନିଧି ଉମାକାନ୍ତ ମହାପାତ୍ର ଏ ସମ୍ପର୍କରେ ବାଲିଆପାଳ ଆଇଆଇସି ରଣଜିତ ସାହୁଙ୍କ ସହ ଆଲୋଚନା କରିଛନ୍ତି। ନୀରିହ ଜନସାଧାରଣଙ୍କୁ ବାଦ୍‌ ଦେଇ ପ୍ରକୃତ ଦୋଷୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri