‘ଡ୍ରିମ୍‌ ଗର୍ଲ’ ନିର୍ଦ୍ଦେଶକଙ୍କୁ ଲାଲ୍‌ ଜାଗୁଆର୍‌ ଭେଟି ଦେଲେ ଏକତା

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରି ହିଟ୍‌ ସାବ୍ୟସ୍ତ ହୋଇଥିଲା ଅଭିନେତା ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’। ମାତ୍ର ୩୦ କୋଟି ବଜେଟରେ ନିର୍ମାଣ ହୋଇଥିଲେ ସୁଦ୍ଧା ଏହା ୧୨୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଫିଲ୍ମକୁ ରାଜ୍‌ ଶାଣ୍ଡିଲ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ପ୍ରଯୋଜନା କରିଥିଲେ। ଏବେ ଫିଲ୍ମର ସଫଳତାକୁ ନେଇ ନିର୍ଦ୍ଦେଶକ ରାଜ୍‌ଙ୍କୁ ଏକ ଲାଲ୍‌ ରଙ୍ଗର ଜାଗୁଆର୍‌ ଭେଟି ଦେଇଛନ୍ତି ଏକତା କପୁର। ଉଭୟେ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇଥିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଗାମୀ ଦିନରେ ମଧ୍ୟ ଏକତା ରାଜ୍‌ଙ୍କ ସହ ଆଉ ଏକ ଫିଲ୍ମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏକତାଙ୍କ ବାଲାଜୀ ପ୍ରଡକ୍ସନ ସଂସ୍ଥା ଅଧୀନରେ ନିର୍ମିତ ହୋଇଥିଲା ‘ଡ୍ରିମ୍‌ ଗର୍ଲ’। ଏହି ଫିଲ୍ମ ଉଭୟ ଏକତା ଓ ଆୟୁଷ୍ମାନ୍‌ଙ୍କ ଜୀବନର ସବୁଠାରୁ ବଡ଼ ହିଟ୍‌ ହୋଇଥିଲା। ପୂର୍ବରୁ ପ୍ରଯୋଜନା ସଂସ୍ଥାରେ ନିର୍ମିତ ଫିଲ୍ମ ‘ଏକ୍‌ ଭିଲେନ୍‌’ ହିଟ୍‌ ହୋଇଥିବା ବେଳେ ଏହାକୁ ଆୟୁଷ୍ମାନ୍‌ଙ୍କ ଫିଲ୍ମ କାଟିଥିଲା। ଫିଲ୍ମରେ ଆୟୁଷ୍ମାନ୍‌ଙ୍କ ସହ ନୁସରତ ଭରୁଚା ପ୍ରମୁଖ ଭୂମିକାରେ ନଜରକୁ ଆସିଥିଲେ। ଝିଅଙ୍କ କଣ୍ଠରେ ଅଭିନୟ ସହ କଥା ହୋଇପାରୁଥିବା ପୁଅଙ୍କ ଭୂମିକାରେ ଆୟୁଷ୍ମାନ୍‌ ନଜରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri