Posted inଖେଳ

ଡୋପ୍‌ ସାମ୍ପଲ ସଂଗ୍ରହ ଆରମ୍ଭ ହେବ

ନୂଆଦିଲ୍ଲୀ, ୧୯ା୫ (ପି.ଟି.)-କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ରେ କୋହଳ କରାଯାଇଛି। ଏଣିକି ଆଥଲେଟ୍‌ମାନେ ଷ୍ଟାଡିୟମ ଅବା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଟ୍ରେନିଂ ନେଇପାରିବେ। ସେମାନଙ୍କଠାରୁ ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇପାରିବ। ତେବେ ବର୍ତ୍ତମାନ ପରିସ୍ଥିତିରେ କେତେଜଣ ଡୋପ୍‌ କଣ୍ଟ୍ରୋଲ ମେଡିକାଲ ଅଫିସର(ଡିସିଓ) କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଫ୍ରଣ୍ଟ୍‌ ଲାଇନ୍‌ ମେଡିକାଲ ଓ୍ବାର୍କର ଭାବେ କାର୍ଯ୍ୟକରୁଛନ୍ତି। ସେମାନଙ୍କୁ ଡୋପ୍‌ ସାମ୍ପଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ ବୋଲି ନ୍ୟଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା) ମହାନିର୍ଦ୍ଦେଶକ ନବୀନ ଅଗରଓ୍ବାଲ କହିଛନ୍ତି। ଗୃହ ମନ୍ତ୍ରଣାଳୟ ବିନା ଦର୍ଶକରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ଷ୍ଟାଡିୟମ ଖେଳିବା ଲାଗି ଅନୁମତି ଦେବାପରେ ନାଡା ବ୍ୟାପକ ଭାବେ ଡୋପ୍‌ ସାମ୍ପଲ ସଂଗ୍ରହ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରିଛି। ଏଥିପାଇଁ କ୍ରୀଡ଼ା ମନ୍ତ୍ରଣାଳୟଠାରୁ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। ଯେଉଁ ସେଣ୍ଟରଗୁଡ଼ିକରେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହୋଇ ପାରିବ ତାହାର ଏକ ତାଲିକା ପ୍ରଦାନ ପାଇଁ ଆମେ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛୁ ବୋଲି ଅଗରଓ୍ବାଲ କହିଛନ୍ତି। ନାଡ଼ାର ଅଧିକାଂଶ ଡୋପ୍‌ କଣ୍ଟ୍ରୋଲ ମେଡିକାଲ ଅଫିସର ସରକାରୀ ମେଡିକାଲରେ କାର୍ଯ୍ୟରତ। ବର୍ତ୍ତମାନ କେବଳ ମୂତ୍ର ସାମ୍ପଲ ସଂଗ୍ରହ କରାଯିବ ଯେଉଁମାନଙ୍କ ନାମ ରେଜିଷ୍ଟର୍ଡ ଟେଷ୍ଟିଂ ପୁଲ୍‌ (ଆରଟିପି)ରେ ଥିବ ଏବଂ ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବେ। ଏଲିଟ୍‌ ପ୍ରତିଯୋଗୀମାନେ ବର୍ତ୍ତମାନ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଆଣ୍ଟି ଡୋପିଂ ଏଜେନ୍ସିକୁ ଅବଗତ କରାଇବେ। ବର୍ତ୍ତମାନ ପରିସ୍ଥିତିରେ ରକ୍ତ ସାମ୍ପଲ ସଂଗ୍ରହ ହୋଇ ପାରିବ ନାହିଁ। କାରଣ ଏହାର ତୁରନ୍ତ ପରିବହନ ସହଜ ନୁହେଁ, ଯାହା ଫଳରେ ଲୋହିତ ରକ୍ତ କଣିକା ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ। ସୋମବାର ଅଗରଓ୍ବାଲ ଏବଂ ନାଡାର ଟପ୍‌ ଅଫିସିଆଲମାନେ ଏକ ଭିଡ଼ିଓ କନଫରେନ୍ସ ଜରିଆରେ ଦେଶବ୍ୟାପୀ ଡୋପ୍‌ କଣ୍ଟ୍ରୋଲ ଅଫିସରମାନଙ୍କ ସହିତ ଏହି ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri