Posted inଖେଳ

ଡୋପ୍‌ ଟେଷ୍ଟ: ୪ ନାବାଳକ ଆଥ୍‌ଲେଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୭ା୩ (ପି.ଟି.)- ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ହୋଇଥିବା ଡୋପ୍‌ ଟେଷ୍ଟରେ ଧରାପଡ଼ି ୪ ନାବାଳକ ଆଥ୍‌ଲେଟ ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇଜଣ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥଲେଟ୍‌ ରହିଛନ୍ତି। ଗତ ନଭେମ୍ବରରେ ଆନ୍ଧ୍ର ପ୍ରଦେଶର ତିରୁପତିଠାରେ ୧୭ତମ ମିଲୋ ଜାତୀୟ ଆନ୍ତଃ ଜିଲା ଜୁନିୟର ଆଥଲେଟିକ୍ସ ମିଟ୍‌ ଅନୁଷ୍ଠିତ ହୋଇଥିଲା। ସେତେବେଳେ ହୋଇଥିବା ଡୋପ୍‌ ଟେଷ୍ଟରେ ଏହି ଦୁଇ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥଲେଟ୍‌ଙ୍କ ପଜିଟିଭ୍‌ ଆସିଥିଲା। ଉଭୟଙ୍କୁ ପିଛିଲା ଜାନୁୟାରୀ ୩୧ରୁ ସାମୟିକ ସସ୍‌ପେଣ୍ଡ କରାଯାଇଥିବା ନାଡା ମଙ୍ଗଳବାର ପ୍ରକାଶ କରିଛି। ଅନ୍ୟ ଦୁଇ ନାବାଳକଙ୍କ ମଧ୍ୟରେ ଜଣେ ବକ୍ସର ଓ ଜଣେ ଭଲିବଲ୍‌ ଖେଳାଳି ଅଛନ୍ତି। ଗତବର୍ଷ ନଭେମ୍ବରରେ ୬୫ତମ ନ୍ୟାଶନାଲ ସ୍କୁଲ ଗେମ୍ସ (୧୪ବର୍ଷରୁ କମ୍‌ ବକ୍ସିଂ) ଚାମ୍ପିୟନଶିପ୍‌ ସମୟରେ ହୋଇଥିବା ବକ୍ସର ଜଣକ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ତାଙ୍କୁ ଫେବୃୟାରୀ ୬ରୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଗତବର୍ଷ ଅନୁଷ୍ଠିତ ୬୫ତମ ନ୍ୟାନାଲ ସ୍କୁଲ ଗେମ୍ସ ଚାମ୍ପିୟନଶିପ୍‌ ବେଳେ ହୋଇଥିବା ଡୋପ୍‌ ଟେଷ୍ଟରେ ଭଲିବଲ ଖେଳାଳି ଜଣକ ଧରାପଡ଼ିଥିଲେ। ତାଙ୍କୁ ଜାନୁୟାରୀ ୩୧ରୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଟେଷ୍ଟ ବେଳେ ଏସିଆନ ଜୁନିୟର ହାମର ଥ୍ରୋ ଚାମ୍ପିୟନ ଆଶିଷ ଝାକରଙ୍କର ମଧ୍ୟ ପଜିଟିଭ ଆସିଥିଲା। ଗତ ସେପ୍ଟେମ୍ବରରେ ପୁଣେଠାରେ ଅନୁଷ୍ଠିତ ସର୍ଭିସେସ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ଆଶିଷଙ୍କୁ ମଧ୍ୟ ସାମୟିକ ବାସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri