Posted inଖେଳ

ଡେଜାନ ପାପିକ୍‌ ଟିଟି’ର ନୂଆ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୨୩ା୭ (ପି.ଟି.)-କାନାଡାର ଡେଜାନ୍‌ ପାପିକ୍‌ ଜାତୀୟ ଟେବୁଲ ଟେନିସ (ଟିଟି) ଦଳର ନୂଆ ମୁଖ୍ୟ କୋଚ୍‌ ହେବେ। ମଙ୍ଗଳବାର ତାହା ସ୍ପଷ୍ଟ ହୋଇଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ତାଙ୍କୁ ଦିଆଯାଇଥିବା ବର୍ଷିକିଆ ଚୁକ୍ତିପତ୍ରକୁ ସେ ଗ୍ରହଣ କରିଛନ୍ତି। ଗତବର୍ଷ ଏସିଆନ ଗେମ୍ସ ପରଠାରୁ ଖେଳାଳିମାନେ ମୁଖ୍ୟ କୋଚ୍‌ ସେବାରୁ ବଞ୍ଚିତ ହୋଇଛନ୍ତି। ଆଗକୁ ୨୦୨୦ ଜୁଲାଇ-ଅଗଷ୍ଟରେ ଟୋକିଓ ଅଲିମ୍ପିକ୍ସ ହେବାକୁଥିବାବେଳେ ସେମାନେ ବହୁମୂଲ୍ୟ ସମୟ ହରାଇସାରିଛନ୍ତି। ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) ପାପିକ୍‌ଙ୍କୁ ଗତ ମାର୍ଚ୍ଚରେ ଭାରତୀୟ ଟେବୁଲ ଟେନିସର ମୁଖ୍ୟ କୋଚ ଭାବେ ମନୋନୀତ କରିିଥିଲା। ମାତ୍ର ସାଇ ଦୁଇ ସପ୍ତାହ ତଳେ ତାଙ୍କ ନିକଟକୁୁ ଚୁକ୍ତିପତ୍ର ପଠାଇଛି। ପାପିକ୍‌ ବର୍ତ୍ତମାନ ଭ୍ରମଣରେ ଅଛନ୍ତି। ତେଣୁ ଚୁକ୍ତି ସ୍ବାକ୍ଷରରେ ବିଳମ୍ବ ଘଟୁଛି। ଆସନ୍ତାମାସ ପ୍ରଥମ ସପ୍ତାହରେ ସେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି ବୋଲି ଟିଟିଏଫ୍‌ଆଇ ସମ୍ପାଦକ ଏମ.ପି. ସିଂ କହିଛନ୍ତି। କୋଚ୍‌ ନିଯୁକ୍ତିରେ ବିଳମ୍ବ ପାଇଁ ସରଥ କମଲ ଏବଂ ଜି. ସାଥିୟାଁଙ୍କ ଭଳି ଖେଳାଳି ନୈରାଶ୍ୟ ପ୍ରକାଶ କରିସାରିଛନ୍ତି। ପାପିକ୍‌ ମାସକୁ ବେତନ ବାବଦରେ ୭୦୦୦ ଆମେରିକୀୟ ଡଲାର ପାଇବେ। ଅଲିମ୍ପିକ୍ସ ପରେ ତାଙ୍କ ଚୁକ୍ତି ନବୀକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri