ଡେଙ୍ଗୁ ନିରାକରଣ ଚିନ୍ତା: ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ଗୁରୁତ୍ୱ

ସୋନପୁର,୧୯।୭(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡେଙ୍ଗୁ ନିରାକରଣ ମାସ ଉପଲକ୍ଷେ ଜିଲାସ୍ତରୀୟ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଅଧ୍ୟକ୍ଷତା କରି ଜିଲାପାଳ ମନୀଷା ବାନାର୍ଜୀ ଜିଲାରେ ଡେଙ୍ଗୁ ମୃତ୍ୟୁ ହୋଇ ନ ଥିବା ଖୁସିର ବିଷୟ ବୋଲି କହିଥିଲେ। ତେବେ କୌଣସି ବି ସମୟରେ ସ୍ଥିତି ଓଲଟି ଯାଇପାରେ, ତେଣୁ ସଜାଗ ରହିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ। ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ତାଙ୍କ ସକ୍ରିୟ ଯୋଗଦାନ ପାଇଁ ପ୍ରଶଂସା କରିବା ସହ ନିଜ ବିଭାଗର ସହକର୍ମୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲାପାଳ କହିଥିଲେ। ବିଭିନ୍ନସ୍ତରରେ ଆଶା, ଅଙ୍ଗନୱାଡି କର୍ମୀ ଏବଂ ସ୍ବେଚ୍ଛାସେବୀମାନଙ୍କୁ ନେଇ ଦଳ ତିଆରି କରିବା ସହ ନୋଡାଲ ଅଫିସର ଚୟନ ପୂର୍ବକ ଡେଙ୍ଗୁ ମଶାର ଉତ୍ପତ୍ତିସ୍ଥଳକୁ ବନ୍ଦ କରିବାକୁ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ ସ୍ବାଗତ ଭାଷଣ ଦେବା ସହ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନକୁ ଶୁଷ୍କ ଦିବସ ଭାବେ ପାଳନ କଲେ ଆମେ ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗକୁ ନିୟନ୍ତ୍ରଣ କରିପାରିବା ବୋଲି କହିଥିଲେ। ଏଫଏଲଏ ଅଜୟ ଜେନା ଡେଙ୍ଗୁ ରୋଗରେ ସୁବର୍ଣ୍ଣପୁର ଜିଲାର ସ୍ଥିତି ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଭେଷଜ ବିଶେଷଜ୍ଞ ଡାକ୍ତର ଜିତରାମ ବିଦ୍‌ ଡେଙ୍ଗୁ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଏଡିପିଏଚଓ ଭିବିଡି ଡାକ୍ତର ନବ କିଶୋର ବେହେରା ଡେଙ୍ଗୁ ରୋଗ ନିରାକରଣ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ଏଡିପିଏଚଓ ପରିବାର କଲ୍ୟାଣ ଡାକ୍ତର ଦୈତ୍ୟନାରାୟଣ ପାଢୀ ଡେଙ୍ଗୁ ରୋଗକୁ ଦୂର କରିବାକୁ ସମସ୍ତଙ୍କ ସହଭାଗିତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଭିନ୍ନସ୍ତରରେ ଏହି ଅଭିଯାନକୁ ବ୍ୟାପକ କରିବା ସହ ବର୍ଷା ଋତୁ ପୂର୍ବରୁ ଯେମିତି ମଶା ବଂଶ ବୃଦ୍ଧି କରିବାକୁ ସୁଯୋଗ ନ ପାଇବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri