ଡିଡିଟି, କ୍ୟାପିଟାଲ ଗେନ୍ସ ଟାକ୍ସ କମିବନି

ନୂଆଦିଲ୍ଲୀ,୧-୧୧: ସରକାର ପୁଞ୍ଜିବଜାର ନିବେଶକଙ୍କୁ ଖୁସି କରାଇବା ଲାଗି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଏବଂ ଡିଜିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡ଼ିଟି)ରେ କିଛିଟା କୋହଳ ବ୍ୟବସ୍ଥା କରିବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଏଭଳି କିଛି ବ୍ୟବସ୍ଥା ସରକାର ଆଣିବେ ନାହିଁ। ଏଭଳି ଘୋଷଣା ଦ୍ୱାରା ରାଜକୋଷକୁ ହେଉଥିବା କ୍ଷତିର ଭରଣା ତଥା ସରକାରଙ୍କ ବିତ୍ତୀୟ ସ୍ଥିତି ଏବେ ଏତେଟା ଉନ୍ନତ ନାହିଁ। ନୂଆ ପଦକ୍ଷେପ ଦ୍ୱାରା ସରକାର ରାଜକୋଷ ତଥା ବିତ୍ତୀୟ ଶୃଙ୍ଖଳାକୁ ପ୍ରଭାବିତ କରିବାକୁ ଚାହୁଁ ନ ଥିବା ଜଣେ ଅଧିକାରୀ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ସରକାର ଡିଡିଟି ବାବଦକୁ ୫୦,୦୦୦ କୋଟି ଏବଂ ସିକ୍ୟୁରିଟି ଟ୍ରାଞ୍ଜାକଶନ ଟାକ୍ସ ଭାବେ ଅତିରିକ୍ତ ୧୨,୦୦୦ କୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ଅପରପକ୍ଷରେ ଭାରତର କ୍ୟାପିଟାଲ ଗେନ୍ସ ଟିକସ ଅନ୍ୟ ଦେଶ ତୁଳନାରେ ଅଧିକ ଉଦାର ବୋଲି ଅଧିକାରୀ କହିଛନ୍ତି। ଏଣୁ ଏଭଳି ସ୍ଥିତିରେ ଉକ୍ତ ପଦକ୍ଷେପ ଉଠାଇବା ସମ୍ଭାବନା ନାହିଁ। ସରକାର ଯଦି ଏଭଳି ଯୋଜନା ଗ୍ରହଣ କରନ୍ତି ତେବେ ସାମାଜିକ ଯୋଜନା ବାବଦ ଖର୍ଚ୍ଚ ହ୍ରାସ ଏବଂ ଅତିଧନୀ ଓ ବେତନଭୋଗୀଙ୍କ ଉପରେ ଟିକସ ବଢାଇବାକୁ ହେବ। ଏହି ବିକଳ୍ପଗୁଡିକ ରାଜନୈତିକ ଦୃଷ୍ଟିକୋଣରୁ ଗ୍ରହଣ କରିବା ସହଜ ନୁହେଁ। କର୍ପୋରେଶନ ଟିକସ ଏବଂ ଜିଏସ୍‌ଟି ହ୍ରାସ ଯୋଗୁ ସରକାରଙ୍କ ରାଜସ୍ବ ଏବେ କମିଛି। ଏଣୁ ପୁଣି ଥରେ ଟିସକ ହ୍ରାସ କରାଇବା ନେଇ ସରକାର ଏବେ ପ୍ରସ୍ତୁତ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri