ଡିଜିଟାଲ ସୋଲାର ଛତା

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଗ୍ରୀଷ୍ମର ପ୍ରଭାବ ଅସହ୍ୟ ହୋଇଥାଏ। ପୁଣି ମେ’ମାସର ଟାଣଖରା। ଚଳିତବର୍ଷ ଲକ୍‌ଡାଉନ ଯୋଗୁ ସାଧାରଣ ଲୋକେ ଘରେ ପଙ୍ଖା ଓ ଏସି ତଳେ ରହି ଏଥିରୁ ତ୍ରାହିପାଇଛନ୍ତି। ଯଦିଓ ଜରୁରୀ କାମରେ ବାହାରକୁ ଯାଉଛନ୍ତି, ଛତା ନେଇ ଯାଉଛନ୍ତି। କିନ୍ତୁ କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା ଯୋଦ୍ଧାମାନେ ଖରାରେ ନିଜ କର୍ତ୍ତବ୍ୟ ଜାରି ରଖିଛନ୍ତି। ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ୁଥିବାରୁ ବିଶେଷକରି ଲକ୍‌ଡାଉନ୍‌ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଷ୍ଟ ବଢ଼ିଯାଇଛି। ପରିବାରକୁ ପଛରେ ପକାଇ ଏମାନେ ଜନସାଧାରଣଙ୍କୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ନିଷ୍ଠାର ସହ କର୍ତ୍ତବ୍ୟ କରୁଛନ୍ତି। ପ୍ରବଳ ଖରାରେ ଏମାନଙ୍କୁ ପାଟ୍ରୋଲିଂ କରୁଥିବା ଦେଖି ଅହମ୍ମଦାବାଦର ୨୩ ବର୍ଷୀୟ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଅଦିବ୍‌ ମନ୍‌ସୁରି ସେମାନଙ୍କ ସୁରକ୍ଷା ପାଇଁ କିଛି କରିବାକୁ ଚିନ୍ତା କରିଥିଲେ। ସେ ନିଜ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ଡିଜିଟାଲ ସୋଲାର ଛତା ତିଆରି କରିଛନ୍ତି। ଏହି ଛତା କେବଳ ଖରାଦାଉରୁ ରକ୍ଷା କରୁନାହିଁ, ଥଣ୍ଡା ପବନ ଦେବାରେ ମଧ୍ୟ ସକ୍ଷମ। ଅଦିବ୍‌ଙ୍କ ଛତାରେ ଏକ ଛୋଟ ପଙ୍ଖା, ଚାର୍ଜିଂ ସକେଟ ରହିଛି। ସେହିପରି ୨୦ ଓ୍ବାଟ୍‌ କ୍ଷମତା ବିଶିଷ୍ଟ ସୋଲାର ପାନେଲ ଏବଂ ରାତିରେ ବ୍ୟବହାର ପାଇଁ ବ୍ୟାଟେରି ବ୍ୟାକ୍‌ଅପ୍‌ ମଧ୍ୟ ରହିଛି। ଏହାକୁ ତିଆରି କରିବା ପାଇଁ ୩ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେ ପୋଲିସ କର୍ମଚାରୀଙ୍କ ସୁରକ୍ଷାା ପାଇଁ ୨ଟି ଛତା ମାଗଣାରେ ଦେଇଛନ୍ତି। ସେମାନଙ୍କୁ ଏହା ବେଶ୍‌ ପସନ୍ଦ ମଧ୍ୟ ଆସିଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ପରସ୍ପର ସହଯୋଗର ଆବଶ୍ୟକତା ରହିଥିବାବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଭାବେ ଏହା ମୋର ଯୋଗଦାନ ବୋଲି ସେ କହିଛନ୍ତି। ଏହି ଛତା ରାସ୍ତାକଡ଼ର ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri