ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ, ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଲାଭ କରିଛି। ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ କରିଛି। ବର୍ତ୍ତମାନ ବଜାରରେ ଶାଢ଼ି ଅପେକ୍ଷା ପରିଧାନ ବସ୍ତ୍ର(ରେଡିମେଡ୍‌ ଗାର୍ମେଣ୍ଟ)ର ଚାହିଦା ବହୁଳ ମାତ୍ରାରେ ବଢ଼ିଚାଲିଛି। ପରିଧାନ ବସ୍ତ୍ର ମଧ୍ୟରେ ଯୋଗ୍ୟତାସମ୍ପନ୍ନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ଚାହିଦା ବଜାରରେ ଅତୁଳନୀୟ। ଏହାକୁ ଦୃଷ୍ଟିରେ ରଖି ବୟନିକା ସ୍ବତନ୍ତ୍ର ଭାବେ ଏକ ଡିଜାଇନର୍ସ କଲେକ୍ସନ ସେଲ୍‌ ପ୍ରସ୍ତୁତ କରିଛି। ଏହା ବୟନ ଭବନର ପ୍ରଥମ ମହଲାରେ ୨ ହଜାର ବର୍ଗଫୁଟ ପରିମିତ ଜାଗାରେ ସୁନ୍ଦର ସାଜସଜ୍ଜା ସହ ନିର୍ମିତ ହୋଇଛି। ଏଠାରେ ୫ ଖ୍ୟାତିସମ୍ପନ୍ନ ଡିଜାଇନରଙ୍କ ନିଜସ୍ବ ଶୈଳୀରେ ପ୍ରସ୍ତୁତ ଶାର୍ଟ, ଜ୍ୟାକେଟ୍‌, କୋର୍ଟ, ପଞ୍ଜାବୀ, କୁର୍ତ୍ତୀ, ଲେହେଙ୍ଗା, ଫ୍ରକ୍‌, ଚୁଡ଼ିଦାର ଆଦି ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ୫ ଡିଜାଇନରଙ୍କ ବ୍ୟତୀତ ଓଡ଼ିଶାର ୨ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୋନପୁରର ପ୍ରହ୍ଲାଦ ମେହେର ଓ ବରଗଡ଼ର ସସ୍ମିତା ମେହେରଙ୍କ ଦ୍ୱାରା ପ୍ରସ୍ତୁତ ସ୍ବତନ୍ତ୍ର ବସ୍ତ୍ର ମଧ୍ୟ ବିକ୍ରି ପାଇଁ ପ୍ରଦର୍ଶିତ କରାଯାଇଛି। ବୟନିକା ଡିଜାଇନରମାନଙ୍କୁ ବିନା ମୂଲ୍ୟରେ ଶୋ’ ରୁମ୍‌ ପାଇଁ ଜାଗା ଯୋଗାଇ ଦେଇଛି। ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ବୟନିକା ବ୍ରାଣ୍ଡ ଏବଂ ବୟନିକା ଦ୍ୱାରା ସ୍ଥିରୀକୃତ ମୂଲ୍ୟରେ ବିକ୍ରି କରାଯିବ। ଏହାଦ୍ୱାରା ଓଡ଼ିଶାର ଡିଜାଇନରମାନେ ଉପକୃତ ହେବା ସହ ବୟନିକା ପରିଧାନ ବସ୍ତ୍ର ବଜାରରେ ନିଜର ବିକ୍ରିକୁ ପରିବର୍ଦ୍ଧିତ କରିପାରିବ।
ବୟନ ଭବନର ପ୍ରଥମ ମହଲାରେ ସୋମବାର ଏହି ଆଧୁନିକ ‘ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି। ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ି, ନୂଆପାଟଣା ଖଣ୍ଡୁଆ ଶାଢ଼ି, ସୋନପୁରୀ ବମ୍‌କେଇ ଶାଢ଼ି, କୋଟ୍‌ପାଡ଼ ଶାଢ଼ି, ଯାଜପୁର ଜିଲା ଗୋପାଳପୁରର ଟସର ବସ୍ତ୍ର ଦେଶ ବିଦେଶରେ ବିଶେଷ ଭାବେ ଆଦୃତି ଲାଭ କରିଛି। ଏହି ସବୁ କପଡ଼ାରୁ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ବସ୍ତ୍ର ଆଜିର ଯୁବପିଢ଼ିଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିବ। ଏହିସବୁ ବସ୍ତ୍ର ଓଡ଼ିଶାର କଳା, ସଂସ୍କୃତି ଓ ଆଧୁନିକତାର ସୁନ୍ଦର ସମିଶ୍ରଣ। ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ବିଭାଗ ସଚିବ ଶୁଭା ଶର୍ମା, ବୟନିକା ସଭାପତି ଶେଷ ମେହେର, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟି, ଅତିରିକ୍ତ ଶାସନ ସଚିବ ବୃନ୍ଦାବନ ବେହେରା, ଯୁଗ୍ମ ଶାସନ ସଚିବ ଅଞ୍ଜନା ପଣ୍ଡା ଯୋଗଦେଇଥିଲେ। ସେହିପରି ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ସାଧାରଣ ପରିଚାଳକ ମିଲି ସାମନ୍ତରାୟ, ବୟନିକା ସମ୍ପାଦକ ଦେବରାଜ ସାହୁଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri