ଡିଏଲ୍‌, ଗାଡ଼ି କାଗଜପତ୍ର ସମସ୍ୟା ଦୂର ପାଇଁ ପଦକ୍ଷେପ : ୧୫ଦିନରେ ଡିଏଲ୍‌ ଆବେଦନ ପାଇଁ ୩୮ ହଜାର ସ୍ଲଟ୍‌ ବୁକ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପରିବହନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରବିବାର ଛୁଟିଦିନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରିଥିଲା। ଅଧିକ ଭିଡ଼ ହେଉଥିବା ଭୁବନେଶ୍ୱରର ଆର୍‌ଟିଓ-୧ ଓ ଆର୍‌ଟିଓ-୨ରେ ସୁରୁଖୁରୁରେ କାର୍ଯ୍ୟ ଚାଲିଥିଲା। ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର ପାଇଁ ଲୋକେ ଧାଡିରେ ରହିଥିଲେ। ପୂର୍ବରୁ ଆବେଦନ କରିଥିବା ଲୋକେ ଲର୍ନିଂ ଟେଷ୍ଟ ଦେଇଥିଲେ। ଅନ୍ୟଦିନ ଅପେକ୍ଷା ଭିଡ଼ କମ୍‌ ରହିଥିବାବେଳେ ଆରଟିଓ-୧କୁ ପ୍ରାୟ ଦୁଇ ହଜାର ଓ ଆର୍‌ଟିଓ-୨କୁ ୭ଶହ ଲୋକ ଆସିଥିଲେ। ତେବେ ଛୁଟିଦିନ ହୋଇଥିବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ କର୍ମଚାରୀ ଥିବା ଜଣାପଡ଼ିଛି।
ଅନ୍ୟଦିନ ଭଳି ପୂର୍ବାହ୍ନ ୧୦ଟାରେ ଅଫିସ ଖୋଲିଥିଲା। ଅଧିକାରୀ ଓ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ ଲୋକଙ୍କୁ ସେବା ଯୋଗାଇଦେଇଥିଲେ। ଆରମ୍ଭରେ ଟିକେ ଭିଡ଼ ରହିଥିଲା। ପରେ ଲୋକେ ଲାଇନ୍‌ରେ ଆସି ସୁରୁଖୁରୁରେ ନିଜର କାର୍ଯ୍ୟ ସାରିଥିଲେ। ଯେଉଁମାନେ ଫର୍ମ ଫିଲ୍‌ଅପ୍‌ ବା ଅନ୍ୟ କାଗଜପତ୍ର କିପରି କରିବେ ତାହା ସମ୍ପର୍କରେ ଜାଣିପାରୁ ନ ଥିଲେ ସେମାନଙ୍କୁ ସହଯୋଗ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ଆର୍‌ଟିଓ ଆଗରେ ରହିଥିବା ଦୁଇଟି ଅନ୍‌ଲାଇନ୍‌ ମେଶିନରୁ ଲୋକେ ଡ୍ରାଇଭିଂ ଲାଇସେନ୍ସ ସହ ଅନ୍ୟ କାଗଜପତ୍ର ସମ୍ପର୍କରେ ସୂଚନା ପାଇପାରୁଥିଲେ। ଏହାସହ ସେ ଥିଲେ ମଧ୍ୟ ଲୋକେ ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। ତେବେ ଅପରାହ୍ନ ପ୍ରାୟ ୨ଟାରେ ଇଣ୍ଟରନେଟ ସମସ୍ୟା ଦେଖାଦେବାରୁ କୌଣସି ଫାଇଲ୍‌ ଅପଲୋଡ୍‌ ହୋଇ ନ ଥିଲା। ଘଣ୍ଟାଏ ଧରି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ଲାଇନ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଆର୍‌ଟିଓ-୧ର ଆର୍‌ଟିଓ ପ୍ରଦୀପ ମହାନ୍ତି କହିଛନ୍ତି, ନୂଆ ମୋଟର ଆଇନ ସେପ୍ଟେମ୍ବର ୧ରୁ ଲାଗୁ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଡିଏଲ୍‌ ଆବେଦନ ପାଇଁ ୨୦ହଜାରରୁ ଊର୍ଦ୍ଧ୍ୱ ସ୍ଲଟ୍‌ ବୁକ୍‌ ହୋଇଛି। ନିୟମ କୋହଳ ହେବା ପରେ ଏବେ ଅଟୋ ଡ୍ରାଇଭର ପୂର୍ବଭଳି ବେପରୁଆଭାବେ ଗାଡ଼ି ଚାଳନା କରୁଛନ୍ତି। ଏକାଧିକ ଯାତ୍ରୀଙ୍କୁ ଗାଡିରେ ବସାଇ ବିପଦପୂର୍ଣ୍ଣ ଭାବେ ନେଉଛନ୍ତି। ତେଣୁ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଟୋ ଚାଳକ ସଂଘକୁ ସତର୍କ କରାଯାଇଥିବା ସେ କହିଛନ୍ତି। ସେହିଭଳି ଆର୍‌ଟିଓ-୨ରେ ୧୮ହଜାରରୁ ଊର୍ଦ୍ଧ୍ୱ ସ୍ଲଟ୍‌ ବୁକ୍‌ ହୋଇଥିବା ଆର୍‌ଟିଓ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଲୋକ ଡିଏଲ୍‌ କରି ନ ଥିବାରୁ ସେ ଆଶ୍ଚର୍ଯ୍ୟପ୍ରକାଶ କରିବା ସହ କାହିଁକି ବିନା ଲାଇସେନ୍ସରେ ଗାଡ଼ି ଚଢ଼ୁଥିଲେ ବୋଲି ପ୍ରଶ୍ନ କରିଛନ୍ତି।
ଲର୍ନିଂ ଟେଷ୍ଟ୍‌ ପାଇଁ ନାଲ୍‌କୋ ଛକରେ ଆଜି ଖୋଲିବ କ୍ୟାମ୍ପ୍‌ ଅଫିସ
ଭୁବନେଶ୍ୱରରେ ଥିବା ଦୁଇ ଆର୍‌ଟିଓରେ ଏକସଙ୍ଗେ ବିଭିନ୍ନ କାର୍ଯ୍ୟ ହେଉଥିବାରୁ ଲୋକଙ୍କୁ ସେବା ଯୋଗାଇବାରେ ସମସ୍ୟା ହେଉଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲର୍ନିଂ ଟେଷ୍ଟ କରିବାକୁ କ୍ୟାମ୍ପ୍‌ ଅଫିସ ଖୋଲିବ। ସୋମବାରଠାରୁ ନାଲକୋ ଛକ ନିକଟ ବିଏମ୍‌ସି ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଆର୍‌ଟିଓ-୨ର କ୍ୟାମ୍ପ୍‌ ଅଫିସ୍‌ କାର୍ଯ୍ୟ କରିବ ବୋଲି ଆର୍‌ଟିଓ ସଞ୍ଜୟ ବେହେରା କହିଛନ୍ତି। ସେହିଭଳି ଶହୀଦନଗର ଓ୍ବାର୍ଡ ଅଫିସ ଓ ସ୍ଥାନୀୟ ବିଏମ୍‌ସି କାର୍ଯ୍ୟାଳୟରେ ଆର୍‌ଟିଓ-୧ର ଶାଖା ଅଫିସ୍‌ ରହିଛି। କିନ୍ତୁ ଏହି ଦୁଇ ଶାଖା ଅଫିସ୍‌ ଏବେ ବନ୍ଦ ରହିଥିବାରୁ ତାହାର ସ୍ଥିତି ଅନୁଧ୍ୟାନ କରାଯିବ। ଆବଶ୍ୟକ ବ୍ୟବସ୍ଥା କରାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ଆର୍‌ଟିଓ ପ୍ରଦୀପ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri