ଡାକ୍ତରଙ୍କୁ ମାରନାହିଁ

ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିବା ପରେ ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଏପରିକି ଏହାକୁ ସମର୍ଥନ କରି ଭାରତୀୟ ଡାକ୍ତରୀ ସଂଘ (ଆଇଏମ୍‌ଏ) ୧୭ ଜୁନ୍‌ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେବା ଏବେ ଚିନ୍ତାର ବିଷୟ ହୋଇପଡ଼ିଲାଣି। ଏଭଳି ସ୍ଥିତିରେ ଆନ୍ଦୋଳନ ଯେଭଳି ଆଗକୁ ନ ବଢ଼ିବ, ସେ ନେଇ ପଦକ୍ଷେପ ନିଆଯିବା ଉଚିତ। ଏହା ସତ୍ୟ ଯେ, ଭାରତବ୍ୟାପୀ ଜନସାଧାରଣଙ୍କ ଉଦୁରୁମତା ଚରିତ୍ର ବୃଦ୍ଧି ପାଇବାରେ ଲାଗିଛି। ଏହା ହେଉଛି ”ଜୋର ଯା’ର ମୁଲକ ତା’ର“ ସମାଜ। କୋଲକାତାର ଏନ୍‌ଆରଏସ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ଦୁଇଜଣ ଡାକ୍ତରଙ୍କୁ ଜୁନ୍‌ ୧୦ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ବ୍ୟକ୍ତିଙ୍କ ମାଡ଼ରେ ଡାକ୍ତରଦ୍ୱୟ ଗୁରୁତର ହେବା ପରେ ଜୁନ୍‌ ୧୧ରେ ସେଠାରେ ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିଥିଲେ।
ଡାକ୍ତରଙ୍କୁ ମାଡ଼ ଘଟଣା ଓଡ଼ିଶାର ପୁରପଲ୍ଲୀରେ ବାରମ୍ବାର ଦେଖିବାକୁ ମିଳୁଛି। ଏହା ଓଡ଼ିଶା ଓ ପଶ୍ଚିମବଙ୍ଗରେ ସୀମିତ ନୁହେଁ, ସମଗ୍ର ଦେଶରେ ଏଭଳି ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉଛି। ଅନେକ ସମୟରେ ପରିବାରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଅନ୍ୟ ସଦସ୍ୟମାନେ ତାଙ୍କର ସ୍ବାସ୍ଥ୍ୟାବସ୍ଥାର ଯତ୍ନ ନେବା ପରିବର୍ତ୍ତେ କାର୍ଯ୍ୟ କରିଚାଲନ୍ତୁ ବୋଲି କହନ୍ତି। ଅନ୍ୟତ୍ର ଦେଖାଯାଏ, ଦେହ ଖରାପ ହେଲେ ଗୁଣିଗାରେଡ଼ି ଓ ତୁଟୁକା ଚିକିତ୍ସାରେ ଲୋକମାନେ ସମୟ କାଟନ୍ତି। ଦେହ ଅତି ବିଗିଡ଼ିବା ପରେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ସେତେବେଳକୁ ରୋଗୀ ଦରମଲା ହୋଇଯାଇଥାଏ। ଡାକ୍ତର ଦୟାକଲେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଏ। ରୋଗୀ ମରିଗଲେ ଡାକ୍ତରଙ୍କୁ ପିଟ। ଏହା ଗୋଟିଏ ପଟର ଛବି।

ଅନ୍ୟପଟେ ରହିଲା କର୍ପୋରେଟ୍‌ ହସ୍ପିଟାଲ। ଅଯଥାରେ ରୋଗୀକୁ ବିଭିନ୍ନ ପରୀକ୍ଷା କରିବାକୁ ପରାମର୍ଶ ଦେଇ ଡାକ୍ତରାଣୀ ଓ ଡାକ୍ତରମାନେ ଅତ୍ୟଧିକ ଅର୍ଥ ଲୁଟିବାର ମନ୍ଦ କାର୍ଯ୍ୟରେ ସ୍ବଇଚ୍ଛାରେ ସହଯୋଗ କରନ୍ତି। ସବୁ ଜାଣିଶୁଣି ଏବଂ ପ୍ରତ୍ୟେକ ଡାକ୍ତରୀ ପରୀକ୍ଷାର ଅର୍ଥରୁ କମିଶନ ନେଉଥିବା ଚିକିତ୍ସକ ସେହି ପେସାକୁ ବଦନାମ କରିସାରିଲେଣି। ଏବେକା ପରିସ୍ଥିତିରେ ସରକାରୀ ଡାକ୍ତର ମଧ୍ୟ ସରକାରୀ ହସ୍ପିଟାଲରେ ଚିକିତ୍ସା ପରିବର୍ତ୍ତେ ଘରୋଇ କ୍ଲିନିକ୍‌କୁ ଯିବା ପାଇଁ ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି। ଏହାଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପ୍ରବଳ ସନ୍ଦେହ ସୃଷ୍ଟି ହେଉଥିବା ସତ୍ତ୍ୱେ ବାଧ୍ୟ ହୋଇ ଡାକ୍ତରଙ୍କ କଥା ମାନୁଛନ୍ତି।

ଏହା ସ୍ବୀକାର କରିବାକୁ ହେବ ଯେ, ଡାକ୍ତରମାନେ ଏବେ ଏକ ସାମାଜିକ ସମସ୍ୟା ସୃଷ୍ଟି କରିଦେଲେଣି। ଲୋଭ ହେଉଛି ମଣିଷର ସ୍ବାଭାବିକ ଚରିତ୍ର। ଲୋଭ ପୋଷଣ କରିବାରେ କେହି ବାଧା ଦେଇପାରିବେ ନାହିଁ। କିନ୍ତୁ ଅତ୍ୟଧିକ ଲୋଭ ମାରାତ୍ମକ ପାଲଟୁଛି। ଏବେ ବିଭିନ୍ନ କ୍ଷେତ୍ରରେ, ରାଜନେତାଙ୍କଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ବେଶି ଲୋଭ ଜାଗ୍ରତ ହେଉଥିବାର ଦେଖାଯାଉଛି। ସମସ୍ୟା ଆହୁରି ଅନେକ ଅଛି, ମାତ୍ର ସବୁ ବିଷୟକୁ ଏଠାରେ ଆଲୋଚନା କରିବା ଅସମ୍ଭବ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମାନସିକତାକୁ ବୁଝିବା ଏବେ କଷ୍ଟକର ହୋଇପଡ଼ିଲାଣି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଅସ୍ଥିର ମାନସିକତାର ପରିଚୟ ଦେଉଛି। କୋଲକାତାରେ ହସ୍ପିଟାଲର ଡାକ୍ତରଙ୍କୁ ମାଡ଼ ମରାଯିବା ପରେ ମମତା ସେଠାକୁ ଯାଇ ସମସ୍ୟାର ସମାଧାନ କରିବେ ବୋଲି ଆଶା କରାଯାଉଥିଲା। ଆକ୍ରମଣର ଶିକାର ହୋଇଥିବା ଇଣ୍ଟର୍ନ ଡାକ୍ତରମାନଙ୍କୁ ଭେଟି ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇପାରିଥାଆନ୍ତେ। କୋଲକାତାର ପୂର୍ବତନ ପୋଲିସ କମିଶନରଙ୍କ ବିରୋଧରେ ସିବିଆଇର ତଦନ୍ତକୁ ବିରୋଧ କରି ମମତା ଯେଉଁଭଳି ଧାରଣା ଦେଇଥିଲେ, ସେହିଭଳି ଧାରଣା ଡାକ୍ତରଙ୍କ ସପକ୍ଷରେ ଦେଇପାରିଥାଆନ୍ତେ। ଏପରିକି ବର୍ତ୍ତମାନର ପୋଲିସ କମିଶନରଙ୍କୁ ଡକାଇ ଅତିଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ସର୍ବସମ୍ମୁଖରେ ନିର୍ଦ୍ଦେଶ ଦେଇ ଏକ ଡ୍ରାମା ରଚାଇ ପାରିଥାଆନ୍ତେ। ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଭାରତରେ କେବଳ ନାଟକ ରଚି ପାରୁଥିବା ରାଜନେତା ସଫଳତାର ଶୀର୍ଷରେ ପହଞ୍ଚିପାରନ୍ତି। ବିଚାର ବିଭାଗ ତଦନ୍ତ, ଆଇନ ତା’ ବାଟରେ ଯିବ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଦି ବାକ୍ୟ ଉଚ୍ଚାରଣ କଲେ ଆନ୍ଦୋଳନ ଥମିବା ସହିତ ସମସ୍ତେ ଜାଣନ୍ତି ଯେ, ମିଛୁଆ ଠକି ପଳାଇଲା। ତଥାପି ଲକ୍ଷ୍ୟ ସିଦ୍ଧ ହୋଇଥାଏ। ଭାରତୀୟଙ୍କୁ ଯିଏ ଠକି ନ ଜାଣେ, ସେଭଳି ବ୍ୟକ୍ତି ବେଶିଦିନ ତିଷ୍ଠିବା ସମ୍ଭବପର ନୁହେଁ। ମମତା ଯେମିତି ‘ଜୟ ଶ୍ରୀରାମ’ ଶୁଣି ଡେଉଁଛନ୍ତି, ତାହାଦ୍ୱାରା ସେ ନିଜର କ୍ଷତି କରୁଛନ୍ତି। ନୀରବ ରହି ପ୍ରଶାସନିକ ସ୍ଥିତିକୁ ସମ୍ଭାଳି ପାରିଲେ ଆମ ଦେଶର ଜନସାଧାରଣଙ୍କୁ ନାଟକୀୟ ଢଙ୍ଗରେ ଠକିବା ସହଜ ହୋଇଥାଏ। ତେବେ ବର୍ତ୍ତମାନର ପରିସ୍ଥିତି ଦେଖିଲେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପ୍ରାଥମିକ କାର୍ଯ୍ୟ ହେବା ଉଚିତ। ସବୁ ଡାକ୍ତର ପଇସାଖୋର ଓ କାର୍ଯ୍ୟରେ ଅବହେଳା କରନ୍ତି ଭାବିବା ଠିକ୍‌ ନୁହେଁ। ରୋଗୀଙ୍କ ସମ୍ପର୍କୀୟମାନେ ସାଧାରଣ କଥାରେ ଡାକ୍ତରଙ୍କୁ ପିଟିବା ଦ୍ୱାରା ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି। ତେଣୁ ଏକ ସୁସ୍ଥ ସ୍ବାସ୍ଥ୍ୟଗତ ବାତାବରଣ ସୃଷ୍ଟି କରିବାକୁ ହେଲେ ଡାକ୍ତରଙ୍କୁ ମାଡ଼ ମାରିବା ଆଦୌ ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri