ଡାକ୍ତରଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

ସୁନ୍ଦରଗଡ଼, ୧୮।୨ (ଡି.ଏନ୍‌.ଏ.) -ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କିରାଣି ଜଣେ ଡାକ୍ତରଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଇ ସୋମବାର ଅପରାହ୍ନରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ତାଙ୍କୁ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ କରାଯାଇ ସୁନ୍ଦରଗଡ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । କିରାଣିଙ୍କ ନାମ ସୁକାନ୍ତ କୁମାର ତନ୍ତୀ।
ସୂଚନା ଅନୁସାରେ ଡାକ୍ତର କିଶୋର କୁମାର ସାହୁ ଗତ ୨୦୧୯ରେ କିଞ୍ଜିରିକେଲା ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ ଯୋଗଦେଇଥିଲେ। ଆଭ୍ୟନ୍ତରୀଣ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସରକାରଙ୍କ ପକ୍ଷରୁ ମାସିକ ୨୦ହଜାର ଟଙ୍କା ଲେଖାଏ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଇଥାଏ। ଇତି ମଧ୍ୟରେ ଡାକ୍ତର ସାହୁଙ୍କର କଳାହାଣ୍ଡି ଜିଲାକୁ ବଦଳି ହୋଇଛି। ତାଙ୍କର ୧୧ମାସର ଅତିରିକ୍ତ ଭତ୍ତାର ବିଲ୍‌ ପ୍ରସ୍ତୁତ କରିବାକୁ କାର୍ଯ୍ୟରତ କିରାଣି ସୁକାନ୍ତଙ୍କୁ କହିଥିଲେ। ମାତ୍ର କିରାଣି ଜଣକ ୧୧ମାସର ଅତିରିକ୍ତ ଭତ୍ତା ବାବଦରେ ୨ଲକ୍ଷ ୨୦ହଜାର ଟଙ୍କା ମଞ୍ଜୁର କରିବା ପାଇଁ ୧୦ପ୍ରତିଶତ ଅର୍ଥ ୨୦ହଜାର ଟଙ୍କା ଦାବି କରିଥିଲେ। ଲାଞ୍ଚ ଟଙ୍କା ନ ଦେବାରୁ କିରାଣି ଜଣକ ଡାକ୍ତରଙ୍କୁ ହଇରାଣ କରିଆସୁଥିଲେ। ଏନେଇ ଡା. ସାହୁ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସୋମବାର ଅପରାହ୍ନ ପ୍ରାୟ ୨ଟା ୪୫ରେ ଡାକ୍ତରଙ୍କଠାରୁ ପ୍ରଥମେ ୧୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଛପିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ କାବୁକରି ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲେ। ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଧାଂଶୁ ଶେଖର ପୂଜାରୀ, ଝାରସୁଗୁଡା ଇନ୍ସପେକ୍ଟର ପ୍ରଦୀପ ଆଇନ୍ଦ, ରାଉରକେଲା ଇନ୍ସପେକ୍ଟର କାଶୀନାଥ କୁଜୁର ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

ଯୁବତୀଙ୍କୁ ବଳାତ୍କାର କରି ୬ ମାସର ଗର୍ଭବତୀ କରିବା ଘଟଣା: ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା,୧୪।୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରି ୬ ମାସର ଗର୍ଭବତୀ କରିବା ଘଟଣାରେ ଗୁରୁବାର…

୧୨ ଘଣ୍ଟିଆ ଭାରତ ବନ୍ଦ: ଯାନବାହନ ଚଳାଚଳ ଠପ୍‌

ବଣାଇଁ, ୧୨।୨(ପ୍ରଦୀପ ତ୍ରିପାଠୀ): ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଟ୍ରେଡ ୟୁନିଅନର ଡାକରା କ୍ରମେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବଣାଇଁ…

ପୁଣି ଏକ କଳଙ୍କିତ ଅଧ୍ୟାୟ: ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ବଣାଇଁ,୧୧ା୨(ପ୍ରଦୀପ ତ୍ରିପାଠୀ): ପୁଣି ଜଣେ ରସିକିଆ ଶିକ୍ଷକଙ୍କ କଳାକାରନାମା ଆଜି ଜଣାପଡ଼ିବା ପରେ ସମଗ୍ର ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଯାଇଛି। ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର…

ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଡି, ଆଜି ଚାଲିଗଲା ଜୀବନ: ଗଛ କାଟିବାବେଳେ…

ରାଜଗାଙ୍ଗପୁର,୧୦।୨: ଆସନ୍ତାକାଲି ଥିଲା ବାହାଘର, ଆଜି ଚାଲିଗଲା ଜୀବନ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲାଞ୍ଜିବନା ଗାଁରେ। ଗଛ କାଟିବା ବେଳେ ୩୩ କେଭି ତାରରେ…

ମେଡିକାଲରୁ ଡେଇଁ ପଳାଇଲେ ଅଫିମ ଚାଷୀ : ବିଧାୟକ ଦେଲେ ପୋଲିସ ଦୋଷ 

ଟେନସା,୮।୨(ସମୀର କୁମାର ପାୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ ନିକଟ ପୁଣ୍ଢି ପୋଖରୀ ଅଞ୍ଚଳରେ ଶନିବାର ଅଫିମ ଚାଷ ନେଇ ଚଢ଼ାଉ କରାଯାଇଥିଲା।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri