Posted inଖେଳ

ଡାକାର ରାଲି: କାର୍ଲୋସ ସେଞ୍ଜ୍‌ଙ୍କୁ ତୃତୀୟ ଟାଇଟଲ

କ୍ୱିଦିୟା (ସୌଦି ଆରବ), ୧୮ା୧ (ଏଏଫ୍‌ପି)-ଭେଟେରାନ ସ୍ପାନିଶ ଡ୍ରାଇଭର କାର୍ଲୋସ ସେଞ୍ଜ୍‌ ଶୁକ୍ରବାର ତୃତୀୟ ଥରପାଇଁ ଡାକାର ରାଲି ଜିତିଛନ୍ତି। ୫୭ ବର୍ଷୀୟ ଏହି ଡ୍ରାଇଭର ଅନ୍ତିମ ତଥା ଦ୍ୱାଦଶ ଷ୍ଟେଜ୍‌ରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଗତଥରର ଚାମ୍ପିୟନ କାତାରର ନାସେର ଅଲ୍‌ ଆତିୟାଙ୍କୁ ୬ ମିନିଟ୍‌ ୨୧ ସେକେଣ୍ଡ ପଛରେ ପକାଇ ଦେଇଥିଲେ। ନାସେର ମଙ୍ଗଳବାର ସେଞ୍ଜଙ୍କୁ ୨୪ସେକେଣ୍ଡ ପଛରେ ପକାଇ ଅଗ୍ରଣୀ ଲାଭ କରିଥିଲେ। ମାତ୍ର ଏହାପରେ ସେ ଗତିପଥ ନିର୍ଦ୍ଧାରଣ ପଦ୍ଧତିରେ ତ୍ରୁଟି କରି ବସିଥିଲେ। ରେସ୍‌ ପରେ ସେଞ୍ଜ ଆନନ୍ଦ ପ୍ରକାଶ କରିବା ସହ ସୌଦି ଆରବରେ ପ୍ରଥମ ଅଭିଜ୍ଞତା ବେଶ୍‌ ରୋମାଞ୍ଚକ ଥିଲା ବୋଲି କହିଛନ୍ତି। ଆସନ୍ତା ବର୍ଷ ରେସ୍‌ରେ ସେ ଅଂଶଗ୍ରହଣ କରିବେ କି ପଚରାଯିବାରେ ଏବେଠୁ କହିବା ଠିକ୍‌ ହେବ ନାହିଁ ବର୍ତ୍ତମାନ ମୁଁ ବିଜୟ ଖୁସିକୁ ଉପଭୋଗ କରିବାକୁ ଚାହେଁ ବୋଲି କହିଥିଲେ। ସେଞ୍ଜ ହେଉଛନ୍ତି ଫର୍ମୁଲା ଓ୍ବାନ ଡ୍ରାଇଭର କାର୍ଲୋସ ସେଞ୍ଜ ଜୁନିୟରଙ୍କ ପିତା। ସେ ତାଙ୍କ ଏକ୍ସ-ରେଡ୍‌ ମିନିରେ ତୃତୀୟ ଷ୍ଟେଜ୍‌ରୁ ରେସ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ସେଞ୍ଜ ବର୍ତ୍ତମାନ ପୃଥକ୍‌ ପୃଥକ କମ୍ପାନୀର ପ୍ରତିନିଧିତ୍ୱ କରି ଏହି ପ୍ରତିଯୋଗିତାରେ ତୃତୀୟ ଥର ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ପୂର୍ବରୁ ସେ ୨୦୧୦ରେ ଭୋଗ୍ସଓ୍ବାଗନ ଏବଂ ୨୦୧୮ରେ ପିଜଟ ତରଫରୁ ପ୍ରତିନିଧିତ୍ୱ କରି ଟାଇଟଲ ଜିତିସାରିଥିଲେ। ଷ୍ଟିଫାନେ ପିଟରହାନ୍‌ସେଲ ତାଙ୍କ ମିନିରେ ୯ ମିନିଟ୍‌ ୫୮ ସେକେଣ୍ଡ ପଛରେ ରହି ତୃତୀୟ ହୋଇଥିଲେ। କଷ୍ଟସାଧ୍ୟ ଡାକାର ରାଲି ୧୨ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀମାନଙ୍କୁ ୭,୮୦୦ କିଲୋମିଟର ଅତିକ୍ରମ କରିବାକୁ ହୋଇଥିଲା। ମୋଟରବାଇକ୍‌ ବିଭାଗରେ ରିକି ବ୍ରାବେକ୍‌ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଇଡର ଭାବେ ରେସ୍‌ ଜିତିଥିଲେ। ଦୁଇଥର ଫର୍ମୁଲା ଓ୍ବାନ ଚାମ୍ପିୟନ ଫର୍ନାଣ୍ଡୋ ଆଲେଁାସୋ ତାଙ୍କ ଡାକାର ପଦାର୍ପଣରେ ୧୩ତମ ସ୍ଥାନ ଅଧିକାର କରିଥିଲେ। ରବିବାର ପର୍ତ୍ତୁଗୀଜ୍‌ ରାଇଡର ପଲୋ ଗୋନକ୍ଲେଭ୍ସଙ୍କ ମୃତ୍ୟୁ ଶୋକ ପରିବେଶ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri