Posted inଖେଳ

ଡବଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ :ବାର୍ଟିଙ୍କ ନିକଟତର ହେଲେ ପ୍ଲିସ୍‌କୋଭା

ପ୍ୟାରିସ, ୧୭ | ୯(ଏଏଫପି)-
ସୋମବାର ପ୍ରକାଶିତ ଡବଲ୍ୟୁଟିଏ(ଓମେନ୍ସ ଟେନିସ ଆସୋସିଏଶନ) ର଼୍ୟାଙ୍କିଙ୍ଗ୍‌ରେ ଆଶ୍‌ଲେ ବାର୍ଟିଙ୍କ ନିକଟତର ହୋଇଛନ୍ତି କାରୋଲିନା ପ୍ଲିସ୍‌କୋଭା। ଅଷ୍ଟ୍ରେଲିଆର ବାର୍ଟି ଶୀର୍ଷସ୍ଥାନ ବଜାୟ ରଖିଥିଲେ ହେଁ ଦ୍ୱିତୀୟ ସ୍ଥାନରେଥିବା ପ୍ଲିସକୋଭା ପଏଣ୍ଟ ବ୍ୟବଧାନ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ଗତ ସପ୍ତାହ ଶେଷରେ ଜେଙ୍ଗଝୋଉ ଓପନ ଟାଇଟଲ ଜିତିଥିବା ଏହି ଚେକ୍‌ ରିପବ୍ଲିକ ଖେଳାଳି ବାର୍ଟିଙ୍କଠାରୁ ମାତ୍ର ୮୬ ପଏଣ୍ଟ ପଛରେ ରହିଛନ୍ତି। ଝେଙ୍ଗଝୋଉ ଓପନର ଫାଇନାଲରେ ସେ ୬-୩, ୬-୨ ସେଟ୍‌ରେ ପେତ୍ରା ମାର୍ଟିକଙ୍କୁ ହରାଇ ଚଳିତ ବର୍ଷର ୪ର୍ଥ ଟାଇଟଲ ହାସଲ କରିଥିଲେ। ”ବାର୍ଟିଙ୍କୁ ଶୀର୍ଷସ୍ଥାନରୁ ହଟାଇବା ନୁହେଁ, ବରଂ ଭଲ ଖେଳ ବଜାୟ ରଖିବା ମୋର ମୁଖ୍ୟ ଲକ୍ଷ୍ୟ। ଫଳାଫଳକୁ ଦୃଷ୍ଟି ନ ଦେଇ ମୁଁ ଟେନିସକୁ ଉପଭୋଗ କରିବାକୁ ଚାହୁଁଛି“ ବୋଲି ପ୍ଲିସ୍‌କୋଭା କହିଛନ୍ତି। ଟପ୍‌-୧୦ରେ ରହିଥିବା ମହିଳା ଟେନିସ ଖେଳାଳିମାନେ ହେଲେ ଆଶ୍‌ଲେ ବାର୍ଟି (ଅଷ୍ଟ୍ରେଲିଆ, ୬୫୦୧ ପଏଣ୍ଟ), କାରୋଲିନା ପ୍ଲିସ୍‌କୋଭା (ଚେକ୍‌ ରିପବ୍ଲିକ, ୬୪୧୫), ଏଲିନା ସ୍ବିତୋଲିନା (ୟୁକ୍ରେନ, ୫୧୩୧), ନାଓମି ଓସାକା (ଜାପାନ, ୪୮୪୬), ବାଏଙ୍କା ଆଣ୍ଡ୍ରେସ୍କୁ (କାନାଡ଼ା, ୪୮୩୫), ସିମୋନା ହାଲେପ (ରୋମାନିଆ, ୪୮୦୩), ପେତ୍ରା କ୍ୱିଟୋଭା (ଚେକ୍‌ ରିପବ୍ଲିକ, ୪୩୨୬), କିକି ବେର୍ଟେନ୍ସ (ନେଦରଲାଣ୍ଡ୍ସ, ୪୩୨୫), ସେରେନା ଓ୍ବିଲିୟମ୍ସ (ଆମେରିକା, ୩୯୩୫), ବେଲିଣ୍ଡା ବେଙ୍କିକ୍‌ (ସୁଇଜରଲାଣ୍ଡ, ୩୭୩୮)।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ମୋଦିଙ୍କ ଫଟୋକୁ ହଟାଇଦେଲା ପାକିସ୍ତାନ: ଲଜ୍ଜାଜନକ କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୧।୯: ପାକିସ୍ତାନ ପୁଣି ଥରେ ବିଶ୍ୱ ସମ୍ମୁଖରେ ଏକ ଲଜ୍ଜାଜନକ ମନୋଭାବ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ SCO ଶିଖର ସମ୍ମିଳନୀ ୨୦୨୬ ଗ୍ରୁପ ଫଟୋରୁ…

ବକ୍ରୀରୁ ମାର୍ଗୀ ହେବେ ଶନି: ଏହି ୪ ରାଶିଙ୍କୁ ଛପରଫାଡ଼ି ଧନ ଦେବେ ଶନି! ଚାକିରିରେ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଦେବ ବର୍ତ୍ତମାନ ବକ୍ରୀ ଅବସ୍ଥାରେ ଗତି କରୁଛନ୍ତି। ୨୭ ଜୁଲାଇ ୨୦୨୬ରୁ ଶନି ବକ୍ରୀ ଚଳନରେ ଥିବା ବେଳେ ୧୧ ଡିସେମ୍ବରରେ…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ୟୁଟର୍ନ ନେଲା CJP: ସୁପ୍ରିମକୋର୍ଟରେ କହିଲା ଏହି କଥା, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧।୯: କକରୋଚ ଜନତା ପାର୍ଟି (CJP) ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ମାର୍ଚ୍ଚକୁ ପ୍ରତ୍ୟାହାର କରିନେଇଛି। ମଙ୍ଗଳବାର (୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ ଶୁଣାଣି ସମୟରେ CJPର…

ଚାଞ୍ଚଲ୍ୟ…ସିଗାରେଟ୍ ଜଳାଇବାକୁ ମାଗିରେ ଦିଆସିଲି, ମନା କରିବାରୁ….

ନୂଆଦିଲ୍ଲୀ,୧।୯: ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ନେଇଗଲା ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବେମୁରୁ ମଣ୍ଡଳର ୱେଲାବାଡୁ ଗାଁରେ ଘଟିଛି…

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri