ଡଙ୍ଗା ଯୋଗାଣରେ ଦୁର୍ନୀତି ଅଭିଯୋଗକୁ ବିିତିଲା ୩ ବର୍ଷ: ପୁନଃ ତଦନ୍ତ ଲାଗି ରାଜ୍ୟପାଳଙ୍କୁ ପତ୍ର

ଗୋପ,୨୫।୭(ଡି.ଏନ୍‌.ଏ.): ଗୋପରେ ୨୦୧୧ମସିହା ବନ୍ୟା ସମୟରେ ଗୋପ ବ୍ଲକ୍‌ରେ ଡଙ୍ଗା ଯୋଗାଣ ନାଁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗକୁ ତିନି ବର୍ଷ ପୂରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ତେବେ ଏହାର ପୁନଃ ତଦନ୍ତ କରାଯାଇ ତତ୍‌କାଳୀନ ଯନ୍ତ୍ରୀ ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଧବାର ଯୁବ ସାମାଜିକ କର୍ମୀ ଭାଗୀରଥି ସ୍ବାଇଁ ରାଜ୍ୟପାଳଙ୍କୁ ଏକ ଅଭିଯୋଗପତ୍ର ପଠାଇଛନ୍ତି।
ସୂଚନା ମୁତାବକ, ଗତ ୨୦୧୧ରେ ଗୋପ ବ୍ଲକ୍‌ ଅଞ୍ଚଳରେ ବନ୍ୟା ହୋଇଥିବାବେଳେ ବିଭିନ୍ନ ଅଞ୍ଚଳ ବୁଡ଼ିଯାଇଥିଲା। ବନ୍ୟା ଅଞ୍ଚଳରେ ରିଲିଫ୍‌ ପହଞ୍ଚାଇବା ଲାଗି ଡଙ୍ଗା ଯୋଗାଣ କରାଯାଇଥିଲା। ଏହି ଡଙ୍ଗା ଯୋଗାଣରେ ୧୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଦୁର୍ନୀତି ହୋଇଥିବା ନେଇ ସାମାଜିକ କର୍ମୀ ଭାଗୀରଥି ଗତ ୨୭ ଅଗଷ୍ଟ ୨୦୧୬ରେ ଗୋପ ବ୍ଲକ୍‌ ତତ୍‌କାଳୀନ ବିଡିଓଙ୍କ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ଗ୍ରାମପଞ୍ଚାୟତ ବୈଷୟିକ ସହାୟକ ସୀତାପତି ସେଠୀଙ୍କ ନାମରେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିସହ ତତ୍‌କାଳୀନ ବିଡିଓ ଲକ୍ଷ୍ମୀକାନ୍ତ ପତ୍ରସଂଖ୍ୟା ନଂ୧୦୧୪୭ ତା୩୧.୦୮.୨୦୧୫ରିଖରେ ସରକାର ଜାରି କରିଥିବା ନିର୍ଦ୍ଦେଶାନାମାକୁ ଉଲ୍ଲଂଘନ କରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ବ୍ଲକ୍‌ ବୈଠକ ଗୃହର ଟେଣ୍ଡର ନ କରି ୪୧ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରିଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ତତ୍‌କାଳୀନ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ପତ୍ର ସଂଖ୍ୟା ୧୫୬୬ ତା ୧୧.୦୫.୨୦୧୭ରିଖରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଭିଯୋଗ ହେବାର ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ତତ୍‌କାଳୀନ ଜିଲାପାଳ ଅଗ୍ରୱାଲ ଠିକ୍‌ ଭାବେ ତଦନ୍ତ ନ କରି ତରବରିଆ ଭାବେ ଗ୍ରାମପଞ୍ଚାୟତ ବୈଷୟିକ ସହାୟକଙ୍କୁ କେବଳ ଗୋପ ବ୍ଲକ୍‌ରୁ କୃଷ୍ଣପ୍ରସାଦ ବ୍ଲକ୍‌କୁ ବଦଳି କରିଦିଆଯାଇଥିଲା। ସେମାନଙ୍କ ପ୍ରତି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇ ନଥିବାରୁ ପୁଣିଥିରେ ଏହି ଘଟଣାରେ ତଦନ୍ତ କରାଯାଇ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଉକ୍ତ ସାମାଜିକ କର୍ମୀ ପୁଣି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିବା ଅଭିଯୋଗ ପତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ଗୋପ ବ୍ଲକ୍‌ ବିଡିଓ ଦୀପ୍ତିରାଣୀ ଦାସ କୁହନ୍ତି, ମୋ ନିକଟରେ ଏବେ ସେପରି କିଛି ଅଭିଯୋଗ ଆସିନାହିଁ, ଯଦି ଏଭଳି କିଛି ଅଭିଯୋଗର ନିର୍ଦ୍ଦେଶ ମୋ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟ: ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର,୨୦ା୨: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ୱର ସତସଙ୍ଗ ବିହାର ପାର୍କ ନିକଟରେ ଘଟିଥିବା ଏହି…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ବିରୋଧୀ ଯେଉଁ ଅପଚେଷ୍ଟା କରୁଛନ୍ତି ସେଥିରେ ବିଫଳ ହେବେ: ମନମୋହନ

ଭୁବନେଶ୍ୱର,୨୦।୨ (ସୁନିତ୍‌ ମିଶ୍ର): ଧାନର ଅଭାବୀ ବିକ୍ରି ନ ହେବା ଏବଂ ଚାଷୀ ତା’ର ଉଚିତ ମୂଲ୍ୟ ପାଇବା ପାଇଁ ଭାଜପା ସବୁବେଳେ ପ୍ରୟାସ କରୁଛି। ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri