Posted inଖେଳ

ଟ୍ରେଭର ବେଲିସ୍‌ ଟିମ୍‌ ଆବୁଧାବି କୋଚ୍‌

ଆବୁଧାବି, ୧୮ା୧୦ (ପି.ଟି.)-ଏଠାରେ ନଭେମ୍ବର ୧୫ରୁ ଆରମ୍ଭ ହେବାକୁଥିବା ଟି୧୦ ଟୁର୍ନାମେଣ୍ଟ ଲାଗି ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଆବୁଧାବି ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ବିଶ୍ୱକପ୍‌ ବିଜୟୀ କୋଚ୍‌ ଟ୍ରେଭର ବେଲିସ୍‌ ଦଳର କୋଚ୍‌ ଦାୟିତ୍ୱ ତୁଲାଇବେ। ବାର୍ଷିକ ଖେଳାଳି ତାଲିକାରେ ସ୍ଥାନ ପାଇଥିବା ୧୧୦ଜଣଙ୍କୁ ୮ଟି ଦଳ ମଧ୍ୟରେ ବାଣ୍ଟି ଦିଆଯାଇଛି। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁଥିବା ନାମି ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶ୍ରୀଲଙ୍କା ପେସ୍‌ ବୋଲର ଲସିଥ ମାଲିଙ୍ଗା, ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ଏବଂ ପାକିସ୍ତାନ ସ୍ପିଡ୍‌ଷ୍ଟର ମହମ୍ମଦ ଅମିର। ଟିମ୍‌ ଆବୁଧାବି ପ୍ରତି ଆବୁଧାବି ସ୍ପୋଟର୍‌ସ କାଉନ୍‌ସିଲର ସମର୍ଥନ ରହିଛି। ଦଳ ବେଲିସ୍‌ଙ୍କ ବ୍ୟତୀତ ୟୁଏଇ ନ୍ୟାଶନାଲ କ୍ରିକେଟ ଟିମ୍‌ର କୋଚ୍‌ ଡଗ୍‌ ବ୍ରାଉନ୍‌ଙ୍କ ଅଧୀନରେ ଟ୍ରେନିଂ ନେବ। ଇଂଲଣ୍ଡ ଅଲରାଉଣ୍ଡର ଅଲିଙ୍କୁ ଦଳର ଆଇକନ୍‌ ଖେଳାଳି ଭାବେ ମନୋନୀତ କରାଯାଇ ସାରିଛି। ଦଳ ଆହୁରି ମଧ୍ୟ ଶ୍ରୀଲଙ୍କାର ଷ୍ଟାର ଖେଳାଳି ନିରୋଶାନ ଡିକ୍‌ଓ୍ବେଲା, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ଏବଂ ଅମିରଙ୍କୁ ଦଳରେ ସ୍ଥାନ ଦେଇଛି। ଗତଥରର ଚାମ୍ପିୟନ ନର୍ଦର୍ନ ଓ୍ବାରିୟର୍ସ ଓ୍ବେଷ୍ଟଇଣ୍ଡିଜର ଡାରେନ ସାମିଙ୍କୁ ଟିମ୍‌ର ଆଇକନ୍‌ ଖେଳାଳି ଭାବେ ମନୋନୀତ କରିଛି। ଦି ମାରାଠା ଆରବିୟାନ୍ସ ଏକ ସନ୍ତୁଳିତ ଦଳ ଗଠନ କରିଛି। ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ବେଶ୍‌ ଶକ୍ତିଶାଳୀ। ଅଷ୍ଟ୍ରେଲିଆର ଖ୍ରିସ୍‌ ଲିନ୍‌ ହେଉଛନ୍ତି ଦଳର ଆଇକନ୍‌ ଖେଳାଳି। ଦଳ ଲସିଥ୍‌ ମାଲିଙ୍ଗା ଏବଂ ଡ୍ବେନ ବ୍ରାଭୋଙ୍କୁ ସାମିଲ କରିଛି। ଡେକାନ ଗ୍ଲାଡିୟର୍ସ ତରଫରୁ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରଣ ପୋଲାର୍ଡ ଖେଳିବେ। ଇଅନ୍‌ ମୋର୍ଗାନ ଦିଲ୍ଲୀ ବୁଲ୍ସର ନେତୃତ୍ୱ ନେବେ। ଏହି ଦଳରେ ସ୍ଥାନ ପାଇଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଶୋଏବ ମଲିକ, ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବି ଏବଂ ଶ୍ରୀଲଙ୍କାର କୁସାଲ ପେରେରା। ଟିମ୍‌ କ୍ୱାଲାଣ୍ଡାର୍ସ ଦଳରେ ପାକିସ୍ତାନର ମହମ୍ମଦ ହାଫିଜ୍‌ ଏବଂ ଇମାଦ୍‌ ଓ୍ବାସିମ୍‌ଙ୍କୁ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?