ଟ୍ରାଫିକ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ

ଯୋଡ଼ା, ୨୭।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା- ଗୁଆଲୀ ରାସ୍ତାରେ ବୁଧବାର ଟ୍ରାଫିକ ଜାମ୍‌ ଚରମସୀମାରେ ପହଞ୍ଚିଛି। ବିଳମ୍ବିତ ରାତିଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ ଜାମ୍‌ରେ ହଜାର ହଜାର ସଂଖ୍ୟାରେ ଟ୍ରକ ଡମ୍ପର, ଯାତ୍ରୀବାହୀ ବସ୍‌, ସ୍କୁଲ୍‌ ବସ୍‌ ଓ ଭ୍ୟାନ୍‌, ଛୋଟ ଛୋଟ ଯାନବାହାନ ସମେତ ଜରୁରୀକାଳୀନ ଗାଡି ଗୁଡିକ ଫସି ରହିଥିଲା। ଟ୍ରାଫିକ ଜାମ୍‌ ଏପରି ବିପର୍ଯ୍ୟସ୍ତ ହୋଇପଡିଥିଲା ଯେ, ସାଧାରଣ ପଥଚାରୀ, ବାଇକ୍‌ ଆରୋହୀ ମଧ୍ୟ ରାସ୍ତାରେ ଯିବାସିବା ଅସମ୍ଭବ ହୋଇପଡିଥିଲା। ଏହି ଟ୍ରାଫିକ ଜାମରେ ଭୁବନେଶ୍ୱରଠାରୁ ଆସୁଥିବା ଦ୍ରୂତଗାମୀ ବସ୍‌ ଗୁଡିକ ଯୋଡାରେ ଭୋର ୪ଟାରୁ ୫ଟା ମଧ୍ୟରେ ପହଞ୍ଚିବା ପରିବର୍ତ୍ତେ ୬ ଘଣ୍ଟା ବିଳମ୍ବରେ ପୂର୍ବାହ୍ନ ୧୦ଟା ବେଳେ ଯାତ୍ରୀମାନେ ଯୋଡାରେ ପହଞ୍ଚିଥିଲେ। ମାଟ୍ରିକ ପରୀକ୍ଷା ଚାଲୁଥିବାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ବସ୍‌ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ବିଚଳିତ ହୋଇ ପରୀକ୍ଷାର୍ଥୀମାନେ ନିଜ ନିଜର ଅଭିଭାବକଙ୍କୁ ଫୋନ କରି ମୋଟର ସାଇକେଲ ଯୋଗେ ପରୀକ୍ଷା କେନ୍ଦ୍ରକୁ ବହୁ କଷ୍ଟରେ ବଡ ବଡ ଗାଡିର ଫାଙ୍କ ମଧ୍ୟରେ ଗଳି ବିପଦପୂର୍ଣ୍ଣ ଭାବେ ଯାଉଥିବା ଦେଖିବାକୁ ମିଳିଥିଲା। ଟ୍ରାଫିକ ଜାମ୍‌କୁ ନିୟନ୍ତ୍ରଣ ତଥା ଖୋଲିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିବା ଯାତ୍ରୀବାହୀ ବସ୍‌ରେ ଯାଉଥିବା ଯାତ୍ରୀ କିଶୋର ରାଉତ, ରୁକ୍ମଣୀ ମହାନ୍ତ, ହେମନ୍ତ କାରୁଆ, ସୁରେନ୍ଦ୍ର ଲେଙ୍କା, ସାବିତ୍ରୀ ବେହେରା, ରେଣୁବାଳା ପଟ୍ଟନାୟକ, ବାସୁଦେବ ଦାସ ପ୍ରମୁଖ ବସ୍‌ ଯାତ୍ରୀ ଅଭିଯୋଗ କରିଥିଲେ। ପ୍ରାୟ ୨୦ଟି ବସ୍‌ ର ଯାତ୍ରୀମାନେ ମିଳିମିଶି ରାସ୍ତାରୁ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ଉଦ୍ୟମ କରିଥିଲେ ହେଁ , ଏଥିରେ ସଫଳତା ପାଇପାରି ନ ଥିଲେ ା କାରଣ, ଟ୍ରାଫିକ ଜାମ୍‌ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା। ଦିନ ୮ଟା ବେଳେ ପରୀକ୍ଷାର୍ଥୀମାନଙ୍କ ଅଭିଭାବକମାନେ ପୋଲିସ ପ୍ରଶାସନକୁ ଜଣାଇବା ପରେ ପୋଲିସ ସଦଳବଳ ପହଞ୍ଚି ସ୍କୁଲବସ୍‌ ଓ ଯାତ୍ରୀବାହୀ ବସ୍‌ ଗୁଡିକୁ ଟ୍ରକ କବଜାରୁ ମୁକୁଳାଇଥିଲେ ତେବେ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ଯେ, ଜିଲା ପ୍ରଶାସନ ପକ୍ଷରୁ ଘରୋଇ ସୁରକ୍ଷା କର୍ମୀ, ହାଇଓ୍ବେ ପାଟ୍ରୋଲିଂ ଗାଡି ନିୟୋଜିତ କରାଯାଇଥିଲେ ମଧ୍ୟ ଏହି ଜାମ୍‌କୁ ରୋକିବାରେ ପ୍ରଶାସନ ବିଫଳ କିପରି ହେଉଛି। ତେଣେ ଯୋଡା ମହିଳା ମହାବିଦ୍ୟାଳୟରେ ଚାଲିଥିବା ଯୁକ୍ତ ୨ ପ୍ରଥମ ବର୍ଷର ପରୀକ୍ଷାର୍ଥୀମାନେ ମଧ୍ୟ ମହାବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିଥିଲେ ା ଯଦି ଏହିପରି ଅବସ୍ଥା ଲାଗି ରହେ ମାଟ୍ରିକ ପରୀକ୍ଷାର୍ଥୀମାନେ ପରୀକ୍ଷାରୁ ବଂଚିତ ହେବାର ଆଶଙ୍କା ଯଥେଷ୍ଟ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri