ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ: ରାସ୍ତାରୁ ମୃତଦେହ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚଢ଼େୟାପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଚଢ଼େୟାପଲ୍ଲୀର ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକ। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଶୁକ୍ରବାର ଭଞ୍ଜନଗର ଡାକ୍ତରଖାନାକୁ ପଠାଇଛି। କୃଷ୍ଣଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ମଣ ନାୟକଙ୍କ ଅଭିଯୋଗ ପ୍ରକାରେ ଏ ନେଇ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଥିବା ମହାମାୟୀ ନାମକ ଟ୍ରକ(ନଂ.ଓଡି୦୭ଏନ୯୯୭୭)ର ପତ୍ତା ଲଗାଇବା ଓ ମାଲିକ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଚଢ଼େୟାପଲ୍ଲୀ ଗାଁ ଓ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।
ପ୍ରକାଶ ଯେ, ରାମଚନ୍ଦ୍ରଙ୍କ ତାଙ୍କ ଗ୍ରାମର ଜଣେ ବ୍ୟକ୍ତି (ଟ୍ରକ ମାଲିକ)ଙ୍କ ସହ କୌଣସି କଥାକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ରାତି ପ୍ରାୟ ୯ଟାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କର ୨ ଭଣଜାଙ୍କ ସହ ରାମଚନ୍ଦ୍ରଙ୍କ ଘର ଆଗକୁ ଆସି ଗାଳିଗୁଲଜ କରିଥିଲେ। ଏ ନେଇ ରାମଚନ୍ଦ୍ର ଜଗନ୍ନାଥପ୍ରସାଦ ଥାନାକୁ ଫୋନ କରି ଜଣାଇଥିଲେ। ପୋଲିସ ଆସିବାରେ ବିଳମ୍ବ ହେବାରୁ ୩ ଜଣ ସାଥୀଙ୍କ ସହ ସେ ୨ଟି ବାଇକ୍‌ରେ ଥାନାକୁ ଯିବା ପାଇଁ ବାହାରିଥିଲେ। ରାମଚନ୍ଦ୍ର ଓ କୃଷ୍ଣ ଗୋଟିଏ ବାଇକରେ ଆଗେ ଆଗେ ଯାଉଥିବା ବେଳେ ସେମାନଙ୍କ ପଛରେ ଲକ୍ଷ୍ମଣ ଓ ତାଙ୍କର ଗ୍ରାମର ଉଲ୍ଲା ଗୌଡ଼ ଅନ୍ୟ ଏକ ବାଇକ୍‌ରେ ଯାଉଥିଲେ। ରାମଚନ୍ଦ୍ରଙ୍କ ବାଇକ ଚଢ଼େଆପଲ୍ଲୀ ଗ୍ରାମ ପାର ହେଉଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କାଦେଇ ପ୍ରାୟ ୧୦୦ ମିଟର ଦୂର ଘୋଷାଡ଼ି ନେଇଥିଲା। ପଛରେ ଆସୁଥିବା ଲକ୍ଷ୍ମଣ ଓ ଉଲା ଏହା ଦେଖି ନିଜ ଜୀବନ ବଞ୍ଚାଇବା ପାଇଁ ବାଇକକୁ ବୁଲାଇ ଅନ୍ୟ ଏକ ଗ୍ରାମକୁ ପଳାଇ ଯାଇଥିଲେ। ପରେ ସେମାନେ ଗାଁକୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଅନ୍ୟପଟେ ଗାଁରେ ଗଣ୍ଡଗୋଳ ଚାଲିଥିବା ଖବରପାଇ ଥାନାଧିକାରୀ ଯୁବରାଜ ସ୍ବାଇଁ ସଦଳବଳ ଚଢ଼େୟାପଲ୍ଲୀ ଅଭିମୁଖେ ଆସୁଥିବା ବେଳେ କୁଶାପଲ୍ଲୀ ରାସ୍ତାରେ ରାମଚନ୍ଦ୍ର ଓ କୃଷ୍ଣ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସ୍ଥାନୀୟ ଦମକଳ ବାହିନୀ ସହାୟତାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ଜଣାପଡିବା ପରେ ସେମାନଙ୍କ ପରିବାର ଲୋକେ ଡାକ୍ତରଖାନାକୁ ଆସିଥିଲେ। ଖବରପାଇ ଭଞ୍ଜନଗର ଏସ୍‌ଡିପିଓ ମିଶ୍ର ରାତିରେ ଚଢ଼େୟାପଲ୍ଲୀ ଗ୍ରାମକୁ ଯାଇ ପଚରାଉଚୁରା କରିଥିଲେ। ଜଗନ୍ନାଥପ୍ରସାଦ ଡାକ୍ତରଖାନା ପରିସରରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୂର୍ବ ଶତ୍ରୁତାକୁ ନେଇ ଟ୍ରକ ମଡ଼ାଇ ରାମଚନ୍ଦ୍ର ଓ କୃଷ୍ଣଙ୍କୁ ହତ୍ୟା କରାଯାଇଛି ବୋଲି ଶୁକ୍ରବାର ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ କାହାରିକୁ ଗିରଫ କରିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri