Posted inଖେଳ

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ ବଲ୍‌ରେ ଏହି ମ୍ୟାଚ ଖେଳାଯିବ। ଫଳରେ ସନ୍ଧ୍ୟା ତଥା ରାତିରେ ଅଭ୍ୟାସ କରିବା ଅର୍ଥାତ୍‌ ‘ଟ୍ବିଲାଇଟ୍‌ ଟ୍ରେନିଂ’ପାଇଁ ଭାରତୀୟ କ୍ରିକେଟର ଇନ୍ଦୋରରେ ଆହୁରି ଅଧିକ ଦୁଇଦିନ ରହିବେ। ଏପରି କି ବାଂଲାଦେଶ ଦଳ ମଧ୍ୟ ଅଭ୍ୟାସ ପାଇଁ ଏଠାରେ ରହିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହୋଇଥିବାରୁ ବାକି ୨ ଦିନ ଏଠାରେ ରହି ଅଭ୍ୟାସ ଉପରେ ଦଳ ଗୁରୁତ୍ୱ ଦେବ ବୋଲି କୁହାଯାଇଛି।
ଆଗାମୀ ଦୁଇଦିନରେ ଭାରତ ପିଙ୍କ୍‌ ବଲ୍‌ରେ ଅଭ୍ୟାସ କରିବ ଓ ଏହାକୁ ‘ଟ୍ବିଲାଇଟନ ଜୋନ୍‌’ ବୋଲି କୁହାଯାଉଛି। ଗୋଧୂଳି ବା ସନ୍ଧ୍ୟା ସମୟରେ କିପରି ଖେଳିବାକୁ ହୁଏ ଆମେ ତାହା ଜାଣିନାହୁଁ। ତେଣୁ ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ନେବାକୁ ଆମେ ସ୍ଥିର କରିଛୁ ବୋଲି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି। ପୂର୍ବରୁ ଚେତେଶ୍ୱର ପୂଜାରାଙ୍କ ସମେତ କେତେଜଣ ଖେଳାଳି ଦୁଲୀପ୍‌ ଟ୍ରଫି ଖେଳିବା ଅବସରରେ ସନ୍ଧ୍ୟା ସମୟରେ ପିଙ୍କ୍‌ ବଲ୍‌ରେ ଖେଳିଛନ୍ତି ଓ ଏହାକୁ ଚ୍ୟାଲେଞ୍ଜ୍‌ ପୂର୍ଣ୍ଣ କହିଛନ୍ତି। ସନ୍ଧ୍ୟା ସମୟରେ ଆକାଶ ଓ ପିଙ୍କ୍‌ ବଲ୍‌ର ରଙ୍ଗ କମଳା ରଙ୍ଗ ପରି ମନେ ହୋଇଥାଏ। ଫଳରେ ଏହି ସମୟରେ ବଲକୁ ଦେଖିବାରେ ସମସ୍ୟା ରହିଥିଏ ଓ ଏଥିପାଇଁ ବ୍ୟାଟିଂ କରିବା ମଧ୍ୟ କଷ୍ଟକର ହୋଇଥାଏ ବୋଲି ପୂଜାରା କହିଛନ୍ତି। ତେବେ ଏହି ସମୟରେ ଅଧିକ ଖେଳିଲେ ଜଣେ ବ୍ୟାଟ୍ସମ୍ୟାନ ଅଭ୍ୟସ୍ତ ହୋଇଥାନ୍ତି ଓ ବଲ୍‌ର ଗତି ସମ୍ପର୍କରେ ଅବଗତ ହୋଇଥାନ୍ତି।
ଏପର୍ଯ୍ୟନ୍ତ ପିଙ୍କ୍‌ ବଲ୍‌ରେ ବୋଲିଂ କରିନାହିଁ। ବେଳେବେଳେ ଏହି ବଲ୍‌ ଗୋଲାପୀ କିମ୍ବା କମଳା ରଙ୍ଗ ଭଳି ମନେ ହୋଇଥାଏ। ତେଣୁ ଅଭ୍ୟାସ କରିବା ନିହାତି ଜରୁରୀ ବୋଲି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି। ଅନ୍ୟପଟେ ଖେଳାଳିମାନେ ଉଭୟ ନୂଆ ଓ ପୁରୁଣା ପିଙ୍କ୍‌ ବଲ୍‌ରେ ଅଭ୍ୟାସ କରବା ଜରୁରୀ ବୋଲି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର କହିଛନ୍ତି। ନେଟ୍ସରେ ବ୍ୟାଟ୍ସମ୍ୟାନମାନେ ଭିନ୍ନ ବଲ୍‌ ସହ ଅଭ୍ୟାସ କରିବା ଆବଶ୍ୟକ। ନୂଆ ପିଙ୍କ୍‌ ବଲ୍‌, ୨୦ ଓଭର ପିଙ୍କ୍‌ ବଲ୍‌ ଓ ଗୋଟିଏ ୫୦ ଓଭର ପିଙ୍କ୍‌ ବଲ୍‌କୁ ନେଇ ଅଭ୍ୟାସ କରିବା ଦରାକାର ବୋଲି ସେ କହିଛନ୍ତି। ସେଣ୍ଟର ଉଇକେଟରେ ଓ କଳା ସାଇଡ ସ୍କ୍ରିନ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ତେଣୁ ନେଟ୍‌ ପ୍ରାକ୍ଟିସ୍‌ରେ ଖେଳାଳିମାନେ ଧ୍ୟାନ ଦେବା ଉଚିତ ହେବ ବୋଲି ସଚିନ କହିଛନ୍ତି। ଆସନ୍ତା ୧୯ ତାରିଖରେ ଦୁଇ ଦଳ କୋଲକାତା ଯାତ୍ରା କରିବ ଓ ଏହା ପର ଦୁଇଦିନରେ ଇଡେନ ଗାର୍ଡେନରେ ଅଭ୍ୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri