ଟୁଇଟ୍‌ ପରେ ପାଞ୍ଚାଳୀଙ୍କୁ ମିଳିଲା ରାଶନ ସାମଗ୍ରୀ: ଏକକାଳୀନ ପାଇଲେ ୯ ମାସର ଚାଉଳ

ଭଦ୍ରକ ଅଫିସ, ୨୮ା୮- ଭଦ୍ରକ ଜିଲାରେ ବହୁ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ୍‌ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଇ ଆସୁଛି। ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଗାଁର ପାଞ୍ଚାଳୀ ଜେନା ନାମ୍ନୀ ଜଣେ ହତାଧିକାରୀ ୯ ମାସ ଧରି ସାମଗ୍ରୀ ପାଇ ପାରି ନ ଥିଲେ। ଏ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିଲା। ଏ ଗାଁ ନିକଟବର୍ତ୍ତୀ ଭଗବାନପୁର ଗାଁର ସାମାଜିକ କର୍ମୀ ସନ୍ତୋଷ ମହାପାତ୍ର ଏ ନେଇ ସୋମବାର ପୂର୍ବାହ୍ନରେ ଟୁଇଟ୍‌ କରି ଅନହରପୁର ଗାଁର ପାଞ୍ଚାଳୀଙ୍କ ଭଳି ଗରିବ ପରିବାର ରାଶନ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ଧାମନଗର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟୁଇଟ୍‌ ଦେଖି ଯୋଗାଣମନ୍ତ୍ରୀ ଭଦ୍ରକ ଜିଲାପାଳଙ୍କୁ ତୁରନ୍ତ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ଜିଲା ଯୋଗାଣ ଅଧିକାରୀଙ୍କୁ ଉକ୍ତ ଗାଁକୁ ଯାଇ ତଦନ୍ତ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଜିଲା ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀ ଓ ଧାମନଗର ବ୍ଲକ ଯୋଗାଣ ଅଧିକାରୀ ମନୋରଞ୍ଜନ ମହାପାତ୍ର ଅନହରପୁର ଗାଁରେ ପହଞ୍ଚତ୍ ପାଞ୍ଚାଳୀଙ୍କ ଅବସ୍ଥା ବୁଲି ଦେଖିଥିଲେ। ସେ ପ୍ରକୃତରେ ଯୋଗ୍ୟ ହିତାଧିକାରୀ ଓ ତାଙ୍କ ନାଁରେ ରାଶନକାର୍ଡ ଥିବା ଜାଣି ସ୍ଥାନୀୟ ଡିଲରଙ୍କୁ ଡାକି ତାଲିକାରେ ତାଙ୍କ ନଁା ଯାଞ୍ଚ କରାଯାଇଥିଲା। ପାଞ୍ଚାଳୀଙ୍କ ନାଁ ତାଲିକାଭୁକ୍ତ ଥିବା ତଦନ୍ତରୁ ଜଣାପଡିବାରୁ ୨୦୧୮ ଅକ୍ଟୋବର ସେ ପାଇ ନ ଥିବା ୯ ମାସର ୧ କୁଇଣ୍ଟାଲ ୮୦ କେଜି ଚାଉଳ ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଘଟଣାରୁ ସରକାର ଯୋଗାଉଥିବା ଖାଉଟୀ ସାମଗ୍ରୀ କିଭଳି ବାଟମାରଣା ହେଉଛି, ତାହା ପଦାକୁ ଆସିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହାର ତଦନ୍ତ କରି ପାଞ୍ଚାଳୀଙ୍କ ଖାଉଟି ସାମଗ୍ରୀ ଯିଏ ନେଇଛି ତାଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଜିଲା ଯୋଗାଣ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଭଗବାନପୁର ପଞ୍ଚାୟତରେ ଅନ୍ତୋଦ୍ୱୟ, ଅର୍ଣ୍ଣପୂର୍ଣ୍ଣା ଆଦି ଯୋଜନାରେ ବହୁ ପ୍ରିୟାପ୍ରୀତି ତୋଷଣ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଉଥିବା ଅଭିଯୋଗ ଆସିଛି। ଏହାର ଉଚ୍ଚସ୍ତରୀୟ ଯାଞ୍ଚ କରା ଯାଉବୋଲି ସାଧାରଣରେ ମଧ୍ୟ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ବଞ୍ଚିଛି ଗୁରୁ ଶିଷ୍ୟ ପରମ୍ପରା

ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍‌ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri