ହିଞ୍ଜିଳିକାଟୁ,୨୪।୮(ଡ଼ି.ଏନ୍.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରର ରାସ୍ତା କଡ଼ରେ ଟିମ୍ କ୍ଲିନ ସିଟି ଶନିବାର ହିଞ୍ଜିଳିକାଟୁରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଛି। ବ୍ରହ୍ମପୁର ମହାନଗରରେ ଲଗାତାର ୪୯ ଦିନ ଧରି ଏହି କାର୍ଯ୍ୟକ୍ରମ ପରେ ହିଞ୍ଜିଳିକାଟୁ ଅଭିଯାନକୁ ବିପୁଳ ସମର୍ଥନ ମିଳିଛି। ବ୍ରହ୍ମପୁର ଟିମ୍ କ୍ଲିନ ସିଟିର ସଂଯୋଜକ ଶକ୍ତିଧର ରାଜଗୁରୁ ଓ ଅନ୍ୟମାନେ ଶନିବାର ଭୋରରେ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ। ଏହି ଟିମ୍କୁ ହିଞ୍ଜିଳିକାଟୁ ବିଡିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାଶ ଓ ଅନ୍ୟ ଅଧିକାରୀଙ୍କ ସହ ତ୍ରିରଙ୍ଗା ଯୁବକ ସଂଘ, ଡିସ୍କଭରୀ ହିଞ୍ଜିଳିକାଟୁ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ସଦସ୍ୟା ସଦସ୍ୟ ସ୍ବାଗତ କରିଥିଲେ। ରାସ୍ତା କଡ଼ର ପୋଷ୍ଟର ଚିରା ଅଭିଯାନ କଲେଜ ଛକରୁ ଆରମ୍ଭ ହୋଇ ବଇଁଚବଣିଆ ପର୍ଯ୍ୟନ୍ତ ପହଞ୍ଚିଲା। ବାଟରେ ବହୁ ସାଧାରଣ ଲୋକ ଟିମ୍ ସହ ସ୍ବତଃ ଯୋଗ ଦେଇ ପୋଷ୍ଟର ଚିରାରେ ସାମିଲ ହେବା ସହ ଟିମ୍ର ପ୍ରୟାସକୁ ଉତ୍ସାହିତ କରିଥିଲେ।
ପ୍ରକାଶ ଥାଉ କି, ଟିମ୍ କ୍ଲିନ ସିଟିର ଏହି ଅଭିଯାନରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଟିମ୍ର ପ୍ରୟାସକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ।
Posted inHome, ଆମ ଜିଲା ଖବର, ଗଞ୍ଜାମ View All
ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା: ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ
ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...
‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’
ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...
ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍ କାର୍ଡ, ଲାଇଫଟାଇମ୍ ଯାଏ Free
ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା
ଦୁବାଇ,୧୯।୧୨: ସିନିଅର୍ ମେନ୍ସ ଏସିଆ କପ୍ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...
ଛତୁଆ ବିଲ୍ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ
ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...
ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …
ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...
ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...
Archives


