ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି ନିହାତି ଜରୁରୀ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି। ଆଉ କେହି ପୁରୁଣା ପୋଷାକରେ ହୋଲି ଖେଳିବାକୁ ପସନ୍ଦ କରୁ ନାହାନ୍ତି। ବରଂ ଏହିଦିନ ସେମାନେ ସଜବାଜ ହୋଇ ଭଲ ପୋଷାକ ପିନ୍ଧି ପରିବାର ତଥା ସାଙ୍ଗସାଥୀଙ୍କ ସହ ହୋଲି ଖେଳି ମଜା ମଉଜରେ ଦିନ କାଟିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ଖାସ୍‌ ଦିନରେ କିପରି ସ୍ପେଶାଲ୍‌  ଲୁକ୍‌ ପାଇହେବ, ସେ ନେଇ କିଛି ଟିପ୍ସ…

* ହୋଲିରେ ଅନେକେ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯେଉଁଠି ରଙ୍ଗର ଏତେ ସବୁ ଭେରାଇଟି ରହିଛି, ସେଠି କେବଳ ଧଳା ରଙ୍ଗ କାହିଁକି! ଆପଣ ଚାହିଁଲେ ଏହିଦିନ ମଲ୍ଟି କଲର୍‌ର ଆଉଟ୍‌ଫିଟ୍‌ ତଥା ମଲ୍ଟି କଲର୍‌ର ଚୁନି ବି ଟ୍ରାଏ କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ। ସେହିପରି ଫ୍ଲୋରାଲ୍‌ ଡ୍ରେସ୍‌ ମଧ୍ୟ ହୋଲିରେ ଆକର୍ଷଣୀୟ ଲୁକ୍‌ ଦେଇଥାଏ।

*ହିଲ୍‌ ପରିବର୍ତ୍ତେ ରବର୍‌ ଶୁ’ ହୋଲି ପାଇଁ ବେଷ୍ଟ ଅପ୍ସନ। ତେବେ ଧ୍ୟାନ ଦେବେ ରବର ଶୁ’ଏପରି ହୋଇଥିବା ଦରକାର, ଯାହା ପିନ୍ଧିବାକୁ କମ୍ଫଟେବଲ୍‌ ଲାଗିବା ସହ ପାଣିରେ ସ୍ଲିପ୍‌ କରୁ ନ ଥିବ। ଅନ୍ୟପକ୍ଷେ ଯେଉଁମାନେ ଏହି ଦିନ ଟିକେ ଓ୍ବେଷ୍ଟର୍ନ ଲୁକ୍‌ ଚାହାନ୍ତି, ସେମାନେ ସ୍ନିକର୍ସ କିମ୍ବା ପମ୍ପ୍ସ ଫୁଟ୍‌ଓ୍ବେର୍‌ ବି ଟ୍ରାଏ କରିପାରିବେ।

*ଅନେକେ ଭାବନ୍ତି, ହୋଲିଦିନ ମେକ୍‌ଅପ୍‌ ନେବାର କିଛି ଆବଶ୍ୟକତା ନାହିଁ। କାରଣ ରଙ୍ଗ ଲାଗିଲେ ମେକ୍‌ଅପ୍‌ ତ ଖରାପ ହୋଇଯିବ। ତଥାପି ବି ହୋଲିରେ ସାମାନ୍ୟ ମେକ୍‌ଅପ୍‌ ନେବା ନିହାତି ଜରୁରୀ। ଓ୍ବାଟର୍‌ପ୍ରୁଫ୍‌ ମେକ୍‌ଅପ୍‌ ନେଲେ ତ ସବୁଠୁ ଭଲ। କାହିଁକି ନା ଏବେ ମାର୍କେଟ୍‌ରେ ଏମିତି କେତେକ ରଙ୍ଗ ମିଳୁଛି, ଯେଉଁଥିରେ କ୍ଷତିକାରକ କେମିକାଲ୍ସ ରହୁଛି। ତେଣୁ ମେକ୍‌ଅପ୍‌ ନେଇ ଖେଳିଲେ ରଙ୍ଗରେ ଥିବା କ୍ଷତିକାରକ କେମିକାଲ୍ସର ପ୍ରଭାବ ଆଉ ଆମ ସ୍କିନ୍‌ ଉପରେ ସେତେ ପଡ଼ି ନ ଥାଏ। ସେହିପରି ହୋଲି ଖେଳିବାକୁ ଯିବା ପୂର୍ବରୁ ମୁହଁ, ହାତ, ଗୋଡ ସବୁଆଡେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବା ମଧ୍ୟ ଦରକାର। ଅନ୍ୟପକ୍ଷେ ପରଫେକ୍ଟ ହୋଲି ଲୁକ୍‌ ପାଇଁ ଆପଣ ଚାହିଁଲେ ଏହିଦିନ ମଲ୍ଟି କଲର୍‌ ନେଲ୍‌ଆର୍ଟ ବି କରିପାରନ୍ତି।

*ହୋଲିଦିନ ଯେମିତି ବି ହେୟାର୍‌ ଷ୍ଟାଇଲ୍‌ କରନ୍ତୁ ନା କାହିଁକି ହୋଲିର ରଙ୍ଗ ଯେମିତି କେଶର କିଛି କ୍ଷତି ନ କରିବ ସେଥିପ୍ରତି ଧ୍ୟାନ ଦେବା ବି ନିହାତି ଆବଶ୍ୟକ। ତେବେ ପୋନିଟେଲ୍‌ ହେଉଛି ହୋଲି ପାଇଁ ସବୁଠୁ ଭଲ ହେୟାର୍‌ ଷ୍ଟାଇଲ୍‌। ସେହିପରି ମୁଣ୍ଡରେ ସ୍କାର୍ଫ ବାନ୍ଧି ହୋଲି ଖେଳିଲେ କିଛି କ୍ଷତି ନାହିଁ।

*ହୋଲିରେ ହେଭି ଜୁଏଲେରୀ ପରିବର୍ତ୍ତେ ହାଲ୍‌କା ଆର୍ଟିଫିସିଆଲ୍‌ ଜୁଏଲେରୀ ପିନ୍ଧିବା ଠିକ୍‌ ହୋଇଥାଏ। ଯଦି ଏହି ଦିନ ଆପଣ ଟ୍ରାଡିଶନାଲ୍‌ ଡ୍ରେସ୍‌ ପିନ୍ଧୁଥାନ୍ତି, ତା’ହେଲେ ତାକୁ ମ୍ୟାଚ୍‌ କରି ଝୁମ୍‌କା କିମ୍ବା ମଲ୍ଟି କଲର୍‌ ଚୁଡି ଟ୍ରାଏ କରିପାରିବେ। ଏହା ଆକର୍ଷଣୀୟ ଲୁକ୍‌ ଦେବ। ଅନ୍ୟପକ୍ଷେ ଯଦି ଆପଣ ଓ୍ବେଷ୍ଟର୍ନ ଟଚ୍‌ ଚାହୁଁଥାନ୍ତି, ତା’ହେଲେ ଜିନ୍ସ, କୁର୍ତ୍ତି ହେଉ ଅବା ନି’ ଲେନ୍ଥ ଫ୍ରକ୍‌ ସହ ବ୍ରେସ୍‌ଲେଟ୍‌, ଇୟର୍‌ କଫ୍ସ କିମ୍ବା କୌଣସି ଷ୍ଟାଇଲିଶ୍‌ ମୁଦି ବି ଟ୍ରାଏ କରିପାରିବେ।

* ସନ୍‌ଗ୍ଲାସ୍‌ ବି ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ। ଆଉ ହୋଲି ଭଳି ଦିନରେ ସନ୍‌ଗ୍ଲାସ୍‌ ପିନ୍ଧିବା ତ ନିହାତି ଜରୁରୀ। କାରଣ ଏହା ଟ୍ରେଣ୍ଡି ଲାଗିବା ସହ ହୋଲି ରଙ୍ଗରୁ ଆଖିକୁ ସୁରକ୍ଷା ଦେଇଥାଏ। ଆଜିକାଲି କଲର୍‌ଫୁଲ୍‌ ସନ୍‌ଗ୍ଲାସ୍‌ ବି ମିଳିଲାଣି, ଯାହାକୁ ପିନ୍ଧିଲେ ଆପଣ ହୋଲିରେ ବି ଖାସ୍‌ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri