Posted inଜାତୀୟ

ଟାର୍ଗେଟରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ: ବାମ ପନ୍ଥୀ ଦଳର ହାତ ଧରିଲା କଂଗ୍ରେସ

କୋଲକାତା,୨୪।୧୨: ୨୦୨୧ରେ ହେବାକୁ ଥିବା ଓ୍ବେଷ୍ଟ ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ। ବାମ ପନ୍ଥୀ ଦଳ( ସିପିଏମ୍‌ )ର ହାତ ଧରିବ କଂଗ୍ରେସ। ଏଥି ନେଇ ଆବଶ୍ୟକ ମଞ୍ଜୁରୀ ଦେଇସାରିଛନ୍ତି କଂଗ୍ରେସ ଦଳର ହାଇ କମାଣ୍ଡ। ରାଜ୍ୟ କଂଗ୍ରେସ ମୁଖ୍ୟ ଅଧିର ରଞ୍ଜନ ଚୌଧୁରୀ ଗୁରୁବାର ଘୋଷଣା କରିଛନ୍ତି। ଗତ ଅକ୍ଟୋବରରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ସହ ମିଶିବାକୁ ନିଷ୍ପତ୍ତି ନେଇଥିଲା ସିପିଏମ୍‌ ସେଣ୍ଟ୍ରଲ କମିଟି। ଆଗାମୀ ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ଭାଜପା ମଧ୍ୟରେ ହେବ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ଆଲୋଚନା ହୋଇଥିଲା। ମାତ୍ର ଛିଣ୍ଡି ନ ଥିଲା ଆସନ ଭାଗବଣ୍ଟା। ୨୦୧୬ରେ ନିର୍ବାଚନରେ ଦୁଇ ଦଳ ଏକାଠି ଲଢ଼ି ୨୯୪ ବିଧାନସଭା ଆସନରୁ ୭୬ଟି ଜିତିଥିଲା।

ଉଲ୍ଲେଖଥାଉ ଯେ, ବାମ ପନ୍ଥୀ ଦଳ ଲୋକସଭା ନିର୍ବାଚନରେ ୩୯ ଆସନରେ ପାର୍ଥୀ ଦେଇଥିଲା । ଗୋଟିଏ ହେଲେ ସିଟ୍‌ ହାତେଇ ପାରି ନ ଥିଲା ସିପିଏମ୍‌। ଅନ୍ୟପକ୍ଷରେ ୩୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ଭାଗରେ ପଡ଼ିଥିଲା କେବଳ ୨ଟି ଆସନ। ୪୦ ଲୋକସଭା ଆସନ ବିଶିଷ୍ଟ ପଶ୍ଚିମ ବଙ୍ଗରେ ଶାସକ ଟିଏମ୍‌ସି ଦଳ ନିକଟରେ ସର୍ବାଧିକ ୨୨ଟି ସାଂସଦ ଥିବାବେଳେ ୧୮ଟି ଆସନରେ ଜିତିଥିଲା ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?