ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ସବୁଜ ବିଦ୍ୟାଳୟ ପରିଯୋଜନା। ନୂଆଦିଲ୍ଲୀସ୍ଥିତ ଶକ୍ତି ଓ ସମ୍ବଳ ଶିକ୍ଷାନୁଷ୍ଠାନ ସହଭାଗିତାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନୂଆହାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ କରାଯାଇଛି।
ଉଦ୍‌ଘାଟନୀ ସମାରୋହରେ କମ୍ପାନୀର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ, ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ, ଓଡ଼ାପଡ଼ା ବିଇଓ ଅଭିମନ୍ୟୁ ସେଠୀ, ବଅଁରପାଳ ବିଇଓ ଲଳିତ ମୋହନ ସାହୁ, ଶକ୍ତି ଏବଂ ସମ୍ବଳ ଶିକ୍ଷାନୁଷ୍ଠାନର ସହକାରୀ ନିର୍ଦ୍ଦେଶକ ଲିଭଲିନ କେ. କେଲୋନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପରିବେଶଗତ ସମସ୍ୟା ସମ୍ପର୍କରେ ଅବଗତ କରାଇବା, ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରାଇବା ଦିଗରେ ଏହି ପରିଯୋଜନା କାର୍ଯ୍ୟ କରିବ। ଶକ୍ତି ଏବଂ ସମ୍ବଳ ଶିକ୍ଷାନୁଷ୍ଠାନ ପ୍ରଚେଷ୍ଟାରେ ଏପରି କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଦେଶର ୪୦ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର କୁଶୁପଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ, କୁରୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଣ୍ଟି ଏସ୍‌ଏସ୍‌ ଉଚ୍ଚ ବିଦ୍ୟାଳୟ, ନୂଆହାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଲିବେରେଣା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଖଲିବେରେଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି।
ଏହି ଅବସରରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ କର୍ପୋରେଟ ସେବା ମୁଖ୍ୟ ମଣିକାନ୍ତ କହିଲେ, ସୁନ୍ଦର ଭବିଷ୍ୟତ ଲାଗି କମ୍ପାନୀ ପକ୍ଷରୁ ୩ବର୍ଷ ଧରି ଏପରି ଅନେକ ଯୋଜନା ସଫଳତାର ସହ ରୂପାୟନ କରାଯାଇଛି। ପରିବେଶଭିତ୍ତିକ ସମସ୍ୟା ସମାଧାନ ଲାଗି ସବୁଜ ବିଦ୍ୟାଳୟ ପରିଯୋଜନା ଯୋଗସୂତ୍ର ସାଜିବ। ଏକବର୍ଷ ଧରି ୬ଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଦକ୍ଷତାବୃଦ୍ଧି ଲାଗି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। କୁଶୁପଙ୍ଗା ସରପଞ୍ଚ ପଙ୍କଜ ପ୍ରଧାନ, ନୂଆହାଟ ସରପଞ୍ଚ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ୪ସ୍କୁଲର ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri