ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି ଜଣେ ପାନଦୋକାନୀଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏନେଇ ଉତ୍ତେଜନା ଲାଗି ରହିଛି। ମୃତ ଯୁବକ ହେଲେ ସାର୍ଥା ଗ୍ରାମର ସୁବାସ ପାତ୍ର (୪୮)। ଉତ୍ତ୍ୟକ୍ତ ଲୋକେ ଗୁରୁବାର ପୂର୍ବାହ୍ନ ସାଢ଼େ ୯ଟାରୁ ଟାୟାର ଜାଳି ସାର୍ଥା-କଷାଫଳ-ଲଙ୍ଗଳେଶ୍ୱର ରାସ୍ତାର ସାର୍ଥା ରାଜଧାନୀ ଛକଠାରେ ରାସ୍ତାରୋକୋ କରିଥିଲେ। ମୃତକଙ୍କ ପରିବାରକୁ ସହାୟତା ଏବଂ ସାର୍ଥାରେ ମଦଦୋକାନ ବନ୍ଦ କରାଯିବାକୁ ଦାବି କରିଥିଲେ। ବିଧାୟକ ମଦନମୋହନ ଦତ୍ତ ମୋବାଇଲ ଯୋଗେ ଜିଲାପାଳ ଏବଂ ଏସ୍‌ପିଙ୍କୁ ତୁରନ୍ତ ଘଟଣାର ତଦନ୍ତପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ଆଲୋଚନା କରିଥିଲେ। ଉପଜିଲାପାଳ ନିଲୁ ମହାପାତ୍ର, ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ସିଂଲା ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଓ ଅବକାରୀ ବିଭାଗ ଇନ୍ସପେକ୍ଟର ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ବୁଝାଶୁଝା କରିଥିଲେ। ରେଡ଼କ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ପ୍ରଦାନ ସହ ଦାବିପୂରଣ ଦିଗରେ ପ୍ରତିଶ୍ରୁତି ଦେବା ପରେ ୬ ଘଣ୍ଟା ରାସ୍ତାରୋକୋ ପରେ ଅପରାହ୍ନ ସାଢ଼େ ୩ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ୪ଜଣ ଯୁବକ ଏକ କାର୍‌ ଯୋଗେ ଆସି ସାର୍ଥା ବଜାରରେ ଥିବା ସରକାରୀ ମଦ ଦୋକାନରୁ ମଦ୍ୟପାନ କରିଥିଲେ। ସାର୍ଥା ଛକରେ ଥିବା ଶ୍ରୀକାନ୍ତ ପାତ୍ରଙ୍କ ପାନଦୋକାନକୁ ଯାଇ ସିଗାରେଟ ମାଗିଥିଲେ। ଦୋକାନୀ ଜଣକ ସିଗାରେଟର ଦାମ୍‌ ୬ଟଙ୍କା କହିଥିଲେ। ମାତ୍ର ନିଶାଗ୍ରସ୍ତ ଯୁବକମାନେ ସିଗାରେଟ ଦାମ୍‌ ୫ଟଙ୍କା କହିବାରୁ ଝଗଡ଼ା ହୋଇଥିଲା। ଫଳରେ ସେମାନେ ଦୋକାନୀ ଶ୍ରୀକାନ୍ତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଶ୍ରୀକାନ୍ତ ତାଙ୍କ ସାନଭାଇ ସୁବାସଙ୍କୁ ଡାକିବାରୁ ସେ ପହଞ୍ଚତ୍ ୬ଟଙ୍କାରେ ସିଗାରେଟ ନେବ ତ ନିଅ ନ ହେଲେ ଗଣ୍ଡଗୋଳ କରନାହଁି ବୋଲି କହିଥିଲେ। ମାତ୍ର ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିବାରୁ ଆହତ ଶ୍ରୀକାନ୍ତ ସ୍ଥାନୀୟ ସାର୍ଥା ଫାଣ୍ଡି ପୋଲିସକୁ ଖବର ଦେବା ପାଇଁ ଦୌଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ନିଶାଗ୍ରସ୍ତ ଯୁବକମାନେ ମାରଣାସ୍ତ୍ର ଓ ଭଙ୍ଗା ବୋତଲରେ ସୁବାସଙ୍କୁ ଫିଲ୍ମ ଷ୍ଟାଇଲରେ ପିଟି ପିଟି ରକ୍ତାକ୍ତ ଅବସ୍ଥାରେ ଫିଙ୍ଗିଦେଇ କାର୍‌ ନେଇ ପଳାଇଥିଲେ। ମାତ୍ର ଓଡ଼ିଶାଳ ଛକଠାରେ ଗାଁ ଲୋକେ କାରକୁ ଅଟକାଇଥିଲେ। ସେଥିରୁ ୨ଜଣ ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୨ଜଣ ସୋଲପଟା ଗ୍ରାମର ସବ୍ୟସାଚୀ ମିଶ୍ର ଓ ହରିଶ୍ଚନ୍ଦ୍ର ମିଶ୍ର ଲୋକଙ୍କ ଦ୍ୱାରା ହାତରେ ଧରାପଡ଼ି ନିର୍ଧୁମ ଛେଚା ଖାଇଥିଲେ। ପୋଲିସ ପହଞ୍ଚତ୍ ଆହତ ଦୁଇ ଭାଇ ଓ ଲୋକଙ୍କ ଦ୍ୱାରା ଧରାପଡିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସୁବାସଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କାର୍‌ (ନଂ. ଓଡି୦୧ଏଇ-୭୧୭୧)କୁ ଜବତ କରିଛି। ଗ୍ରାମବାସୀ ପ୍ରଫୁଲ୍ଲ ଜେନା, ସଂଗ୍ରାମ ମଲିକ, ସ୍ବାଗତ ପ୍ରଧାନ, ଲକ୍ଷ୍ମୀକାନ୍ତ ଜେନା, ବିଭୁପ୍ରସାଦ ବେହେରା ଓ ନାରାୟଣ ମଲିକ ପ୍ରମୁଖ ମଦ ଦୋକାନ ବନ୍ଦ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ମହିଳାମାନେ ସାର୍ଥା ବଜାରରେ ଥିବା ମଦଦୋକାନ ସବୁକୁ ବନ୍ଦ କରିଛନ୍ତି। ସବୁଦିନ ପାଇଁ ମଦଦୋକାନ ବନ୍ଦ କରା ନ ଗଲେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶ୍ରାବଣ ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ଏହି କାରଣରୁ…

ଭୁବନେଶ୍ୱର,୩ା୮: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା…

ପଛକୁ ହଟିଲେ ଟ୍ରମ୍ପ: ସାରା ବିଶ୍ୱରେ ଯୋର ଧରିଲାଣି ଚର୍ଚ୍ଚା, ପୁଣି ଇରାନ ସହ ହେବ ଶାନ୍ତି ବାର୍ତ୍ତା

ତେହରାନ/ଓ୍ବାଶିଂଟନ,୩।୮: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି, କିନ୍ତୁ ଏହା ମଧ୍ୟରେ,…

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଟ୍ରେନ୍‌ରେ ଯାତ୍ରା କରି…

ଭୁବନେଶ୍ୱର,୩ା୮(ତ୍ରିନାଥ ମହାନ୍ତି): ସୋମବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ…

କବିତା ଆସରରେ ମାତୃଭାଷାର ବିକାଶ ପାଇଁ ଆହ୍ବାନ

ହାଟଡିହୀ,୨l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ହାଟଡିହୀ ସାହିତ୍ୟ ଘର ପକ୍ଷରୁ ବର୍ଷାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସଭାପତି…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri