ଟଙ୍କା ଆସୁଛି

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ସୁଧହାର କମାଇଛି। ଏଥିସହିତ ଋଣ ପରିଶୋଧ କିସ୍ତିକୁ ଆଉ ୩ ମାସ ପାଇଁ ସ୍ଥଗିତ ରଖିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ସୁପାରିସ କରିଛି। ସମ୍ଭବତଃ ଏହା ଋଣକାରୀଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ, କିନ୍ତୁ ତତ୍‌କ୍ଷଣାତ୍‌ ଅର୍ଥନୀତିକୁ ପୁନର୍ଜୀବନ ଦେବ ବୋଲି ଆଶା କରିବା ବୃଥା। ଆର୍‌ବିଆଇ ମଧ୍ୟ ମାନିଲାଣି ଆଗକୁ ଭାରତୀୟ ଅର୍ଥନୀତି ସଙ୍କୁଚିତ ହୋଇଯିବ। ଏହା ସ୍ପଷ୍ଟ ଦିଶିଲାଣି ଯେ, ବଜାର ବ୍ୟବସ୍ଥା ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। କାରଖାନାରେ ଉତ୍ପାଦ କମିଯାଇଛି। ଲକ୍‌ଡାଉନ୍‌ ଯୋଗୁ ଅନେକ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଶ୍ରମିକମାନେ ନିଜ ଅଞ୍ଚଳକୁ ଫେରିଯାଇଥିବାରୁ କାରଖାନା ଚଳାଇବା ପାଇଁ ଲୋକ ନାହାନ୍ତି। ନିକଟ ଭବିଷ୍ୟତରେ ଉତ୍ପାଦ ବଢ଼ିବା ଆଶା କ୍ଷୀଣ। ଆଗକୁ ଚାହିଦା ବଢ଼ିଲେ ମଧ୍ୟ ତାହାକୁ ସହଜରେ ପୂରଣ କରାଯାଇପାରିବ ନାହିଁ। ଅର୍ଥନୀତିର ଚାହିଦା-ଯୋଗାଣ କର୍ଭକୁ ଦେଖିଲେ, ଯଦି ଯୋଗାଣ କମିଯିବ ଓ ଚାହିଦା ପୂର୍ବଭଳି ସ୍ବାଭାବିକ ରହିବ, ତାହା ହେଲେ କମ୍ପାନୀଗୁଡ଼ିକ ଦରଦାମ ବୃଦ୍ଧି କରିବେ। ସେତେବେଳେ କେବଳ ଉପଭୋକ୍ତା ହନ୍ତସନ୍ତ ହେବା ଥୟ। ଏହି ସମୟ ଖୁବ୍‌ ଶୀଘ୍ର ଆସିଗଲାଣି। ସେଥିପାଇଁ ସରକାର ଏହି ଦିଗକୁ ପ୍ରାଥମିକତା ଦେବା ଦରକାର। ଏବେ ସୁରଟରେ ଅନେକ ସୂତାକଳ ଖୋଲିଲାଣି। ଆବଶ୍ୟକ ସଂଖ୍ୟକ ଶ୍ରମିକ ନ ଥିବାରୁ ଉତ୍ପାଦ କମିବା ସ୍ବାଭାବିକ। ଯେତେବେଳେ ସମୟ ଓ ସୁଯୋଗ ଥିଲା ସରକାର ସେତେବେଳେ ଶ୍ରମିକଙ୍କ ସାହାଯ୍ୟ କରିବା ଲାଗି କାଣି ଆଙ୍ଗୁଠି ଉଠାଇଲେ ନାହିଁ। ଉଦାହରଣ ସ୍ବରୂପ, ନିଜ ଘରକୁ ଫେରୁଥିବା ଶ୍ରମିକମାନଙ୍କୁ ଭାରତୀୟ ସେନା ସହାୟତାରେ ଓ ଯାନବାହନର ବ୍ୟବସ୍ଥା କରାଇ ସରକାର ସେମାନଙ୍କୁ ଖାଦ୍ୟ ସହିତ ନିଜ ରାଜ୍ୟରେ ପହଞ୍ଚାଇବାର ସୁବିଧା କରିପାରି ଥାଆନ୍ତେ। କେନ୍ଦ୍ର ସରକାରଙ୍କ ହାତରେ ଏହି କ୍ଷମତା ଥିବା ସତ୍ତ୍ୱେ ତାହାର ସଦୁପଯୋଗ କରାଗଲା ନାହିଁ। ଅନ୍ୟପଟେ ଧନୀକୁ ବିଦେଶରୁ ବିମାନ ଯୋଗେ ଆଣିବା ପାଇଁ ସରକାରଙ୍କ ତତ୍ପରତା ଅତି ଭଲଭାବେ ପରିଲକ୍ଷିତ ହୋଇଛି।
ଗୋଟେ ଅର୍ଥନୀତିକୁ ସୁଦୃଢ଼ କରିବାକୁ ହେଲେ କୃଷି ଓ ଶିଳ୍ପର ଉନ୍ନତି ଦରକାର। ଭାରତ କୃଷିପ୍ରଧାନ ଦେଶ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହାକୁ ଅଣଦେଖା କରାଯାଇଆସିଛି। କୃଷକଙ୍କ ମଙ୍ଗଳ ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାରଗୁଡ଼ିକ ଚିନ୍ତିତ ବୋଲି ସର୍ବଦା କହିଆସୁଥିଲେ ମଧ୍ୟ ତାହାର ଉନ୍ନତି ହୋଇପାରୁ ନାହିଁ। ଉତ୍ପାଦିତ ଦ୍ରବ୍ୟ ଠିକ୍‌ ଭାବେ ବଜାରରେ ପହଞ୍ଚି ବିକ୍ରି ହୋଇପାରିଲେ ଏହି କ୍ଷେତ୍ରକୁ ଲାଭ ମିଳିପାରନ୍ତା। ମାତ୍ର ତାହା ଦେଖାଯାଉ ନାହିଁ। ଲକ୍‌ଡାଉନ୍‌ ସମୟରେ ଲୋକେ ଖାଦ୍ୟସାମଗ୍ରୀ ଉପରେ ବିଶେଷ ନିର୍ଭର କରୁଥିବାର ସମସ୍ତେ ଅନୁଭବ କରୁଥିବେ। ଉତ୍ପାଦ ତୁଳନାରେ ଲୋକଙ୍କ ଦ୍ୱାରା ଏହା ବହୁ ପରିମାଣରେ ବ୍ୟବହାର ହୋଇଛି, ଅର୍ଥାତ୍‌ ଖାଦ୍ୟ ଚାହିଦା ମେଣ୍ଟାଇଛି। କିନ୍ତୁ ଗଚ୍ଛିତ ଖାଦ୍ୟସାମଗ୍ରୀ ନିକଟ ଭବିଷ୍ୟତରେ ଶେଷ ହେବାର ଆଶଙ୍କା ଦେଖାଦେଲାଣି। ସରକାରୀ ବ୍ୟବସ୍ଥା ଏହି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ଉକ୍ତ କ୍ଷେତ୍ରକୁ ସୁଦୃଢ଼ କରିବା ଆବଶ୍ୟକ ହୋଇପଡ଼ିଲାଣି। ଯେଉଁ ଶ୍ରମିକମାନେ ସହରରୁ ଫେରିଆସି ନିଜ ଅଞ୍ଚଳରେ ରହିଲେଣି ଓ ସେମାନଙ୍କ ମଧ୍ୟରୁ ଯେଉଁମାନେ ବାହାରକୁ ଯିବାକୁ ଅମଙ୍ଗ ଅଛନ୍ତି, ସେମାନଙ୍କୁ କେଉଁ କ୍ଷେତ୍ରରେ ନିୟୋଜିତ କରାଯାଇପାରିବ, ସେ ସମ୍ପର୍କରେ ଏବେଠାରୁ ଚିନ୍ତା କରାଯିବା ଦରକାର। ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ସମ୍ପର୍କରେ ଜାଣି ନ ଥିବେ। ସେଥିପାଇଁ ନୂଆ ଶିଳ୍ପ ଗଢ଼ି ସେମାନଙ୍କୁ କାମରେ ଲଗାଇବା ଏକ ଅସମ୍ଭବ ଚିନ୍ତାଧାରା। ଏ ଦିଗରେ ବିଶେଷଜ୍ଞମାନଙ୍କ ମତ ଲୋଡ଼ି କାର୍ଯ୍ୟ କରିବା ହେଉଛି ସରକାରଙ୍କ ଏକମାତ୍ର ପନ୍ଥା। ଅବଶ୍ୟ ଏହା ମଧ୍ୟ ସ୍ବୀକାରଯୋଗ୍ୟ ଯେ ଭାରତବର୍ଷରେ କୌଣସି ବିଶେଷଜ୍ଞ ବିଶେଷ କିଛି ଜାଣି ନାହାନ୍ତି। ସେଥିପାଇଁ ପୂର୍ବରୁ କୁହାଯାଉଥିଲା ଯେ, କେନ୍ଦ୍ର ସରକାର ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ଦୀର୍ଘକାଳ ଲକ୍‌ଡାଉନ୍‌ ଜାରି ରଖିଲେ। ଏହା ମଧ୍ୟ କୁହାଯାଉଥିଲା ଯେ ମେ’ ମାସର ମଧ୍ୟ ଭାଗରେ କୋଭିଡ୍‌-୧୯ର ଉତ୍ତାପ ସ୍ଥିର ରହିବ। କିନ୍ତୁ ବାସ୍ତବରେ ଦେଖାଯାଉଛି ଏବେ ସଂକ୍ରମଣର ହାର ଦ୍ରୁତ ଗତିରେ ବଢ଼ୁଛି। ତାହା ମଧ୍ୟ ଗୁଜରାଟ ଭଳି ରାଜ୍ୟରେ ଅଧିକ ବୃଦ୍ଧି ପାଉଥିବାର କାରଣ ବୁଝିବା କଷ୍ଟକର। ଓଡ଼ିଶାର ଗ୍ରାମାଞ୍ଚଳରୁ ଯୁବକ ସୁଦୂର ଗୁଜରାଟକୁ ଖଟିବାକୁ ଯିବାଭଳି ଗୁଜରାଟୀମାନେ ବିଦେଶକୁ ଯାଇ ବିଭିନ୍ନ ବେପାରରେ ଲାଗିପଡ଼ିଛନ୍ତି। ସେହିମାନଙ୍କୁ ବିଦେଶରୁ ବିମାନ ଯୋଗେ ବୋହିଆଣିବା ଫଳରେ ଏଇ ବିଦେଶୀ ରୋଗ ଭାରତକୁ ପ୍ରବେଶ କରିପାରିଲା। ସେଥିପାଇଁ ଗୁଜରାଟର ସୁରଟରୁ ଫେରୁଥିବା ସଂକ୍ରମିତ ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବା ବେଳେ ପଶ୍ଚିମବଙ୍ଗରେ ରାଜନୈତିକ ପ୍ରଚାରରେ ଅଧିକ ନୂତନ କରୋନା ଭାଇରସ୍‌ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି।
ଏବେ କୌତୂହଳରେ କୁହାଯାଉଛି, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଦେଇଥିବା ୫୦୦ କୋଟି ଟଙ୍କା ଓ ପଶ୍ଚିମବଙ୍ଗକୁ ଦେଇଥିବା ୧୦୦୦ କୋଟି ଟଙ୍କା ଦିଲ୍ଲୀରୁ ବାହାରି ସାରିଲାଣି। ରେଳ କିମ୍ବା ବିମାନ ସେବା ନ ଥିବାରୁ ସେହି ପରିମାଣର ଟଙ୍କା ଉତ୍ତର ପ୍ରଦେଶ ଓ ବିହାର ଦେଇ, ବିନା ଚପଲରେ, ଚାଲି ଚାଲି ଭୁବନେଶ୍ୱର ଓ କୋଲ୍‌କାତାକୁ ଆସୁଛି। ଏହି ଦୃଶ୍ୟକୁ ଅନେକ ଶ୍ରମିକ ଦେଖୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri