ଝୁଲୁଛି ବିପଦ

ବାରିପଦା ଅଫିସ,୭ା୩- ବିଦ୍ୟୁତ୍‌ ବିଭାଗର ବେଫିକର ମନୋଭାବ ଯୋଗୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଧନ ଜୀବନର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଣ୍ଡ ଉପରେ ବିପଦ ସାଜି ଝୁଲି ରହିଛି ବିଦ୍ୟୁତ୍‌ ତାର। ସେହିପରି ରାସ୍ତା ପାର୍ଶ୍ୱ ଟ୍ରାନ୍ସଫର୍ମର ଗୁଡ଼ିକ ମୁକୁଳା ପଡ଼ିଥିବା ଦେଖିବାକୁ ମିଳିଛି। ଗତ ଫେବୃୟାରୀ ୯ ତାରିଖରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ମେଣ୍ଡାରାଜପୁର ଗ୍ରାମରେ ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ୧୨ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହା ପରେ ମଧ୍ୟ ବାରିପଦା ନେସ୍କୋ ବିଭାଗ ସଚେତନ ହୋଇ ପାରି ନାହିଁ। ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ତାରବାଡ଼ ଦେଇ ଘେରାଉ କରିବା ଏବଂ ଓହଳି ପଡ଼ିଥିବା ତାରକୁ ଉପରକୁ ଉଠାଇବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିଭାଗର ଏଭଳି ଅବହେଳାକୁ ନେଇ ଜନ ଅସନ୍ତୋଷ ବଢି ଚାଲିଛି। ଭଞ୍ଜପୁର ରେଲୱେ ଷ୍ଟେଶନ ନିକଟରେ ଏକ ମୁକୁଳା ଟ୍ରାନ୍ସପର୍ମର ରହିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ବହୁ ଲୋକ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ଅଘଟଣ ଘଟିବ ତାହା କୁହାଯାଇ ନ ପାରେ। ସେହିଭଳି ଷ୍ଟେଶନ ବଜାର, ୱାର୍ଡ଼ ନମ୍ବର ୧୬ କମଳା ବାଳିକା ନେହେରୁ ଉଚ୍ଚ ବିଦ୍ୟାଳୟ ନିକଟ, ଓସ୍ତିଆ ଛକ ନିକଟ, ସନ୍ତୋଷୀ ମା’ ମନ୍ଦିର ଭଳି ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ଭାବେ ପଡ଼ି ରହିଛି। ଚିପଟଓସ୍ତିଆ ପୋଲ ଉପରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ତାର ଝୁଲି ରହିଥିବା ବେଳେ ଅସୁରକ୍ଷିତ ଭାବେ ପ୍ରତିଦିନ ଉକ୍ତ ପୋଲ ଦେଇ ଯାନବାହାନ ଚଳାଚଳ କରୁଛି। ଭଞ୍ଜପୁର ପାୱେଲ ସ୍କୁଲ ପାର୍ଶ୍ୱରେ ଥିବା ରାସ୍ତାରେ ତାର ଝୁଲି ରହିଥିବା ବେଳେ ବିଦ୍ୟୁତ୍‌ ବିଭାଗର କିନ୍ତୁ ଏହି ଦିଗ ପ୍ରତି ନିଘା ନାହିଁ। ପ୍ରତିଦିନ ସ୍କୁଲକୁ ପିଲାମାନେ ଆସୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ କରୁଛି। ଫଳରେ ଅଘଟଣକୁ ସହଜରେ ଏଡ଼ାଇ ଦିଆ ଯାଇ ନ ପାରେ। ବିଦ୍ୟୁତ୍‌ ବିଲ୍‌ ବାକି ରଖିଥିବା ଗ୍ରାହକଙ୍କର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଥିବା ବେଳେ ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ବିଭାଗ ଦୃଷ୍ଟି ଦେଉ ନାହିଁ। ଅନ୍ୟପଟେ ବିଭିନ୍ନ ସ୍ଥାନରେ ବିଭାଗର କର୍ମଚାରୀମାନେ କାର୍ଯ୍ୟ କଲା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ବାରିପଦା ଡିଭିଜିନ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ବିଭିନ୍ନ ସ୍ଥାନରେ ସର୍ଭେ କରାଯାଇ ଏହିଭଳି ୩୫୦୦ ସ୍ଥାନ ଚିହ୍ନଟ କରାଯାଇଛି। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରକୁ ଘେରାଉ କରାଯିବା ସହି ଝୁଲି ରହିଥିବା ତାରକୁ ଉଠାଯିବ ବୋଲି ସେ ପ୍ରକାଶ କରିଥିଲେ। ସେହିଭଳି ଗତ ୧୬ରୁ ୨୯ ତାରିଖ ଭିତରେ ୨୩୦୦ ଗ୍ରାହକଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇ ଥିବା ବେଳେ ୨ କୋଟିରୁ ଉର୍ଦ୍ଧ୍ୱ ବକେୟା ଟଙ୍କା ଆଦାୟ ହୋଇଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri