ଝି’ର ଚିକିଛା ଲାଗି ଦାଦନ୍‌ ଖଟୁଛେ ବାପ୍‌

ସେରଗଡ, ୧୯ା୮ (ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରା ଗଁା ଚଞ୍ଚରାପଡ଼ାର ପୂର୍ଣ୍ଣଚନ୍ଦ୍ର ମାଝିକଁର ସାନ ଝି’ ରୁଚିଶ୍ମିତା ମାଝି(୮)। ଜନମ୍‌ ବେଲେ ତାକର ମଲଦୁଆର ନାଇଁଥାଇ। ଡାକ୍‌ତରକଁର ପରାମଶ୍‌ରେ ମା’ବାପ୍‌ ରୁଚିଶ୍ମିତାକେ ଚିକିଛା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନା ନେଇ ନିରାଶ ହେଇଥିଲେ। ପଛେ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲର ଡାକ୍‌ତରମାନେ ରୁଚିଶ୍ମିତାର ପେଟର ଡେବ୍‌ରିଫାଲେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଥିଲେ। ହେଲେ ଏହେଦେ ରୁଚିଶ୍ମିତାର ଉଚ ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ପୂର୍ଣ୍ଣଚନ୍ଦ୍ରକଁର ପରିବାର କହେଲେ ବୁରୁଧ୍‌ ବାପ୍‌ ରୁଟୁ ମାଝି, ମା’ ଡମେନ ମାଝି, ମାଏକିନା ପୁଷ୍ପା ଆର ଦୁଇ ଝି’ କରିଶ୍ମା, ରୁଚିଶ୍ମିତାକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ଆର ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ପୂର୍ଣ୍ଣଚନ୍ଦ୍ର କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ। ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ପୂର୍ଣ୍ଣଚନ୍ଦ୍ର ପେଟ୍‌କାଟି ଯେନ୍‌ ପଏସେ ଦୁଇପଏସା ରଖିଥିଲେ ସେଟା ଝି’ର ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଛନ୍‌। ଏଭେ ପରିବାର ଲୋକ୍‌ ରୁଚିଶ୍ମିତାର ଚିକିଛା ଲାଗି ବିଷମକଟକ ଡାକ୍‌ତରଖାନାକେ ନେଇଥିଲେ। ହେଲେ ସେଠାନେ ଡାକ୍‌ତରମାନେ ରୁଚିଶ୍ମିତାକେ କଟକ ଶିଶୁ ଭବନକେ ନେବାକେ ପରାମଶ୍‌ ଦେଇଥିଲେ। ଏନ୍‌ତାଥି ପରିବାର ଲୋକ୍‌ ଗହନାଗଁାଠି, ବାସନକୁସନ ବିକାଭଂଗା କରି ଝି’କେ ଚିକିଛା ଲାଗି କଟକ ଶିଶୁ ଭବନ ନେଇଥିଲେ। ହେଲେ ସେଠାନେ ଡାକ୍‌ତରମାନେ ଇଥିରଲାଗି ଲକ୍ଷାଧିକ୍‌ ଟଁକା ଦରକାର ବଲି କହେଲାରୁ ଗରିବ୍‌ ମା’ବାପ୍‌ ଉପରେ ଚଡକ୍‌ ପଡ଼ିଥିଲା। ଏତେ ଟଁକା ଠୁଲାବାରଟା ଇ ଗରିବ୍‌ ମା’ବାପ୍‌ ପକ୍ଷେ ସମ୍‌ଭବ ନୁହେ। ଏହେଦେ ପରିବାରଟା ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଇଆଡ଼େ ରୁଚିଶ୍ମିତାର ବଏସ୍‌ ବଢ଼ବାର ସଂଗେ ୨ରୁ ୩ଟା ଝାଡ଼ା ହେଇଗଲେ ସେ ନିହାଲ ହେଇଯାଉଛନ୍‌ ଆର ଅସ୍‌ତାଇ ମଲଦୁଆରୁ ରକତ୍‌ ବାହାରି ପଡ଼ୁଛେ। ରୁଚିଶ୍ମିତା ଜନ୍‌ମୁ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ସେ କେହେନ୍‌ସି ପରକାର ସରକାରୀ ଯୋଜନାର ଲାଭ ନାଇଁ ପାଇପାରି। ଇଆଡ଼େ ପୂର୍ଣ୍ଣଚନ୍ଦ୍ର ଝି’ର ଚିକିଛା ସାହାଯ୍‌ ଲାଗି ବ୍ଲକନୁ ଜିଲା ପରଶାସନ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଏହେଦେ ସେ ଝି’ର ଚିକିଛା ଲାଗି ଟଁକା ପଏସା ଠୁଲାବାକେ ପୁନେ ଦାଦନ ଖଟି ଯାଇଛନ୍‌। ସେନ୍‌ତା ପୂର୍ଣ୍ଣଚନ୍ଦ୍ରକଁର ବୁରୁଧ୍‌ ମା’ବାପ୍‌କଁର ବଏସ୍‌ ୬୦ ଟପିଥିଲେ ବି ଆଏଜ୍‌ତକ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ରୁଚିଶ୍ମିତାର ମଲଦୁଆର ଅପରେଶନ କେନ୍‌ଥେଇ ହେବା, କେନ୍‌ନୁ ଲକ୍ଷାଧିକ୍‌ ଟଁକା ଯୁଗାଡ଼ ହେବା କଥା ଭାବି ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇ ବାବ୍‌ଦେ ନର୍ଲା ବିଡିଓ ବ୍ୟାସଦେବ ବେହେରାକୁଁ ପଚରାଲାରୁ ପରିବାରକେ ଆବାସ ଯୋଜନାରେ ସାମିଲ କରବାର ସଂଗେ ରୁଚିଶ୍ମିତାର ସବୁ ଚିକିଛା ଖରଚ୍‌ ପରଶାସନ ବହନ୍‌ କରବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?