ଝିଅର ପୋଲ୍‌ ଖୋଲିଲେ ଅମିତାଭ ବଚ୍ଚନ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡପତି ୧୩’ର ହୋଷ୍ଟିଂ କରୁଛନ୍ତି। ପ୍ରତ୍ୟେକ ସିଜିନ୍‌ ପରି ଚଳିତ ସିଜିନ୍‌ ମଧ୍ୟ ଚର୍ଚ୍ଚାରେ ରହୁଛି। ଏହି ପୁରା ସପ୍ତାହରେ ‘କେବିସି ୧୩’ ଟିମ କରୋନା ମହାମାରୀ ସମୟରେ ନିଃସ୍ବାର୍ଥପର କାର୍ଯ୍ୟ ପାଇଁ ଡାକ୍ତର ଏବଂ ନର୍ସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମଙ୍ଗଳବାର ଏହି ଶୋ’ରେ ଅମିତାଭ ବଚ୍ଚନ ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଇଞ୍ଜେକ୍ସନକୁ ଡରୁଛନ୍ତି।
ଚଳିତ ସପ୍ତାହର ଏକ ଏପିସୋଡରେ ରାଜସ୍ଥାନର ସବିତା ଭାଟି ହଟ ସିଟରେ ବସିଥିଲେ। ସବିତା ବୃତ୍ତିରେ ଜଣେ ନର୍ସ। ସବିତା ହଟ୍‌ ସିଟ୍‌ରେ ବସି କହିଥିଲେ ଜଣେ ନର୍ସ ହୋଇଥିଲେ ମଧ୍ୟ ସେ ଇଞ୍ଜେକ୍ସନକୁ ବହୁତ ଭୟ କରନ୍ତି। ଏହା ଶୁଣି ଅମିତାଭ ହସିଲେ। ତା’ପରେ ସେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦଙ୍କ ମଜାଳିଆ କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ ମୋ ଝିଅ ମଧ୍ୟ ଇଞ୍ଜେକନକୁ ବହୁତ ଭୟ କରନ୍ତି। ଯଦି ସେ ଦୂରରୁ ମଧ୍ୟ ଇଞ୍ଜେକ୍ସନର ନାମ ଶୁଣନ୍ତି, ତେବେ ସେ ଏତେ ଭୟଭୀତ ହୁଅନ୍ତି ଯେ ସେ ଅନ୍ୟ କୋଠରୀକୁ ଦୌଡ଼ନ୍ତି।
ଏହି ଏପିସୋଡରେ ଅମିତାଭ ମଧ୍ୟ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ସହ ଜଡିତ ଏକ କଥା ସବିତାଙ୍କ ସହ ଶେୟାର କରିଥିଲେ। ସେ କହିଥିଲେ, ଅସୁସ୍ଥ ଥିବାବେଳେ ତାଙ୍କ ପିତାଙ୍କ ଯତ୍ନ ନେବା ପାଇଁ ଜଣେ ନର୍ସଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେ ଦିନରାତି ତାଙ୍କର ଯତ୍ନ ନେଉଥିଲେ। ମୋ ବାପାଙ୍କ ମୃତ୍ୟୁ ପରେ ସେ ଏତେ ଭାଙ୍ଗିପଡିଥିଲେ ଯେ ସେ ଅନ୍ୟର ନର୍ସ ଭାବରେ କାମ କରିବାକୁ ମନା କରିଦେଇଥିଲେ। ମୋ ମା ଅସୁସ୍ଥ ହୋଇପଡିଥିଲେ, ତେଣୁ ଆମେ ପୁନର୍ବାର ସେହି ନର୍ସଙ୍କୁ ଡାକିଥିଲୁ, କିନ୍ତୁ ସେ ମନା କରିଦେଲେ ବୋଲି କହିଥିଲେ ଅମିତାଭ।
ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ୧୯୯୭ ମସିହାରେ କରୀନା କପୁରଙ୍କ ଏବଂ କରିସ୍ମା କପୁରଙ୍କ ପିଉସୀଙ୍କ ପୁଅ ନିଖିଲ ନନ୍ଦାଙ୍କୁ ବିବାହ କରିଥିଲେ। ଶ୍ୱେତା ଏବଂ ନିଖିଲଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ନାଭିଆ ଏବଂ ଅଗସ୍ତ୍ୟ। ଅମିତାଭ ଅନେକ ସମୟରେ ସୋସିଆଲ ମିଡିଆରେ ନାତି ଏବଂ ନାତୁଣୀଙ୍କ ସହ ଫଟୋ ଶେୟାର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri