Posted inଜାତୀୟ

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ ହୋଇଥିବା ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ପୋଲିସକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ସେମାନଙ୍କ ଅବସ୍ଥା ମଧ୍ୟ ତବ୍‌ରେଜ୍‌ଙ୍କ ଭଳି ହେବ ବୋଲି ଧମକ ଦେଇଥିଲା। ଏପରି କି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାଜତ ଭିତରେ ତବ୍‌ରେଜ୍‌ଙ୍କୁ ‘ଏତେ ମାଡ଼ ଖାଇବା ପରେ ବି ତୁମେ ଏଯାଏ କାହିଁକି ମରିନାହଁ’ ବୋଲି ପ୍ରଶ୍ନ କରୁଥିଲେ। ଝାଡ଼ଖଣ୍ଡ ଜନାଧିକାର ମହାସଭାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏକ ରିପୋର୍ଟରେ ଭିଡ଼ହିଂସାର ଏଭଳି ଅନେକ ନିର୍ମମ ଦିଗକୁ ଉନ୍ମୋଚନ କରିଛି।
ଷଢ଼େଇକଳା-ଖରସୁଆଁ ଜିଲାର ୨୪ ବର୍ଷୀୟ ତବ୍‌ରେଜ୍‌ ପୁଣେରେ ୬-୭ ବର୍ଷ ହେବ ଓ୍ବେଲ୍ଡର ଭାବେ କାର୍ଯ୍ୟ କରୁଥିଲେ। ସେ ଦେଢ଼ମାସ ତଳେ ବିବାହ କରିଥିଲେ। ତବ୍‌ରେଜ୍‌ ତାଙ୍କ ସ୍ତ୍ରୀଙ୍କୁ ପୁଣେ ନେବା ପାଇଁ ଯୋଜନା କରିଥିଲେ। ଗତ ୧୭ ତାରିଖରେ ତବ୍‌ରେଜ୍‌ ଜାମ୍‌ସେଦ୍‌ପୁର ଯାଇଥିଲେ। ସେ ରାତି ୧୦ଟାରେ ସ୍ତ୍ରୀଙ୍କୁ ଫୋନ୍‌ କରିଥିଲେ। ସେଠାରୁ ସେ ବେହରସରାଇସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ବାଇକ୍‌ରେ ଫେରୁଥିଲେ। ପପୁ ମଣ୍ଡଳଙ୍କ ସମେତ ଧତ୍‌କିଡିହ ଗ୍ରାମର ଶତାଧିକ ଲୋକ ତବ୍‌ରେଜ୍‌ଙ୍କୁ ବାଇକ୍‌ ଚୋରି କରିବା ସନ୍ଦେହରେ ଧରିଥିଲେ। ତବରେଜ୍‌ଙ୍କୁ ସେମାନେ ଏକ ଖୁଣ୍ଟରେ ବାନ୍ଧି ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରିବା ସହ ରାତି ସାରା ମାଡ଼ ମାରିଥିଲେ। ୧୮ ତାରିଖ ସକାଳେ ତବ୍‌ରେଜ୍‌ ତାଙ୍କ ସ୍ତ୍ରୀଙ୍କୁ ପୁଣି ଫୋନ୍‌ କରି ଆକ୍ରମଣ ସମ୍ପର୍କରେ ସବୁକଥା କହିବା ସହ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ତାଙ୍କ ସ୍ତ୍ରୀ ଦାଦା ମକ୍‌ସୁଦ୍‌ ଆଲାମ ଓ ମସରୁର୍‌ ଆଲାମ୍‌ଙ୍କୁ ଏନେଇ ଅବଗତ କରାଇବା ପରେ ଦୁହେଁ ସ୍ଥାନୀୟ ଥାନାକୁ ଦେଖିବାକୁ ଯାଇଥିଲେ। ହେଲେ ପୁତୁରାଙ୍କୁ ସେମାନେ ସେଠାରେ ନ ପାଇ ଷଢ଼େଇକଳା ଥାନାକୁ ଯାଇଥିଲେ। ସେଠାରେ ହାଜତରେ ଥିବା ତବ୍‌ରେଜ୍‌ଙ୍କ ନାକ, ପାଟି ଓ ମୁଣ୍ଡରୁ ରକ୍ତସ୍ରାବ ହେଉଥିବାବେଳେ ଅଙ୍ଗୁଳିରେ କଟାଦାଗ ରହିଥିଲା। ଚୋରି ଅଭିଯୋଗରେ ତାଙ୍କୁ ଧରାଯାଇଛି ବୋଲି ପୋଲିସ ସେମାନଙ୍କୁ କହିଥିଲା। ତବ୍‌ରେଜ୍‌ଙ୍କୁ ତୁରନ୍ତ ଚିକିତ୍ସା କରାଇବା ପାଇଁ ଥାନାଧିକାରୀ ବିପିନ ବିହାରୀ ସିଂଙ୍କୁ ମସ୍‌ରୁର୍‌ ଅନୁରୋଧ କରିଥିଲେ। ହେଲେ ବିପିନ କହିଥିଲେ, ଏଠାରୁ ପଳାଅ। ନ ହେଲେ ତୁମର ମଧ୍ୟ ହାତଗୋଡ଼ ଭାଙ୍ଗି ଜେଲ୍‌ରେ ପୂରାଇଦେବୁ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପପୁ ମଣ୍ଡଳ ଓ ଅନ୍ୟ ୧୫ ଅଭିଯୁକ୍ତ ତବ୍‌ରେଜ୍‌ଙ୍କୁ ଏଯାଏ କାହିଁକି ବଞ୍ଚତ୍ଛ ବୋଲି ପ୍ରଶ୍ନ କରୁଥିଲେ। ତବ୍‌ରେଜ୍‌ଙ୍କୁ ମାଡ଼ ମାରିବା ପରେ ପାଣିରେ ଦୁଦୁରା ବିଷ ମିଶାଇ ପିଇବାକୁ ଦିଆଯାଇଥିଲା। ପୋଲିସ ତୁରନ୍ତ ଚାର୍ଜଶିଟ୍‌ ଦାଖଲ କରିବା ଉଚିତ ଓ ଦୋଷୀ ଦଣ୍ଡ ପାଇବା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଗୁରୁତର ଆହତ ହୋଇଥିବା ତବ୍‌ରେଜ୍‌ଙ୍କୁ ଚିକିତ୍ସା ନ କରି ପୋଲିସ ହାଜତକୁ ନେଇଥିଲା। ୨୨ ତାରିଖରେ ତାଙ୍କୁ ଷଢ଼େଇକଳା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପାଟିରୁ ଫେଣ ବାହାରୁଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ତାଙ୍କ ଶ୍ୱାସକ୍ରିୟା ଚାଲିଛି ବୋଲି ଜଣେ ସ୍ଥାନୀୟ ଖବରଦାତା କହିବା ପରେ ଟାଟା ମେଡିକାଲ୍‌ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପପୁଙ୍କ ସମେତ ଅନ୍ୟ କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବୁଧବାର ପାର୍ଲାମେଣ୍ଟରେ ମଧ୍ୟ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଝାଡ଼ଖଣ୍ଡ ଜନାଧିକାର ମହାସଭାର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛି। ଉକ୍ତ ଟିମ୍‌ ଗତ ୨୫ ତାରିଖରେ କଦମଡିହ ଓ ଧତ୍‌କିଡିହ ଗ୍ରାମକୁ ଯାଇ ଆକ୍ରମଣସ୍ଥଳ ପରିଦର୍ଶନ କରିବା ପରେ ରିପୋର୍ଟ ପ୍ରକାଶ କରିଛି। ମାନବାଧିକାର କର୍ମୀ ଓ ଆଇନଜୀବୀମାନଙ୍କୁ ନେଇ ଗଠିତ ଏହି ଟିମ୍‌ ଅନ୍‌ସାରୀଙ୍କ ପରିବାର, ପଡ଼ୋଶୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲା। ଧତ୍‌କିଡିହର ଆକ୍ରମଣ ହୋଇଥିବା ସ୍ଥାନ ଆଖପାଖର ଲୋକଙ୍କ ସହ ମଧ୍ୟ ସେମାନେ କଥାହେବା ପାଇଁ ଉଦ୍ୟମ କରିଥିଲେ। ହେଲେ କେତେଜଣ ଲୋକ ଏଥିରେ ବାଧା ସୃଷ୍ଟି କରି ‘ଜୟ ଶ୍ରୀରାମ ଓ୍ବାଲେ’ ବୋଲି ସ୍ଲୋଗାନ ଦେଇଥିଲେ। ଏହାସହ ଜଣେ ଚୋରର କୌଣସି ଧର୍ମ ନ ଥାଏ। ସେ ଜଣେ ହିନ୍ଦୁ ହୁଅନ୍ତୁ କି ମୁସ୍‌ଲିମ୍‌ ତାଙ୍କୁ ସହଜରେ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କୁହାଯାଇପାରେ ବୋଲି ସେମାନେ ଜବାବ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଲାଗିରହିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri