ଜୋମାଟୋରୁ ଖାଦ୍ୟ ଅର୍ଡର କରି ଗାଳି ଶୁଣିଲେ ଡାକ୍ତର, ଥାନାରେ ଏତଲା

ଭୁବନେଶ୍ୱର,୧୨।୪ (ବ୍ୟୁରୋ): କରୋନା ଲଢ଼େଇ ପାଇଁ ସମସ୍ତେ ଅଣ୍ଟା ଭିଡିଛନ୍ତି। ବିଶେଷକରି ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ। ସେମାନଙ୍କୁ ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲକ୍‌ଡାଉନ୍‌ ସମୟରେ ବହୁ ଡାକ୍ତର ଖାଇବା ପିଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ଡାକ୍ତର ଓ ହସ୍ପିଟାଲ କର୍ମଚାରୀ ନାଁ ଶୁଣିଲେ ଲୋକେ ପାଖ ମାଡ଼ୁନାହାନ୍ତି। ଏପରି ଜଣେ ଡାକ୍ତର ଘରୋଇ ସଂସ୍ଥା ଜୋମାଟୋରୁ ଖାଦ୍ୟ ଅର୍ଡର କରି କର୍ମଚାରୀଙ୍କଠାରୁ ଗାଳି ଶୁଣିଛନ୍ତି। ଏପରି କି କର୍ମଚାରୀ ଜଣକ ତାଙ୍କୁ ଧମକ ମଧ୍ୟ ଦେଇଥିବା ନେଇ ନୟାପଲ୍ଲୀ ଥାନାରେ ଶନିବାର ଅଭିଯୋଗ ହୋଇଛି।

ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ ଅଇଆର୍‌ସି ଭିଲେଜ ଏନ-୫ରେ ରହୁଥିବା ଡା. ଅମ୍ରିତ ପାଟଯୋଶୀ। ଶନିବାର ସେ ଜୋମାଟୋରୁ ଖାଦ୍ୟ ଅର୍ଡର ଥିଲେ। ଦିନ ୩ଟା ବେଳକୁ ଜୋମାଟୋର କର୍ମଚାରୀ ଶଙ୍କର ଖାଦ୍ୟ ଡେଲିଭରୀ ଦେବାକୁ ଡ଼ା.ଅମ୍ରିତଙ୍କୁ ଠିକଣା ପଚାରିଥିଲେ। ବାରମ୍ବା ଠିକଣା କହିଥିଲେ ମଧ୍ୟ କର୍ମଚାରୀ ଜଣକ ବିଭିନ୍ନ ବାହାନା ଦେଖାଇଥିଲେ। ଶେଷରେ ଘର ପାଉ ନ ଥିବା ଦର୍ଶାଇ ଅର୍ଡର କ୍ୟାନସଲ କରିବାକୁ କହି ଡ଼ା ଅମ୍ରିତଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

କେସିଙ୍ଗା ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୭।୭: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଓସେପା ଅଫିସ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri