ଜେଲରେ ମୋବାଇଲ ଫୋନ୍‌ ଉପରେ ଲାଗିଲା କଟକଣା: ୯୧ ଜେଲରେ ଲାଗିବ ମୋବାଇଲ ଡିଟେକ୍ଟର

ଭୁବନେଶ୍ୱର, ୮।୧(ବ୍ୟୁରୋ): ଜେଲ୍‌ ଭିତରକୁ ଯାଉଛି ମୋବାଇଲ୍‌ ଫୋନ୍‌। ଏହି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଜେଲ୍‌ରେ ରହି ଅପରାଧୀମାନେ ବାହାରେ ଘଟାଉଛନ୍ତି ଅପରାଧ, ବଢ଼ାଉଛନ୍ତି ସେମାନଙ୍କ ନେଟ୍‌ଓ୍ବର୍କ। ନିକଟରେ ଚୌଦ୍ୱାର ଜେଲ୍‌ ଭିତରୁ ଦୁର୍ଦ୍ଦାନ୍ତ ସକିଲଙ୍କର ଏକ ସେଲ୍‌ଫି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ସାଂଘାତିକ ଘଟଣା ପଦାକୁ ଆସିଥିଲା। ଖୋଳତାଡ଼ ପରେ ସକିଲ ଜେଲ୍‌ ଭିତରୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ୩ଜଣ ଗର୍ଲଫ୍ରେଣ୍ଡ୍‌ଙ୍କ ଦ୍ୱାରା ଅପରାଧ ଘଟାଉଥିବା ଜଣାପଡିଥିଲା। ପୂର୍ବରୁ ମଧ୍ୟ ଏଭଳି ଘଟଣାର ଅନେକ ନଜିର ରହିଛି। ତେଣୁ ଏହାକୁ ଜେଲ୍‌ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଗୁରୁତ୍ୱର ସହ ଗ୍ରହଣ କରିବା ସହ ମୋବାଇଲ୍‌ ଫୋନ୍‌ ଉପରେ କଟକଣା ଜାରି କରିଛନ୍ତି। ଜେଲ୍‌ରେ କଏଦୀମାନେ ଲୁଚାଇ ରଖୁଥିବା ମୋବାଇଲ୍‌ ଫୋନ୍‌କୁ ଧରିବା ପାଇଁ ପଦକ୍ଷେପ ନିଆଯିବ। ଅପରାଧୀଙ୍କ ସଂଖ୍ୟା ଆଧାରରେ ରାଜ୍ୟର ୯୧ ଜେଲରେ ପ୍ରାୟ ୩ଶହ ଫୋନ୍‌ ଡିଟେକ୍ଟର ଲଗାଯିବ। ଏଥିଲାଗି ୭୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ସରିବ। ଅନ୍ୟପକ୍ଷରେ ଜେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। ଏଣିକି ସେମାନେ ଆଉ ଜେଲ ଭିତରକୁ ମୋବାଇଲ୍‌ ନେଇ ପାରିବେ ନାହିଁ। ପ୍ରବେଶ ସମୟରେ ଫାଟକରେ ସୁରକ୍ଷାକର୍ମୀଙ୍କୁ ମୋବାଇଲ୍‌ ଫୋନ୍‌ ହସ୍ତାନ୍ତର କରିବେ। ଡ୍ୟୁଟି ସରିବା ପରେ ନିଜର ମୋବାଇଲ୍‌ ଫୋନ୍‌ ଧରି ବାହାରକୁ ବାହାରିବେ। ଏହାକୁ କଡାକଡି ପାଳନ କରିବା ପାଇଁ ରାଜ୍ୟର ସମସ୍ତ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିଜି ଉପାଧ୍ୟାୟ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଜେଲରେ ରହିଥିବା ଫୋନ୍‌ରେ କଏଦୀମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥାହେବା ସମୟରେ ତାହା ଉପରେ କଡ଼ା ନଜର ରଖାଯାଉଛି। ସେମାନେ କାହାସହ କଥା ହେବାକୁ ଚାହୁଛନ୍ତି ଓ ସେ ବ୍ୟକ୍ତି ଜଣକ କିଏ, ତାହାକୁ ଦାୟିତ୍ୱରେ ଥିବା ଅଧିକାରୀ ଯାଞ୍ଚ କରିବା ପରେ ହିଁ ସୁଯୋଗ ଦେବେ। ଚୌଦ୍ୱାର ଜେଲ୍‌ରେ ଥିବା ସକିଲଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଆବଶ୍ୟକ ପଡିଲେ ତାଙ୍କୁ ସ୍ବତନ୍ତ୍ର ସେଲ୍‌ରେ ରଖାଯିବ। ସେହିଭଳି ଆଗକୁ ଜେଲରେ ଅପରାଧୀଙ୍କ ଉପରେ ଅଧିକ ନଜର ରଖିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଆପଣାଯିବ। ଏହାସହ ଜାମୁଝରି ମୁକ୍ତାକାଶ ଜେଲ୍‌ ପରିସରରେ ହୋଇଥିବା ଜେଲ୍‌ ଏକାଡେମୀରେ ଜେଲ୍‌ କର୍ମଚାରୀଙ୍କୁ ଏହା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri