ଚୌଦ୍ୱାର,୧୦।୧୨(ଡି.ଏନ.ଏ): ଚୌଦ୍ୱାର ସର୍କଲ ଜେଲରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ମାଳିସାହି ଗ୍ରାମର ଦେବ ପ୍ରକାଶ ବେହେରା(୨୧)। ଜେଲ କର୍ତ୍ତୃପକ୍ଷ ଚୌଦ୍ୱାର ଥାନାରେ କରିଥିବା ଲିଖିତ ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଜେଲ ପରିସରରେ ଥିବା ଏକ ଆମ୍ବ ଗଛରେ ଦେବ ବେକରେ ଏକ ଗାମୁଛା ଗୁଡ଼ାଇ ଆମତ୍ହତ୍ୟା କରିଥିଲେ। କର୍ତ୍ତୃପକ୍ଷ ଜାଣିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କଏଦୀ ଜଣକ କାହଁିକି ଓ କେଉଁ ପରିସ୍ଥିତିରେ ଏଭଳି କଲେ ତାହା ଜଣାପଡି ନାହଁି। ଏଠାରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଥିବାବେଳେ ଏଭଳି ଘଟଣାକୁ ନେଇ ଜେଲର ସୁରକ୍ଷା ବ୍ୟବସ୍ଥା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ ଜୁନ ୨୦ତାରିଖରେ ତୃତୀୟ ଅତିରିକ୍ତ ଦୌରାଜଜ୍ଙ୍କ ପୋକ୍ସୋ କୋର୍ଟରୁ ଦେବ ଚୌଦ୍ୱାର ଜେଲକୁ ଆସିଥିଲେ।
ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ
ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...
Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି
ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...
ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…
ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...
କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…
ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ରନ ଆଉଟ ହୋଇଥିବା ୫ ଜଣ ବ୍ୟାଟସମ୍ୟାନ: ଏହି ଭାରତୀୟ ଖେଳାଳି ୫୩ ଥର ହୋଇଛନ୍ତି ରନ ଆଉଟ
ନୂଆଦିଲ୍ଲୀ,୧୫।୧୨: ରନ ଆଉଟ ହେବା କ୍ରିକେଟର ସବୁଠାରୁ ହତାଶାଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଏବଂ କେତେକ ସମୟରେ, ବ୍ୟାଟସମ୍ୟାନମାନେ ଗୋଟିଏ ବଲ ମଧ୍ୟ ନ ଖେଳି...
‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’
ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...
ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…
ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...
ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ
ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...
Archives


