ଜେଲରୁ ମୁକୁଳିଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ୱର,୫-୨(ବ୍ୟୁରୋ):ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ଦେଇଥିଲେ। ନିମ୍ନ ଅଦାଲତଙ୍କ ସର୍ତ୍ତ ନିର୍ଦ୍ଧାରଣ ପରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ବିଜୟ ଝାରପଡା ଜେଲରୁ ମୁକୁଳିଛନ୍ତି। ସେ ଜେଲରୁ ବାହାରିବା ପରେ ସିଧା କଟକସ୍ଥିତ ତାଙ୍କ ଘରକୁ ଯାଇଥିତ୍ବା ଜଣାପଡିଛି। ତେବେ ଏହି ସମୟରେ ଜେଲ୍‌ ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ବିଜୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ପ୍ରତିକ୍ରିୟା ରଖି ସେ କହିଥିଲେ, କୋର୍ଟରେ ବର୍ତ୍ତମାନ ମାମଲା ବିଚାରାଧୀନ ରହିଥିବାରୁ କିଛି କହିବା ଠିକ୍‌ ହେବ ନାହିଁ। କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ମାନିନେବି ବୋଲି ବିଜୟ କହିଥିଲେ। ଝାରପଡା ଜେଲ୍‌ ଅଧୀକ୍ଷକ ଶୁଭକାନ୍ତ ମିଶ୍ର କହିଛନ୍ତି, ବିଜୟଙ୍କ ଜାମିନ ସଂକ୍ରାନ୍ତ ହାଇକୋର୍ଟଙ୍କ ଅର୍ଡର ମଙ୍ଗଳବାର ଅପରାହ୍ନ ସାଢେ ୫ଟାରେ ପହଞ୍ଚତ୍ଥିଲା। ଆବଶ୍ୟକ କାଗଜପତ୍ର କାର୍ଯ୍ୟ ସରିବା ପରେ ତାଙ୍କୁ ୬ଟାରେ ଜେଲରୁ ମୁକ୍ତ କରାଯାଇଥିଲା। ଅନ୍ୟପକ୍ଷରେ ସମାନ ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ବିଜୟ କେତନଙ୍କ ସହଯୋଗୀ ସନ୍ତୋଷ ପଟ୍ଟନାୟକଙ୍କୁ ହାଇକୋର୍ଟ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଜାମିନ ଅର୍ଡର ପହଞ୍ଚତ୍ବା ପରେ ସେ ମଧ୍ୟ ଜେଲ୍‌ରୁ ବାହାରିବେ ବୋଲି ସୂଚନା ମିଳିଛି।
ଆଇଏଏସ୍‌ ଅଫିସର ବିଜୟ କେତନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବାବେଳେ ଏକ ବିଲ୍‌ ପାସ୍‌ କରିବା ପାଇଁ ଏକଲକ୍ଷ ଟଙ୍କା ନେବା ଅଭିଯୋଗରେ ଡିସେମ୍ବର ୩୦ରେ ଗିରଫ ହୋଇଥିଲେ। ବିଜୟଙ୍କ ପାଇଁ ଉକ୍ତ ଟଙ୍କା ତାଙ୍କ ସହଯୋଗୀ ସନ୍ତୋଷ ଏକ ଘରୋଇ ସଂସ୍ଥାର ପ୍ରତିନିଧିଙ୍କଠାରୁ ନେଉଥିବାବେଳେ ଧରାପଡ଼ିଥିବା ଭିଜିଲାନ୍ସ ଦର୍ଶାଇଥିଲା। ଭିଜିଲାନ୍ସ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଇତିମଧ୍ୟରେ ବିଜୟଙ୍କ ୨ଥର ଜାମିନ ଆବେଦନକୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜାନୁୟାରୀ ୮ ଓ ୧୩ରେ ଖାରଜ କରିଦେଇଥିଲେ। ସେ ଏହାକୁ ଚ୍ୟାଲେଞ୍ଜ କରି ଜାନୁୟାରୀ ୧୪ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରି କି ବିଜୟଙ୍କ ସ୍ତ୍ରୀ ଖବରଦାତା ସମ୍ମିଳନୀ କରି ସରକାରୀ ପିପି ଏବଂ ଭିଜିଲାନ୍ସ ଉପରେ ଦୋଷ ଦେଇଥିଲେ। କେତେଜଣ ଉପରିସ୍ଥ ଅଧିକାରୀ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri