Posted inଫୁରସତ

ଜେଲ ଯିବାକୁ ୬୦ ବର୍ଷୀୟଙ୍କ ଧାରଣା

ମାଡ୍ରିଡ୍‌:ଅପରାଧ କଲେ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡ଼ିଥାଏ। ଲୋକେ ବଡ଼ ଅପରାଧ କରିବା ପରେ ବି ଜେଲ ଯିବାକୁ ଚାହାନ୍ତିନି। ହେଲେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ନିଜକୁ ଜେଲରେ ଭର୍ତ୍ତି କରିବାକୁ ଅନୁରୋଧ କରୁଥିବା ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସ୍ପେନ ଗ୍ରେନାଡ଼ାର ୬୦ ବର୍ଷୀୟ ଜଷ୍ଟୋ ମାର୍କ୍ୱେଜ୍‌ ମାଲାଗାରେ ଆଲ୍‌ହାଉରିନ୍‌ ଦେ ଲା ଟୋରେ ଜେଲ ସମ୍ମୁଖରେ କିଛି ଦିନ ହେବ ଠିଆ ହୋଇଛନ୍ତି। ତାଙ୍କୁ ଦିନେ ଜେଲ ଭିତରକୁ ଯିବାକୁ ଅନୁମତି ମିଳିବ ବୋଲି ସେ ଆଶା ରଖିଛନ୍ତି। ସେ ଜେଲ ସମ୍ମୁଖରେ ଏକ ପୋଷ୍ଟରକୁ ବେକରେ ଓହଳାଇ ଠିଆ ହୋଇଛନ୍ତି। ଯେଉଁଥିରେ ଲେଖା ହୋଇଛି ‘ମୁଁ ଜେଲକୁ ଯିବାକୁ ଚାହୁଁଛି’। ସେ ଜଣେ ଖବରଦାତାଙ୍କୁ କହିଛନ୍ତି କି, ସେ ଆଗରୁ ଜେଲର ୱାର୍ଡେନଙ୍କୁ ଭେଟି ସାରିଛନ୍ତି। ସେ ଏପର୍ଯ୍ୟନ୍ତ ମାର୍କ୍ୱେଜ୍‌ଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇ ନାହାନ୍ତି। ମାର୍କ୍ୱେଜ୍‌ଙ୍କୁ କ୍ୟାନ୍ସର ହୋଇଥିବାବେଳେ ଚିନ୍ତା, ଅବସାଦ ଏବଂ ହୃଦ୍‌ରୋଗ ଆଦି ସମସ୍ୟାରେ ସେ ପୀଡ଼ିତ ଅଛନ୍ତି। ସେ କହିଛନ୍ତି କି, ଦିନର ୨୪ ଘଣ୍ଟା ଏକା ରହି ରହି ସେ ବିରକ୍ତ ହୋଇଗଲେଣି। ଏବେ ତାଙ୍କୁ ଲାଗୁଛି କି ଜେଲ ତାଙ୍କ ପାଇଁ ସବୁଠୁ ଭଲ ସ୍ଥାନ। ମାର୍କ୍ୱେଜ୍‌ ଏକ ଖବରକାଗଜକୁ କହିଛନ୍ତି,ତାଙ୍କୁ କେଉଁଠୁ ବି ସାହାଯ୍ୟ ମିଳୁନି। ତାଙ୍କର ଜେଲ ଯିବା ସବୁଠୁ ଭଲ ବିଚାର। ହେଲେ ସେ ଏଥିପାଇଁ କୌଣସି ଅପରାଧ ବି କରିବାକୁ ଚାହୁଁ ନାହାନ୍ତି। ତାଙ୍କର ୫ ଜଣ ସନ୍ତାନ ଥିବାବେଳେ ସେ ସେମାନଙ୍କୁ କିଛି ମାସ ହେବ ଦେଖିନାହାନ୍ତି କି କଥା ହୋଇନାହାନ୍ତି। ମାର୍କ୍ୱେଜ୍‌ ଏକେଲାପଣ ଦୂର କରିବାକୁ ଏବଂ ରୋଗରେ ସାହାଯ୍ୟ ପାଇଁ ଜେଲ୍‌ ହେଉଛି ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ଏଥିପାଇଁ ସେ ଜେଲ ଭିତରକୁ ଯିବାକୁ ଗୁହାରି କରୁଛନ୍ତି। ମାର୍କ୍ୱେଜ୍‌ଙ୍କୁ ପୂର୍ବରୁ ମାନସିକ ସ୍ବାସ୍ଥ୍ୟସେବା ପାଇଁ ପଠାଯାଇଥିଲା। ହେଲେ ତାଙ୍କୁ କିଛି ସାହାଯ୍ୟ ମିଳି ନ ଥିଲା। ଏଥିପାଇଁ ସେ ଜେଲ ଯିବାକୁ ଚାହୁଁଛନ୍ତି। ଜେଲର ୱାର୍ଡେନ ମନା କରିବା ପରେ ମଧ୍ୟ ସେ ସେହି ପୋଷ୍ଟର ଧରି ଧାରଣା ଦେଉଛନ୍ତି। ପ୍ରଶାସନକୁ ଅନୁରୋଧ କରିଛନ୍ତି, ତାଙ୍କ ପାଇଁ କିଛି ଉପାୟ ବାହାର କରିବାକୁ। ତେବେ ଏହା ସେଠାରେ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri