ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍‌ ପିଟିଲେ

ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା ପକାଇବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ ତରାଶ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଛି। ଶିଶୁ କନ୍ୟାର ଜେଜେମା, ଜେଜେବାପା ଓ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।

ସୂଚନାଯୋଗ୍ୟ, ଗଡ଼ ତରାଶ ଗ୍ରାମର ଅସିତ ରାଉତଙ୍କ ସ୍ତ୍ରୀ ଦୀପ୍ତି (୨୨)ଙ୍କର ବର୍ଷେ ପୂର୍ବରୁ ମୃତ୍ୟୁ ହୋଇଥିଲା। ତାଙ୍କ ଔରଷରୁ ଦୁଇଟି ଶିଶୁ କନ୍ୟା (୫ବର୍ଷ ଓ ୩ ବର୍ଷ) ଅଛନ୍ତି। ସାନ ଝିଅକୁ ତାଙ୍କ ଜେଜେମା କୁମୁଦିନୀ ରାଉତ ଅକଥନୀୟ ନିର୍ଯାତନା ଦେବା ସହ ମାଡ଼ ମାରିଥାନ୍ତି। ଏପରିକି ପାଇଖାନା ଏବଂ ଶୋଇବା ଘରେ ତାଲା ପକାଇ ଦୀର୍ଘ ସମୟ ରଖି ନିର୍ଯାତନା ଦିଅନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗାଁ କାଳିକା ମନ୍ଦିର ସମ୍ମୁଖ କୂଅ ନିକଟରେ ରାତ୍ରି ପର୍ଯ୍ୟନ୍ତ ବସାଇଥାନ୍ତି। ଗ୍ରାମବାସୀ ଏହାର ବିରୋଧ କଲେ କୁମୁଦିନୀ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥାନ୍ତି। ରବିବାର ସକାଳେ ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ, ପଞ୍ଚାୟତ ସମିତି ସଭ୍ୟଙ୍କ ସମ୍ମୁଖରେ ଜେଜେମା’ ଶିଶୁକନ୍ୟାକୁ ଅକଥନୀୟ ମାଡ଼ ମାରିବା ସହିତ ଘର ଭିତରେ ପୂରାଇ ବାହାରେ ତାଲା ପକାଇ ଦେଇଥିଲେ। ଶିଶୁଟି କାନ୍ଦିବା ସହିତ ପାଣି ମଧ୍ୟ ମାଗିଥିଲା। ଅଙ୍ଗନଓ୍ବାଡି ଶିକ୍ଷୟିତ୍ରୀ ଓ ସମିତି ସଭ୍ୟ ଏହାକୁ ବିରୋଧ କରିବା ସହିତ ତାଲା ଖୋଲିବା ପାଇଁ କହିଥିଲେ ମଧ୍ୟ ସେ ଖୋଲି ନ ଥିଲେ। ପରବର୍ତ୍ତୀ ସମୟରେ ଏନେଇ ସ୍ଥାନୀୟ ଖବରଦାତାଙ୍କୁ ଜଣାଇବା ସହ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଓ ବନ୍ତଳା ଥାନା ଆଇଆଇସିଙ୍କୁ ମଧ୍ୟ ଜଣାଇଥିଲେ। ପୋଲିସ ଏଏସଆଇ ବିଏନ ସାହୁ ଫୋର୍ସ ସହ ଖବରଦାତା ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଓ ସରପଞ୍ଚଙ୍କ ହସ୍ତକ୍ଷେପରେ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଦୁଇ ଶିଶଙ୍କୁ ଉଦ୍ଧାର କରି ଜେଜେମା କୁମିଦିନୀଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଶିଶୁ ଦ୍ୱୟଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି। ଏହାପୂର୍ବରୁ ଶନିବାର ୭ ବର୍ଷର ନାତିକୁ ତଳେ ପକାଇ ଜଣେ ଜେଜେ ମା’ ଗୋଇଠା ମାରୁଥିବା ଦୃଶ୍ୟ ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri