ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସେସନ ଜଜ୍‌ ଶିଶିର କୁମାର ରଥ ଯୋଗଦେଇ କୋର୍ଟ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବରେ ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ ସଦସ୍ୟ ମାନସ କୁମାର ଚାନ୍ଦ ଯୋଗଦେଇ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ଫଳରେ ଅଞ୍ଚଳରେ ଆଇନକାନୁନ୍‌ ଓ ଶୃଙ୍ଖଳା ରହିବ ବୋଲି କହିଥିଲେ। କୋକସରା ବାର୍‌ ଆସୋସିଏଶନ ସଭାପତି ପଞ୍ଚାନନ ବେଶ୍ରାଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ଓ କର୍ମଚାରୀମାନେ ସଂପାଦନା କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଓ ବର୍ତ୍ତମାନର ବିଧାୟକ ମୌଷଧୀ ବାଗ୍‌ଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ମା’ ସୁରେଶ୍ୱରୀଙ୍କ ଘାଟଯାତ୍ରା: ମାନସିକ ପୂରଣ ପରେ କୁକୁଡ଼ା-ବୋଦା ବଳି ଦେଲେ ଭକ୍ତ

ରିଷିଡ଼ା,୨୬ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ପୋରକେଲା ପଞ୍ଚାୟତ କୁନ୍ଦେଇପାଲିସ୍ଥିତ ତେଲନଦୀ ଛତିଘାଟ କୂଳରେ ମା’ ସୁରେଶ୍ୱରୀ ମନଖାଇଙ୍କ ଐତିହାସିକ ଘାଟ ଯାତ୍ରା ଓ ଡଙ୍ଗା…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri