Posted inଜାତୀୟ

ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ: ପୋଲିସ ପକ୍ଷରୁ ତଦନ୍ତ ଜାରି

ନୂଆଦିଲ୍ଲୀ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଥିବାବେଳେ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଜେଏନ୍‌ୟୁ ହିଂସା ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଥିବା ଏହି ଭିଡ଼ିଓରେ କୁହାଯାଇଛି। ହିନ୍ଦୁ ରକ୍ଷା ଦଳର ମୁଖ୍ୟ ପିଙ୍କି ଚୌଧୁରୀ ଭିଡ଼ିଓରେ ଏନେଇ ସୂଚନା ଦେଇଛନ୍ତି। ଦଳର ସଦସ୍ୟ ଜେଏନ୍‌ୟୁ ପରିସରରେ ଏଭଳି କରିଥିବା ସେ କହିଛନ୍ତି। ଜେଏନ୍‌ୟୁରେ ଦେଶ ବିରୋଧୀ ଗତିବିଧି ବୃଦ୍ଧି ପାଉଥିବାରୁ ଏଭଳି କରାଯାଇଛି। ଦେଶ ବିରୋଧ ଗଲେ ଏଭଳି ଘଟଣା ଭବିଷ୍ୟତରେ ମଧ୍ୟ ହେବ ବୋଲି ପିଙ୍କି ଚୌଧୁରୀ କହିଛନ୍ତି। ତେବେ ଏନେଇ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଏକ ମିନିଟ୍‌ ୫୮ ସେକେଣ୍ଡ ଭିଡ଼ିଓର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ କିଏ, ମୋହନ ଭାଗବତ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୧୨: ନରେନ୍ଦ୍ର ମୋଦିଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ, ସେନେଇ ଏବେ ଚର୍ଚ୍ଚା ଚାଲିଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଏ...

ଆମେରିକାରେ ରହିବାକୁ ହେଲେ ଦେବାକୁ ହେବ ମୋଟା ଅଙ୍କର ଟଙ୍କା, ଟ୍ରମ୍ପ ଆରମ୍ଭ କଲେ Gold Card

ନୂଆଦିଲ୍ଲୀ,୧୧|୧୨ : ଦିନକୁ ଦିନ ଭାରତ ଏବଂ ଆମେରିକା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଭାରତୀୟଙ୍କୁ ଆମେରିକାରେ ରହିବା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri